ରାତି ୯ଟା-ମୁଖ୍ୟ ଖବର

–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା : ଦେଶର ସବୁ ନାଗରିକଙ୍କୁ ମାଗଣାରେ ଟିକା

–ଜୁନ୍ ୨୧ ଠାରୁ ସମସ୍ତଙ୍କୁ ମାଗଣାରେ ଟିକା,ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ

–କେନ୍ଦ୍ର ସରକାର ଉତ୍ପାଦନର ୭୫% ଟିକା ନିଜେ କିଣିବେ ଓ ରାଜ୍ୟ ସରକାରମାନଙ୍କୁ ମାଗଣାରେ ଦେବେ।

–ନଭେମ୍ବର ମାସ ଯାଏ ଲୋକଙ୍କୁ ମିଳିବ ମାଗଣା ରାସନ, ୮୦ କୋଟି ଲୋକଙ୍କୁ ମାଗଣା ରାସନ

–ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

-କରୋନାର ଦ୍ବିତୀୟ ଲହରରେ ଆମର ଲଢ଼େଇ ଜାରି ରହିଛି, ଅନେକ ନିଜ ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି।
–ବିଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ। ଏଭଳି ମହାମାରୀ ଆଧୁନିକ ବିଶ୍ବ କେବେ ଦେଖିଥିଲା ନା ଅନୁଭବ କରିଥିଲା, ଏଭଳି ମହାମାରୀ ବିରୋଧରେ ଦେଶ ଏକାଠି ହୋଇ ଲଢ଼ିଛି

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟିକାକରଣକୁ ଏକ ମିଶନ ଭାବେ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

 ପ୍ରତିଟି ଜୀବନ ମୂଲ୍ୟବାନ, ଟିକାକରଣ ନହେଲେ କେହି ବିପଦମୁକ୍ତ ନୁହଁନ୍ତି

–ରାଜ୍ୟରେ କମୁଛି କରୋନା ସଂକ୍ରମଣ ହାର। ଆଜି ୯.୧ ପ୍ରତିଶତକୁ ଖସି ଆସିଛି ସଂକ୍ରମଣ ହାର-ସ୍ବାସ୍ଥ୍ୟ ନିର୍ଦେଶକ

–ଏକାମ୍ର କ୍ଷେତ୍ର ବିକାଶ ଯୋଜନା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର। ୧୯ ଜଣିଆ ଉପଦେଷ୍ଟା କମିଟି, ସଂତୃପ୍ତ ମିଶ୍ର କମିଟିର ଅଧ୍ୟକ୍ଷ ନିଯୁକ୍ତ

–ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟରେ ତାଲାବନ୍ଦ କୋହଳ। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟରେ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ। ଦିଲ୍ଲୀରେ ଅଡ-ଇଭିନ ଫର୍ମୁଲାରେ ଅନ୍‌ଲକ

– ମହାରାଷ୍ଟ୍ରରେ ୫ଟି ପ୍ରକ୍ରିୟାରେ ଖୋଲୁଛି ତାଲାବନ୍ଦ।

– ଦ୍ବାଦଶ ଶ୍ରେଣୀ ମାର୍କ ଅପଲୋଡ୍‌ କରିବା ପାଇଁ ସବୁ ସ୍କୁଲକୁ ନିର୍ଦେଶ ଦେଲା ସିବିଏସ୍‌ଇ।

–ଅନଲାଇନରେ ଆସେସ୍‌ମେଣ୍ଟ କରି ଜୁନ ୨୮ ସୁଦ୍ଧା ଅପଲୋଡ୍‌ କରିବାକୁ ନିର୍ଦେଶ। କରୋନା ପାଇଁ କିଛି ସ୍କୁଲ ପ୍ରାକ୍ଟିକାଲ ଓ ଇଣ୍ଟରନାଲ ଆସେସ୍‌ମେଣ୍ଟ କରିନାହାନ୍ତି।

–ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ +୨ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ। ବୈଠକରେ କମିଟିର ସମସ୍ତ ୧୪ ସଦସ୍ୟଙ୍କ ନିଜ ନିଜ ଉପସ୍ଥାପନ।

–ସଦସ୍ୟମାନଙ୍କ ମତାମତକୁ ବିଶ୍ଲେଷଣ କରି ଖୁବ ଶୀଘ୍ର ଏକ ଫର୍ମୁଲା ବାହାରିବ। ମୂଲ୍ୟାୟନ ଫର୍ମୁଲାକୁ ନେଇ ପୁଣି ଥରେ ବୈଠକ ବସି ଆଲୋଚନା ହେବ।

–ଏଣିକି ବିନା ରକ୍ତ ନମୁନାରେ ଜାଣିହେବ ରକ୍ତଶୂନ୍ୟତା, ରକ୍ତ ସର୍କରା ସ୍ଥିତି ଓ ଯକୃତ, ଫୁସ୍‌ଫୁସ୍‌ ଏବଂ ବୃକକ୍‌ ସମସ୍ୟା

