ରାତି ୧୦ଟା – ମୁଖ୍ୟ ଖବର

୧. ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ, ଛାତ୍ରଛାତ୍ରୀ ପଢ଼ିବେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଠ
୨. କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ପିଏମ୍ କେୟାର୍ସ ଫଣ୍ଡରୁ ଦିଆଯିବ ସହାୟତା, ୨୩ ବର୍ଷ ହେଲେ ମିଳିବ ୧୦ ଲକ୍ଷ ଟଙ୍କା
୩. କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୫ ହଜାର ସାଚେଟ୍ ଆଣ୍ଟି କୋଭିଡ୍ ମେଡିସିନ୍ ଟୁ-ଡିଜି ପାଇଁ ଅର୍ଡର ଦେଲେ ରାଜ୍ୟ ସରକାର
୪. ବିଜେଡି ସରକାରର ୫ମ ପାଳିର ଆଜି ୨ୟ ବର୍ଷ ପୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେଲା ମନ୍ତ୍ରିପରିଷଦ ବୈଠକ
୫. ପୁଣେରେ ଏନଡ଼ିଏର ୧୪୦ତମ ପାସିଂ ଆଉଟ ପ୍ୟାରେଡ୍ ଅନୁଷ୍ଠିତ, ଅଂଶ ଗ୍ରହଣ କଲେ ୩୦୦ କ୍ୟାଡେଟ୍
୬. ୟୁନାଇଟେଡ୍ ଆରବ ଏମିରେଟ୍ସରେ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ୨୫ଟି ମ୍ୟାଚ
୭. ଦେଶରେ ଦିନକରେ ୧ ଲକ୍ଷ ୭୩ ହଜାର ୭୯୦ ସଂକ୍ରମିତ ଚିହ୍ନଟ, ୨ ଲକ୍ଷ ୮୪ ହଜାର ୬୦୧ ସୁସ୍ଥ ଓ ୩ ହଜାର ୬୧୭ ମୃତ
୮. ରାଜ୍ୟରେ ଦିନକରେ ୭ ହଜାର ୧୮୮ ସଂକ୍ରମିତ ଚିହ୍ନଟ, ୧୧ ହଜାର ୫୧୩ ସୁସ୍ଥ ଓ ୩୫ ମୃତ
୯. ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ମୃତ
୧୦. ଜୁଲାଇ ଶେଷ ସୁଦ୍ଧା ଭାରତ ପ୍ରତିଦିନ ୧ କୋଟି ଲୋକଙ୍କୁ ଟିକାକରଣ କରିବାକୁ ଆଶା ରଖିଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ

Comments are closed.