ସନ୍ଧ୍ୟା ୫ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି।
# ବିସିସିଆଇ କ୍ରିକେଟ ଆଡଭାଇଜରି କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଲେ କପିଳ ଦେବ।
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା କରିଛି।
# ଆଜି ମୁକ୍ତିଲାଭ କଲା ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ ଓ ଟାଇଗର୍‍ ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’।

ଆଞ୍ଚଳିକ
# ଏକ ବର୍ଷ ଧରି ବ୍ରହ୍ମପୁର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁଲିସ ଓ ସିବିଆଇ ବୋଲି ପରିଚୟ ଦେଇ ଲୁଟ କରୁଥିବା ଅପରାଧୀ ଗ୍ୟାଙ୍ଗର ମୁଖିଆ ସିକନ୍ଦର ଅଲ୍ଲୀକୁ ଗିରଫ କଲା ନୂଆଗାଁ ପୁଲିସ।
# ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ବର କାର୍ଗିଲ ବସ୍ତିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କଲେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା।
# ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଓ ଜିଲାପ୍ରଶାସନ ପକ୍ଷରୁ ଆଜି ନବରଙ୍ଗପୁର ମାଳିଗୁଡ଼ାକୁ ‘ଲୋକ କଳା ଗ୍ରାମ’ ଭାବେ ଘୋଷଣା କରାଯାଇଛି।
# ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
# କିଟ୍‌ ପରିସରରେ ଅକ୍ଟୋବର ୨ରୁ ୬ ତାରିଖ ପର୍ଯ୍ୟନ୍ତ ୩୯ତମ ବିଶ୍ୱ କବି ମହାକୁମ୍ଭ ଅନୁଷ୍ଠିତ ହେଉଛି।

ଜାତୀୟ
# ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କିମ୍ବନ୍ଦନ୍ତୀ କ୍ରିକେଟର କପିଳ ଦେବ ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି(ସିଏସି) ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା କରିଛି।
# ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ନ୍ୟାଶନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟରରେ କାର୍ଯ୍ୟରତ ବୈଜ୍ଞାନିକ ଏସ. ସୁରେଶ କୁମାରଙ୍କୁ କେହି ଅଜଣା ବ୍ୟକ୍ତି ହତ୍ୟା କରିଛି।
# ଆଜି ମୁକ୍ତିଲାଭ କଲା ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ ଓ ଟାଇଗର୍‍ ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’।
# ଆଜି ଦେଶବ୍ୟାପୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଆଜି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ।
# ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ପ୍ରସିଦ୍ଧ ଲୋକସଙ୍ଗୀତ ଗାୟିକା ସୁଷମାଙ୍କୁ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି।
# ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆଜି ବିଶାଖାପାଟଣା ଷ୍ଟାଡିୟମରେ ଆରମ୍ଭ ହୋଇଛି। ଭାରତୀୟ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି।
# ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ନୂଆଦିଲ୍ଲୀସ୍ଥିତ ରାଜଘାଟଠାରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆନ୍ତର୍ଜାତିକ
# ଚୀନ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଆସନ୍ତା ସପ୍ତାହରେ ଭାରତ ଆସିବେ। ସେ ଚେନ୍ନାଇ ନିକଟ ମହାବଲୀପୁରମ ଗସ୍ତ କରିବେ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନୌପଚାରିକ ବୈଠକରେ ସାମିଲ ହେବେ।

Comments are closed.