ରାତି ୧୦ଟା – ମୁଖ୍ୟ ସମ୍ବାଦ

– ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

– ଦେଶରେ ଟିକା ନେଲେଣି ୧୬ କୋଟି ୨୫ ଲକ୍ଷ ୨୩ ହଜାର ୫୭୮, ଓଡ଼ିଶାରେ ୬୦ ଲକ୍ଷ ୨୪ ହଜାର ୨୫୫
– କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦେଇଛନ୍ତି ୧୭ କୋଟି ୧୫ଲକ୍ଷ ଟିକା, ଆସନ୍ତା ୩ ଦିନ ଭିତରେ ଯୋଗାଇ ଦେବ ୨୮ ଲକ୍ଷ ଟିକା
– ଆଜି ରାଜ୍ୟରେ ସୁସ୍ଥ ହେଲେ ୬୮୫୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୨୩୨୫୭କୁ ବୃଦ୍ଧି
– କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜରିମାନା ଆଦାୟ ହୋଇଛି ୧୫କୋଟି: ପୁଲିସ ମହାନିର୍ଦେଶକ
– ଦେଶର ବିଭିନ୍ନ ଭାଗକୁ ଓଡ଼ିଶା ପଠାଇଲାଣି ୬୩୫୪ ଟନ୍‍ରୁ ଅଧିକ ଅମ୍ଳଜାନ
– କରୋନା ଟିକାକରଣ ଯେଉଁମାନେ ଦ୍ବିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ
– କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ, ତ୍ଵରିତ ଟିକାକରଣ ଉପରେ ଗୁରୁତ୍ଵ
– ପଶ୍ଚିମବଙ୍ଗ ଯାଉଥିବା ରେଳଯାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

Comments are closed.