ରାତି ୧୦ଟା – ମୁଖ୍ୟ ଖବର

୧. ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର ଆଜି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି
୨. ରାଜ୍ୟରେ ବାତ୍ୟା ୟସ ଜନିତ କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା, ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା ଅବସରରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
୩. ଡିସିଜିଆଇ ଆପଣେଇଲା କୋହଳ ନୀତି, ଏଣିକି ବିଦେଶରୁ ଆମଦାନୀ ହେଉଥିବା ଟିକାକୁ ପୁଣିଥରେ ପରୀକ୍ଷା କରାଯିବ ନାହିଁ
୪. ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଭଉଁରୀ ଉତ୍ସବ, ଅନୁଷ୍ଠିତ ହେବ ଚକା ଡେରା ନୀତି
୫. ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ଘଟିଛି, କରୋନା ପରବର୍ତି ଜଟିଳତା ନେଇ ସେ ଚିକିତ୍ସାଧୀନ ଥିଲେ
୬. ଟିକା ସଂକଟ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ
୭. ମହାରାଷ୍ଟ୍ରର ହାପ୍‍କିନ୍‍ ବାୟୋଫାର୍ମା କମ୍ପାନୀକୁ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଲାଗି ଅନୁମତି, ବାର୍ଷିକ ୨୨ କୋଟି ୮ଲକ୍ଷ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଲକ୍ଷ୍ୟ
୮. ମୋବାଇଲ୍‍ ମାଧ୍ୟମରେ ମାଧ୍ୟମରେ ପଠାଯାଇଥିବା ଛାତିର ଏକ୍ସ-ରେ ଚିତ୍ରକୁ ଅନୁଧ୍ୟାନ କରି କୋଭିଡ ସଂକ୍ରମଣ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ଆରମ୍ଭ ହେଲା ‘ଏକ୍ସ-ରେ ସେତୁ’
୯. ଆଜି ଦେଶରେ ୧,୩୨,୭୮୮ ନୂଆ ସଂକ୍ରମଣ ଚିହ୍ନଟ, ୩,୨୦୭ ମୃତ ଓ ୨, ୩୧, ୪୫୬ ସୁସ୍ଥ
୧୦. ଆଜି ରାଜ୍ୟରେ ୮,୩୯୯ ନୂଆ ସଂକ୍ରମଣ ଚିହ୍ନଟ, ୪୦ ମୃତ ଓ ୧୦, ୫୯୪ ସୁସ୍ଥ

Comments are closed.