ରାତି ୯ଟା ମୁଖ୍ୟ ଖବର

–ଦେଶରେ ଆଜି ସନ୍ଧ୍ୟା ସୁଦ୍ଧା ୧୮ କୋଟି ୧୪ଲକ୍ଷ ୫୯ହଜାର ୮୧ ଜଣଙ୍କୁ ଟିକାକରଣ କରାଯାଇଥିବା ସୂଚନା
–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କୋଭିଡ ଓ ଟିକାକରଣ ସଂକ୍ରାନ୍ତ ସ୍ଥିତି ଉପରେ ଉଚ୍ଚସ୍ତରୀୟ ବୈଠକ
–ସାପ୍ତାହିକ କୋଭିଡ ପରୀକ୍ଷା ହାର ମାର୍ଚ୍ଚ ପ୍ରାରମ୍ଭରେ ୫୦ ଲକ୍ଷରୁ ବୃଦ୍ଧି ପାଇ ବର୍ତ୍ତମାନ ୧.୩ କୋଟିରେ ପହଞ୍ଚିଲା
–ସ୍ଥାନୀୟ କଣ୍ଟେନମେଣ୍ଟ ରଣନୀତି ବର୍ତ୍ତମାନ ସମୟର ଆବଶ୍ୟକତା : ପ୍ରଧାନମନ୍ତ୍ରୀ
–ଅଧିକ ପଜିଟିଭିଟି ହାର ଥିବା କ୍ଷେତ୍ରରେ ପରୀକ୍ଷା ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
–ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ପରୀକ୍ଷା ଓ ନିରୀକ୍ଷଣ ଉପରେ ଗୁରୁତ୍ବ ଦେବା ଲାଗି ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବୃଦ୍ଧି କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
–ଗ୍ରାମାଞ୍ଚଳରେ ମୁକାବିଲାକୁ ସୁଦୃଢ଼ କରିବା ଲାଗି ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସମସ୍ତ ଉପକରଣ ସହିତ ସଶକ୍ତ କରିବା ଉଚିତ୍ : ପ୍ରଧାନମନ୍ତ୍ରୀ
–ଗ୍ରାମାଞ୍ଚଳରେ ଅକ୍ସିଜେନ ଯୋଗାଣର ଉପଯୁକ୍ତ ବିତରଣ ସୁନିଶ୍ଚିତ କରିବା ଗୁରୁତ୍ବପୂର୍ଣ୍ଣ : ମୋଦୀ
–୧୫ଟି ଜିଲ୍ଲାରେ ୧୯ଟି ମେଡ଼ିକାଲ ଅମ୍ଳଜାନ ପ୍ଲାଂଟ୍ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର
–ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ
–ବିନା ଭକ୍ତରେ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ
–ଆଖଣ୍ଡଳମଣିଙ୍କ ମନ୍ଦିରରେ ୨୧ଦିନ ବ୍ୟାପୀ ଚନ୍ଦନଯାତ୍ରା ଆରମ୍ଭ, କୋଭିଡ କଟକଣା ସହ ଭିତରବେଢାରେ ଚାପନୀତି ସମ୍ପନ୍ନ
– ୩.୮୦କୋଟି ଟିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ
– କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। କମିଟି ଯେଉଁ ପରାମର୍ଶ ଦେବ ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ।
–ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୦ ହଜାର ୭୮୧ କୋରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୨ ହଜାର ୪୫୫କୁ ବୃଦ୍ଧି
–ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଆଜି ୧,୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୭୪ ଓ ସ୍ଥାନୀୟ ଅଂଚଳରୁ ୯୪୪ଜଣ ଆକ୍ରାନ୍ତ ଚିହ୍ନଟ
–ଅକ୍ଷୟ ତୃତୀୟାରେ ସୁନା ବ୍ୟବସାୟ ଛଡାଇନେଲା କରୋନା
– କୋହଲି ଚଳିତ ପିଢ଼ିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ: ମହମ୍ମଦ ୟୁସୁଫ
Related Posts
Comments are closed.