ରାତି ୧୦ଟା – ମୁଖ୍ୟ ଖବର

– ପାରଳାଖେମୁଣ୍ଡି ଏ.ସି.ଏଫଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ଅଧିକ ତଦନ୍ତ ପାଇଁ ବାଲେଶ୍ୱର, ମୟୂରଭଞ୍ଜ ଗଲା ପୋଲିସ ଟିମ୍
– ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ବଡ଼ଦାଣ୍ଡରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି
– ବାହୁଡ଼ା ଯାତ୍ରାରେ ଅମାନିଆଙ୍କୁ ସାବାଡ୍ କରିବା ପାଇଁ କାର୍ଯ୍ୟ କରିବ ୨୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍, ସୋମବାର ରାତି ୮ଟା ଠାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କର୍ଫ୍ୟୁ ବଳବତର ରହିବ
– ରାଜ୍ୟରେ ଦେଢ କୋଟି ଟପିଲା କରୋନା ନମୁନା ପରୀକ୍ଷା, ଟୁଇଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସରକାରଙ୍କ ନିଷ୍ପତି ଅନୁଯାୟୀ ୩ ମାସ ଇଂଟିଗ୍ରେଟେଡ୍ କରାଯିବ
– ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଜିଲ୍ଲାଗୁଡିକ ହେଉଛି ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ ଓ ଦେବଗଡ଼
– ଦେଶରେ ୨୪ ଘଂଟାରେ ୪୧ ହଜାର ୧୫୭ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୪୨ ହଜାର ୪
– ଏବେ ସାରା ଦେଶରେ ୪ ଲକ୍ଷ ୨୨ ହଜାର ୬୬୦ ଜଣ ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ, ୨୪ ଘଂଟାରେ ଗଲା ୫୨୮ ଆକ୍ରାନ୍ତଙ୍କ ଜୀବନ
– ଦେଶରେ ଆଜି ସୁଦ୍ଧା କରୋନା ପ୍ରତିଷେଧକ ଟୀକା ନେଲେଣି ୪୦ କୋଟି ୪୯ ଲକ୍ଷ ୩୧ ହଜାର ୭୨୫, ଗତକାଲି ଗୋଟିଏ ଦିନରେ ଟୀକା ନେଇଛନ୍ତି ୫୧ ଲକ୍ଷ ୧ ହଜାର ୫୬୭
– ରାଜ୍ୟରେ ଆଜି ସୁଦ୍ଧା ୧ କୋଟି ୪୨ ଲକ୍ଷ ୬୧ ହଜାର ୮୦୬ ଜଣ କରନା ଟୀକା ନେଇଛନ୍ତି, ୧ କୋଟି ୧୧ ଲକ୍ଷ ୮୯ ହଜାର ୮୮୬ ଜଣ ପ୍ରଥମ ଡୋଜ ଏବଂ ୩୦ ଲକ୍ଷ ୭୧ ହଜାର ୯୨୦ ଜଣ ଦ୍ଵିତୀୟ ଡୋଜ ଟୀକା ନେଇଛନ୍ତି
– ବିଜେପିକୁ ଆଗକୁ ନେବାରେ ମହିଳା ମୋର୍ଚ୍ଚାର ଭୂମିକା ଅତୁଳନୀୟ ରହିଛି ତେଣୁ ମହିଳାଙ୍କୁ ସମାନ ସୁଯୋଗ ଦେବା ଓ ସଶକ୍ତ କରିବା ମୋଦିଙ୍କ ଆତ୍ମନିର୍ଭର ଭାରତର ମୂଳ ମନ୍ତ୍ର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି
– ଓଡ଼ିଆ ଆଥଲେଟଙ୍କ ଲାଗି ପୁରସ୍କାର ଘୋଷଣା କଲା ଓଡ଼ିଶା ଅଲିମ୍ପିକ ଆସୋସିଏସନ । ସ୍ୱର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ, ବ୍ରୋଞ୍ଜ ଜିତିଲେ ୧ ଲକ୍ଷ । ଓଡ଼ିଶାରୁ ୬ ଜଣ ଆଥଲେଟ୍ ଟୋକିଓ ଅଲିମ୍ପିକରେ ଭାଗ ନେଇଛନ୍ତି ।
– ଭୁବନେଶ୍ୱରରେ ଜୁଲାଇ ୨୧ରୁ ଗର୍ଭବତୀଙ୍କୁ ଦିଆଯିବ କୋଭାକ୍ସିନ ଟିକା, ସପ୍ତାହକୁ ଦୁଇ ଦିନ; ବୁଧବାର ଓ ଶନିବାର ଦିଆଯିବ ଟିକା।
– ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର ଆତ୍ମସମର୍ପଣ କରିଛନ୍ତି
– ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୨୧୫ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬କୁ ବୃଦ୍ଧି
– ରାଜ୍ୟରେ ଆଜି ୬୬ ଆକ୍ରାନ୍ତଙ୍କ ମୃତ୍ୟୁ, କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୫୮କୁ ବୃଦ୍ଧି

Comments are closed.