–ସ୍ୟାଟ ଉଚ୍ଛେଦ; କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହାଇକୋର୍ଟରେ କାଏମ

–ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୪୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୨୯୫

–ବଡ଼ବିଲ ଅଞ୍ଚଳରେ ବିଧବା ମହିଳାଙ୍କୁ ୩ ଦିନ ଧରି ଗଣ ଦୁଷ୍କର୍ମ
–ବଲାଙ୍ଗିରି: ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧରୁ ତୁମୁଳକାଣ୍ଡ। ଦେଓଗାଁ ଠାରେ ଧାନ ଭର୍ତ୍ତି ଜାତୀୟ ଅବରୋଧ ବେଳେ ହାତାହାତୀ।

–କଟକ ସହରରୁ ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ। ମର୍କତ ନଗର ଫେଜ ୨ ଥାନା ଓ ସ୍ପେଶାଲ ସ୍କ୍ବାଡ ପୁଲିସ ଜବତ କଲା ୧ କେଜି ୩୮ ଗ୍ରାମ ବ୍ରାଉନସୁଗାର । ୩ ଜଣଙ୍କୁ ଗିରଫ ସହ କାର ଓ ବାଇକ ଜବତ

–ସମ୍ବଲପୁର: ୬୨ ଗ୍ରାମ ବ୍ରାଉନସୁଗାର ଜବତ, ୩ ବେପାରୀ ଗିରଫ

–ତୈଳଦର ବୃଦ୍ଧିକୁ ନେଇ ବିଜେଡ଼ି-ବିଜେପି ଆରୋପ ପ୍ରତ୍ୟାରୋପ। କେନ୍ଦ୍ରକୁ ଦୋଷ ନ ଦେଇ ରାଜ୍ୟ ଟିକସ ଛାଡ଼ କରୁ-ବିଜେପି
–୬ଟି ଇସିଏମ୍‌ଓ ଆଣିବାକୁ ଚେଷ୍ଟା କରୁଛୁ କହିଲେ ଡିଏମ୍‌ଇଟି
–ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ପିଲାଙ୍କୁ ଟିକା ବ୍ୟବସ୍ଥା। ସ୍ବତନ୍ତ୍ର ଡ୍ରାଇଭରେ ପିଲାଙ୍କୁ ଦିଆଯିବ ଟିକା।

–ପାକିସ୍ଥାନର ଘୋଟକି ଜିଲାର ଧାରକି ନାମକ ସହର ନିକଟରେ ୨ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୪୫୩ ଏବଂ ସ୍ଥାନୀୟ ସଂକ୍ରମିତ ୨୬୬୫ , କଟକ ଜିଲାରୁ ସର୍ବାଧିକ ୬୪୦
–ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ବୃଦ୍ଧି ; ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୧ ଆକ୍ରାନ୍ତ ଆଖି ବୁଜିଛନ୍ତି, ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପହଞ୍ଚିଛି

–ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୪୨୭ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୯ହଜାର ୧୮୬ରେ ପହଞ୍ଚିଛି

–ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ; ୨ ଗିରଫ

–ଅବସରର ଚାରିବର୍ଷ ପରେ ମିଳିଲା ପଦୋନ୍ନତି; ବ୍ରିଗେଡିୟରରୁ ମିଳିଲା ମେଜର ଜେନେରାଲ ପାହ୍ୟା

–କରୋନା ଭୂତାଣୁ ଗବେଷଣା ପାଇଁ ପେଣ୍ଟାଗନ ଦେଇଥିଲା ୩୯ ନିୟୁତ ଡଲାର

–ପିଟର ଡାସକଙ୍କ ଏନଜିଓକୁ ଦିଆଯାଇଥିଲା ଅର୍ଥ; ଉହାନ ଲାବୋରେଟୋରୀରେ ଚାଲିଥିଲା ଗବେଷଣା
ପାକିସ୍ତାନରେ କୋଭିଡର ସାନି ଲହର ଆଶଙ୍କା

–ପ୍ରତିକୂଳ ପାଗକୁ ନେଇ ଚିନ୍ତାରେ ଚୀନ ; ୯୦% ସୈନ୍ୟଙ୍କୁ ଅଦଳ ବଦଳ କରୁଛି

–ଖେଳନା ତିଆରିରେ ପ୍ରଥମ, ଢ଼େଙ୍କାନାଳର ଝିଅ ମୁସ୍କାନ

–କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା, ଏସ୍‌ସିବିରେ ଖୋଲିବ ‘ଏକ୍‍ମୋ’ ୟୁନିଟ୍‍

–୯ ସୁଦ୍ଧା ଓଡ଼ିଶାରେ ମୌସୁମୀ

–ନୀଳଗିରି ଏସଡିପିଓଙ୍କ ଚଢାଉ ; ବିପୁଳ ବିଦେଶୀ ମଦ ଜବତ

Comments are closed.