ରାତି ୧୦ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଭୁବନେଶ୍ୱରରେ ପହଁଚିଲେ ଜାତୀୟ ଅନୁସନ୍ଧାନ ସଂସ୍ଥା ମହାନିର୍ଦ୍ଦେଶକ ଯୋଗେଶ ଚନ୍ଦ୍ର ମୋଦି
# ରାଜ୍ୟର ସବୁ ସହରାଞ୍ଚଳରେ ଆଜିଠୁ ଏକକ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି
# ଆରମ୍ଭ ହେଲା ‘ମୋ ସରକାର’ ଯୋଜନା, କ୍ୟାପିଟାଲ ହସପିଟାଲରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଞ୍ଚଳିକ
# ଭୁବନେଶ୍ୱରରେ ପହଁଚିଲେ ଜାତୀୟ ଅନୁସନ୍ଧାନ ସଂସ୍ଥା ମହାନିର୍ଦ୍ଦେଶକ ଯୋଗେଶ ଚନ୍ଦ୍ର ମୋଦି
# ଯାଜପୁର ଜିଲ୍ଲା ମଧୁବନ ମେଡିକାଲ ଡଷ୍ଟବିନରୁ ନବଜାତ ଶିଶୁକନ୍ୟା ଉଦ୍ଧାର – ଗୁରୁତର ଅବସ୍ଥାରେ କଟକ ଶିଶୁଭବନକୁ ସ୍ଥାନାନ୍ତର
# ସୁନ୍ଦରଗଡ଼ରେ ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ ନିର୍ମାଣ ଦାବୀରେ ଧାରଣାରେ ବସିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଭାତ ମହାପାତ୍ର ଓ ତାଙ୍କ ସମର୍ଥକ
# ରାଜ୍ୟରେ ଆରମ୍ଭ ହେଲା ‘ମୋ ସରକାର’ ଯୋଜନା, କ୍ୟାପିଟାଲ ହସପିଟାଲରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
# ତ୍ରୁଟିପୂର୍ଣ୍ଣ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଥିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ୭ଟି ଡ୍ୟାନ୍ସ ବାର୍ ଲାଇସେନ୍ସ ରଦ୍ଦ
# କେନ୍ଦ୍ରାପଡ଼ାରେ ଜାତୀୟ ନାଗରିକ ପଞ୍ଜିକା ଲାଗୁ କରିବା ନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍‌ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅବଗତ କରାଇଛି
# କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବହାଡ଼ାଝୋଲା ଫାଣ୍ଡି ଏଏସ୍ଆଇ ଶରତ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି
# ଆଜି ପଦଯାତ୍ରା ଅବସରରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, ‘ମୁଁ ନିର୍ବାଚନ ଲଢ଼ିବି ନାହିଁ, କିନ୍ତୁ ସଂଗ୍ରାମ କରିବି
# ରାଜ୍ୟରେ ବିଭିନ୍ନ ସମୟରେ ହେଉଥିବା ବେଆଇନ୍‌ ରାସ୍ତାରୋକକୁ ନେଇ ରାଜ୍ୟ ମାନବ ଅଧିକାର ଆୟୋଗ, ପ୍ରମୁଖ ଶାସନ ସଚିବ ଓ ପୁଲିସ୍‌ ଡିଜିଙ୍କୁ ନୋଟିସ୍‌ ଜାରି କରି ତିନି ସପ୍ତାହ ମଧ୍ୟରେ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି
# ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି
# ରାଜ୍ୟର ସବୁ ସହରାଞ୍ଚଳରେ ଆଜିଠୁ ଏକକ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି
# ମହଙ୍ଗା ପଡ଼ିଲା ଦାଦାଗିରି – କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ
# ଏକ ବର୍ଷ ଧରି ବ୍ରହ୍ମପୁର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁଲିସ ଓ ସିବିଆଇ ବୋଲି ପରିଚୟ ଦେଇ ଲୁଟ କରୁଥିବା ଅପରାଧୀ ଗ୍ୟାଙ୍ଗର ମୁଖିଆ ସିକନ୍ଦର ଅଲ୍ଲୀକୁ ଗିରଫ କଲା ନୂଆଗାଁ ପୁଲିସ
# ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ବର କାର୍ଗିଲ ବସ୍ତିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କଲେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା
# ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଓ ଜିଲାପ୍ରଶାସନ ପକ୍ଷରୁ ଆଜି ନବରଙ୍ଗପୁର ମାଳିଗୁଡ଼ାକୁ ‘ଲୋକ କଳା ଗ୍ରାମ’ ଭାବେ ଘୋଷଣା କରାଯାଇଛି
# ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ
# କିଟ୍‌ ପରିସରରେ ଅକ୍ଟୋବର ୨ରୁ ୬ ତାରିଖ ପର୍ଯ୍ୟନ୍ତ ୩୯ତମ ବିଶ୍ୱ କବି ମହାକୁମ୍ଭ ଅନୁଷ୍ଠିତ ହେଉଛି

ଜାତୀୟ
