ରାତି ୯-ଟା ମୁଖ୍ୟ ଖବର

-ରୁଷ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଣ୍ଠି ଆର୍‍ଡିଆଇଏଫ୍‍ ଓ ଭାରତୀୟ ବାୟୋଟେକ୍ନୋଲୋଜି କମ୍ପାନୀ ପାନାସିଆ ବାୟୋଟେକ୍‍ ମିଳିତ ଭାବେ ଭାରତରେ ସ୍ପୁଟନିକ୍‍-ଭି କୋଭିଡ-୧୯ ଟିକା ଉତ୍ପାଦନ ଆରମ୍ଭ କରିବେ

-ବର୍ଷକୁ ୧୦ କୋଟି ପାନ ଟିକା ଉତ୍ପାଦନ କରିବାର ଲକ୍ଷ୍ୟ

-ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା, ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା
-୨୫ ମଧ୍ୟରାତ୍ରି ପରେ ୫୦ରୁ ୭୦ କିମି ବେଗରେ ପବନ ବହିବ

-୨୬ ତାରିଖ ପୂର୍ବାହ୍ନ ସମୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବ,ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପୂର୍ବାହ୍ନରୁ ଆରମ୍ଭ ହୋଇ ଅପରାହ୍ନ ଯାଏଁ ରହିବ

–ବାତ୍ୟା ୟସ ପାଇଁ ୨୫ରୁ୨୭ ପର୍ଯ୍ୟନ୍ତ ଟିକାକରଣ ଓ ଟେଷ୍ଟିଂ ବନ୍ଦ, ଘରକୁ ଘର ବୁଲି ହେବାକୁ ଥିବା ସର୍ଭେ କାର୍ଯ୍ୟ ମଧ୍ୟ ବନ୍ଦ,

–ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ବନ୍ଦ କଲେ ସରକାର

–କରୋନା ଟିକାକରଣ ଓ କୋଭିଡ ଟେଷ୍ଟିଂ ବନ୍ଦ ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଜିଲା ପାଇଁ ଜିଲାପାଳମାନେ ନିଷ୍ପତ୍ତି ନେଇପାରିବେ

–ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ବାଲେଶ୍ବର ଓ ଭଦ୍ରକ ଜିଲାକୁ ପଠାଗଲା ୨୮ଡାକ୍ତର, ୨୮ ଜଣରୁ ୮ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ଜଣ ଇଣ୍ଟର୍ନ ଡାକ୍ତର

–ବାତ୍ୟା ‘ୟସ’ ପ୍ରସ୍ତୁତି ନେଇ ୩ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମୀକ୍ଷା ବୈଠକ

–ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର, ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା

–ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

–ବାତ୍ୟା ‘ୟସ’ ସମ୍ପର୍କରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଏଚ୍‌.ଆର୍‌.ବିଶ୍ବାସଙ୍କ ସୂଚନା

– ୨୬ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦ୍ବୀପ-ସାଗର ଦ୍ବୀପ ମଝିରେ ଲାଣ୍ଡଫଲ କରିବ। ବାଲେଶ୍ବର ପାଖାପାଖି ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ କରିବ

– ବାତ୍ୟା ରୂପ ନେଲା ୟାସ୍‍ ; ପାରାଦୀପଠୁ ୪୯୦ କି.ମି , ବାଲେଶ୍ୱରଠୁ ୫୯୦ କି.ମି ଦୂରରେ ବାତ୍ୟା,  ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟା ରୂପ ନେବ

-ଗଭୀର ଅବପାତ ବାତ୍ୟାରେ ପରିଣତ ; ୨ ରୁ ୪ ମିଟର ଜୁଆର ଉଠିବା ସହ ୨୫ ତାରିଖ ମଧ୍ୟରାତ୍ରରେ ପବନର ବେଗ ବଢିବ

–ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା-୨୨ ଏନଡିଆରଏଫ ଟିମ୍ ଆସିଯାଇଛି, ଆଜି ଆଉ ୩୦ ଟିମ୍ ଆସିବେ

–ଓଡ୍ରାଫ୍ ଟିମ୍ ୫୦ରୁ ୬୦ ଓ ଅଗ୍ନିଶମ ଟିମ୍ ୧୭୫ରୁ ୨ଶହ ପ୍ରସ୍ତୁତ, ୩୫ଟି ଗଛକଟା ଟିମ୍, ପୂର୍ତ୍ତର ୧୬୫ ଓ ଗ୍ରାମ୍ୟ ଉନ୍ନୟନର ୩ଶହ ଟିମ୍ ପ୍ରସ୍ତୁତ

