ସନ୍ଧ୍ୟା ୫ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଆସନ୍ତାକାଲିଠାରୁ ପ୍ଲାଷ୍ଟିକ୍ ବ୍ୟାନ – ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ହେବନି ବ୍ୟବହାର।
# ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା ୧ ମାସ କୋହଳ କଲେ ରାଜ୍ୟ ସରକାର – ଆଜିଠାରୁ ଏହି ନିୟମ ଲାଗୁ ହେବାର ଥିଲା।
# ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ସେନା।

ଆଞ୍ଚଳିକ
# ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦ ରଦ୍ଧ କଲେ କନ୍ଧମାଳ ଜିଲ୍ଲା ଦୌରା ଜଜ।
# ଯାଜପୁର ଅମ୍ବିକାଇ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ଅଭିଯୋଗ।
# ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ସହିତ ଝଗଡ଼ା ମାମଲାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନ୍‌ଜିତ ଦାସଙ୍କ ବିରୋଧରେ ମାମଲା ରୁଜୁ।
# ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଟ୍ରପ୍ ଲାଇନ୍ – ଆସନ୍ତା ୨୪ ଘଣ୍ଟା ଯାଏ ବର୍ଷା ସମ୍ଭାବନା।
# ଆସନ୍ତାକାଲିଠାରୁ ପ୍ଲାଷ୍ଟିକ୍ ବ୍ୟାନ – ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ହେବନି ବ୍ୟବହାର।
# ଶହେ କୋଟି ଟଙ୍କା ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ର ଗିରଫ ।
# ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା ୧ ମାସ କୋହଳ କଲେ ରାଜ୍ୟ ସରକାର – ଆଜିଠାରୁ ଏହି ନିୟମ ଲାଗୁ ହେବାର ଥିଲା।

ଜାତୀୟ
# ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ୧୨୫ ପ୍ରାର୍ଥୀଙ୍କ ଓ ଶିବସେନା ୭୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
# ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ସେନା।
# ଜାମ୍ମ-କାଶ୍ମୀର ପୁଲିସ ସହାୟତାରେ ସେନା ପକ୍ଷରୁ ଏକ ମିଳିତ ଅପରେଶନ – ଏକ ବସରୁ ୧୪ କିଲୋଗ୍ରାମ ଆରଡିଏକ୍ସ ଜବତ।
# ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ୨୦୧୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ର ସିକ୍ୱେଲ।
# ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ଆବେଦନ – ଜବାବ ରଖିବାକୁ କେନ୍ଦ୍ରକୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ, ନଭେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି।
# ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ କଲକାତାର ପୂର୍ବତନ ପୁଲିସ କମିଶନର ତଥା ପଶ୍ଚିମବଙ୍ଗ ସିଆଇଡି ମହାନିର୍ଦେଶକ ରାଜୀବ କୁମାରଙ୍କୁ ଆଗୁଆ ଜାମିନ ଦେଲେ କଲକାତା ହାଇକୋର୍ଟ।
# ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ମଧ୍ୟ-କାଶ୍ମୀରର ଗାନ୍ଦରବଲ ଜିଲାରେ ଜଣେ ଆତଙ୍କବାଦୀ ନିହତ।
# ରିଲିଜ୍‍ ହେଲା ଅଭିନେତା ସନୀ ସିଂହଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉଜଡ଼ା ଚମନ’ର ପ୍ରଥମ ପୋଷ୍ଟର।
# ଜାଲ ସତ୍ୟପାଠ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବୀସଙ୍କୁ କ୍ଲିନଚିଟ୍‌ ଦେବାକୁ ମନା କଲେ ସୁପ୍ରିମକୋର୍ଟ।
# ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ – ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଧାନମନ୍ତ୍ରୀଙ୍କୁ କୂଟନୀତି ଶିଖାନ୍ତୁ।
# ପେନସନ୍‌ ନେବାକୁ ମନାକଲେ ଜେଟଲୀଙ୍କ ପରିବାର, କମ୍‌ ଦରମା ପାଉଥିବା କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କଲେ ଅନୁରୋଧ।
# ଭାରତ ବଜାରରେ ଚୀନ ଉତ୍ପାଦିତ ବିଷାକ୍ତ ବାଣ, ସରକାରଙ୍କୁ ସତର୍କ କଲା ଡିଆରଆଇ
# କରତାରପୁର କରିଡର ଉଦ୍‌ଘାଟନ ପାଇଁ ପାକ୍‌ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
# ବିଲ୍‌କିସ୍‌ ବାନୋ ମାମଲା​‌ରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ,୨ ସପ୍ତାହରେ ୫୦ ଲକ୍ଷ କ୍ଷତିପୂରଣ ଦିଅ
# କର୍ଣ୍ଣାଟକ ବିଧାନସଭାର ତତ୍କାଳୀନ ବାଚସ୍ପତି ରମେଶ କୁମାରଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ସମସ୍ତ ବିଧାୟକଙ୍କୁ ବିଜେପି ଉପ-ନିର୍ବାଚନ ହେବାକୁ ଥିବା ୧୫ ଆସନରେ ପ୍ରାର୍ଥୀ କରିବ।

ଆନ୍ତର୍ଜାତିକ
# ଜାତିସଂଘରୁ ନିଜର ସ୍ଥାୟୀ ପ୍ରତିନିଧି ମଲିହା ଲୋଧିଙ୍କୁ ହଟାଇ ତାଙ୍କ ସ୍ଥାନରେ ମୁନୀର ଅକରମଙ୍କୁ ନିଯୁକ୍ତ କଲା ପାକିସ୍ତାନ।

Comments are closed.