ରାତି ୧୦ଟା – ମୁଖ୍ୟ ଖବର

୧. ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ପରେ କେଉଁ ପଦ୍ଧତ୍ତିରେ ମୂଲ୍ୟାୟନ ହେବ ସେ ନେଇ ୧୫ ଦିନ ମଧ୍ୟରେ ଜଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
୨. ୭୫୦ ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ରାଜ୍ୟ ସରକାର, ଆସନ୍ତା ୭ ଦିନ ମଧ୍ୟରେ କ୍ରମସ୍ଥଳୀରେ ଯୋଗଦେବାକୁ ନିର୍ଦ୍ଦେଶ
୩. ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଅବକାରୀ କର୍ମଚାରୀଙ୍କୁ ମାଡ଼ ଘଟଣାରେ ଗୋଟିଏ ପରିବାରର ମା’, ୨ ପୁଅ ଓ ଝିଅଙ୍କୁ ଗିରଫ କଲା ପୁଲିସ
୪. ରଥଯାତ୍ରା ସମୟରେ ହେବ ଶ୍ରୀମନ୍ଦିର ଗର୍ଭଗୃହ ମରାମତି ଓ ଶ୍ରୀମନ୍ଦିର ବେଢ଼ା ଭିତର ପାର୍ଶ୍ୱ ମନ୍ଦିରର ସଂରକ୍ଷଣ ପାଇଁ ହେବ ପଞ୍ଚବାର୍ଷିକ ଯୋଜନା
୫. ରାଜଧାନୀରେ ବି ଟିକା ଅଭାବ, ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ଥିବା କହିଲେ ବିଏମ୍‌ସି କମିଶନର
୬. କଂଗ୍ରେସ ଦଳର ରାଷ୍ଟ୍ରୀୟ ସଂପାଦକ ସହ ଛତିଶଗଡ଼ ପ୍ରଭାରୀ ଭାବେ ନିଯୁକ୍ତ ହେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା
୭. ନୀତି ଆୟୋଗ ନିରନ୍ତର ବିକାଶ ଲକ୍ଷ୍ୟ ମାନକରେ ୧୬ରୁ ୨୧କୁ ଖସିଲା ଓଡ଼ିଶା, ଅନେକ ମାନଦଣ୍ଡରେ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ
୮. ତିନି ରଥ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ପୁରୀ ରଥ ଖଳାରେ ଚକ ଡେରା ନୀତି ସମ୍ପନ୍ନ
୯. ଆଜି ରାଜ୍ୟରେ ୮,୮୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୦,୪୩୪ ସୁସ୍ଥ ଓ ୪୨ ମୃତ – ଆଜି ଟିକା ନେଇଛନ୍ତି ୬୮, ୮୩୯ ହିତାଧିକାରୀ
୧୦. ଆଜି ଦେଶରେ ୧,୩୪,୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨,୧୧,୪୯୯ ସୁସ୍ଥ ଓ ୨,୮୮୭ ମୃତ – ଆଜି ଟିକା ନେଇଛନ୍ତି ୨୬,୨୪,୯୭୧ ହିତାଧିକାରୀ

Comments are closed.