ବାତ୍ୟା ୟସ ମୁକାବିଲା ; ବରିଷ୍ଠ ଆଇପିଏସ , ଆଇଏଏସଙ୍କୁ ୫ ଜିଲାର ଦାୟିତ୍ୱ

– ବାତ୍ୟା ୟସ ମୁକାବିଲା ପାଇଁ ୮୦୦ ଓଡ୍ରାଫ କର୍ମଚାରୀ ସାମିଲ

– ବାତ୍ୟା ମୁକାବିଲା ନେଇ ବରିଷ୍ଠ ସଚିବଙ୍କୁ ମିଳିଲା ଜିଲା ଦାୟିତ୍ୱ ; ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ୱ

– ବାତ୍ୟା ୟସ ପାଇଁ ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି ; ପାରାଦ୍ୱୀପ, ଧାମରା, ପୁରୀ ଓ ଗୋପାଳପୁର ପାଇଁ ୪ ନଂ ବିଦପ ସଙ୍କେତ

– ରାଜ୍ୟରେ ବୃଦ୍ଧି ପାଉଛି କରୋନା ମୃତ୍ୟୁ ; ଦିନକରେ ଆଉ ୩୨ ଆକ୍ରାନ୍ତ ମୃତ

– ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୧୩୩ ଚିହ୍ନଟ

–ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୬୧୪, ମୋଟ ଆରୋଗ୍ୟ ସଂଖ୍ୟା ୬୦୧୨୨୪କୁ ବୃଦ୍ଧି

–କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକ,ସଂଗ୍ରାମ ମହାପାତ୍ର କରୋନାରେ ପ୍ରାଣ ହରାଇଥିବା ସୂଚନା ମିିଳିଛି

– ବିପିୟୁଟି ସେମିଷ୍ଟର ପରୀକ୍ଷା ସ୍ଥଗିତ

– ଗମ୍ଭୀରଙ୍କ ଦ୍ବାରା କରୋନା ଔଷଧ ଫାବିଫ୍ଲୁ ବଣ୍ଟନର ତଦନ୍ତ ନିର୍ଦେଶ​‌ ଦେଲେ ଦିଲ୍ଲୀ ହାଇକୋର୍ଟ

– ରାଜସ୍ଥାନରେ କରୋନାର ୩ୟ ତରଙ୍ଗ ! ୨ ଜିଲାରେ ୬ ଶିଶୁ ସଂକ୍ରମିତ

– ଦିନକରେ ନୂଆ କରୋନା ସଂକ୍ରମିତ ୨.୨୨ ଲକ୍ଷ; ମୃତ ୪,୪୫୪

– ନ୍ୟୁୟର୍କରେ ପହଞ୍ଚିଲେ ଜୟଶଙ୍କର, ଟିକା ଆମଦାନୀ ନେଇ କରିବେ ଆଲୋଚନା

– ଏଲୋପାଥିକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ

– ଜୁନ ମାସରୁ ପିଲାଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷା

– ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ

– ଏନପିଏସ୍‍ ସମସ୍ତଙ୍କ ପାଇଁ ସର୍ବୋତ୍ତମ ଅବସରକାଳୀନ ନିବେଶ ହୋଇନପାରେ

– ଭାରତ-ପ୍ରଶାନ୍ତ ମହାସାଗର ଅଭିମୁଖେ ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ ; ଚୀନ ଉପରେ ରଖିବ କଡା ନଜର

– ଜଳବାୟୁ ପରିବର୍ତ୍ତନ ରୋକିବା ପ୍ରୟାସ: ପୋପଙ୍କ ପାଇଁ ନୂଆ ବିଦ୍ୟୁତଚାଳିତ ଗାଡି

– କରୋନା ସାମ୍ନାକୁ ଆସିବା ପୂର୍ବରୁ ସଂକ୍ରମିତ ହୋଇଥିଲେ ଉହାନ ପରୀକ୍ଷାଗାରର ୩ କର୍ମଚାରୀ

– ଚୀନରେ ପ୍ରତିକୂଳ ପାଗ ଯୋଗୁ ୨୧ ଧାବକ ମୃତ

– ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସମୁଦ୍ର ପହଁରି ସ୍ପେନ ପହଞ୍ଚିଲା ମରକ୍କୋ ବାଳକ

– ଆତଙ୍କ ଖେଳାଇବାକୁ ହତ୍ୟାର ଭିଡିଓ କରିଥିଲେ ସୁଶିଲ କୁମାର- ପୁଲିସ

Comments are closed.