# ହାଇଦ୍ରାବାଦ ନିଜାମଙ୍କ ଫଣ୍ଡକୁ ନେଇ ଚାଲି ଥିବା ମାମଲାରେ ବ୍ରିଟେନର ଏକ କୋର୍ଟଙ୍କ ଭାରତ ସପକ୍ଷରେ ରାୟ – ବିଭାଜନ ସମୟରୁ ନିଜାମ ଲଣ୍ଡନର ଏକ ବ୍ୟାଙ୍କରେ ଜମା କରିଥିବା ଅର୍ଥରାଶିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିଲା ଏହି ମୋକଦ୍ଦମା
# ୧୯୩୪ ଧାରା ୪୫ – ଆଇଏ (୬)ରେ ପ୍ରଦସ୍ତ ଶକ୍ତିଗୁଡ଼ିକର ବ୍ୟବହାର କରି ୨୬ଟି ନନ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର ପଞ୍ଜିକରଣ ରଦ୍ଦ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି କରିଛି
# ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବର ପ୍ରିନ୍ସ୍ ମହମ୍ମଦ ବିନ୍ ସଲମାନଙ୍କ ସହ ସାକ୍ଷାତ କରି ପ୍ରାୟ ୨ ଘଂଟା ଆଲୋଚନା କରିଛନ୍ତି
# ଆଇଆଇଟି ମାଡ୍ରାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣଙ୍କୁ ପ୍ରସାରଣ ନ କରିବା ନେଇ ପ୍ରସାର ଭାରତୀ ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଆର ବସୁମତିଙ୍କୁ ନିଲମ୍ବନ କରାଯାଇଛି
# ୩୭୦ ଧାରା ଉଛେଦ ହେବାର ୨ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ରଖିଥିବା ଜମ୍ମୁର ସମସ୍ତ ରାଜନେତାଙ୍କୁ ଗୃହବନ୍ଦୀରୁ ଆଜି ମୁକ୍ତ
କରିଛି
# ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କିମ୍ବନ୍ଦନ୍ତୀ କ୍ରିକେଟର କପିଳ ଦେବ ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି(ସିଏସି) ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା କରିଛି
# ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ନ୍ୟାଶନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟରରେ କାର୍ଯ୍ୟରତ ବୈଜ୍ଞାନିକ ଏସ. ସୁରେଶ କୁମାରଙ୍କୁ କେହି ଅଜଣା ବ୍ୟକ୍ତି ହତ୍ୟା କରିଛି
# ଆଜି ମୁକ୍ତିଲାଭ କଲା ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ ଓ ଟାଇଗର୍‍ ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’
# ଆଜି ଦେଶବ୍ୟାପୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଆଜି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ
# ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ପ୍ରସିଦ୍ଧ ଲୋକସଙ୍ଗୀତ ଗାୟିକା ସୁଷମାଙ୍କୁ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି
# ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆଜି ବିଶାଖାପାଟଣା ଷ୍ଟାଡିୟମରେ ଆରମ୍ଭ ହୋଇଛି। ଭାରତୀୟ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି
# ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ନୂଆଦିଲ୍ଲୀସ୍ଥିତ ରାଜଘାଟଠାରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଆନ୍ତର୍ଜାତିକ
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁନର୍ଗଠନ ନେଇ ଭାରତର ନିଷ୍ପତ୍ତିକୁ ସମର୍ଥନ କରିବା ସହିତ ଯଥାର୍ଥ ବୋଲି କହିଛି ସାଉଦି ଆରବ
# ଚୀନ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଆସନ୍ତା ସପ୍ତାହରେ ଭାରତ ଆସିବେ। ସେ ଚେନ୍ନାଇ ନିକଟ ମହାବଲୀପୁରମ ଗସ୍ତ କରିବେ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନୌପଚାରିକ ବୈଠକରେ ସାମିଲ ହେବେ

Comments are closed.