ରାତି ୯ଟା – ମୁଖ୍ୟ ଖବର

– ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ
–କରୋନା ୨ୟ ଲହରରେ ମୃତ ସାମ୍ବାଦିକଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ
–ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ୬୨ଟି ବ୍ଲକରେ ୫୭୧ଟି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇଛି
–୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି, ଆବଶ୍ୟକ ଅନୁସାରେ ଅତିରିକ୍ତ ୧୦୦ଟି ଟ୍ୟାଙ୍କର୍ ପଠାଯିବା ବ୍ୟବସ୍ଥା କରାଯିବ
–ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୯୫୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୬୪୭୧୩୩କୁ ବୃଦ୍ଧି
–ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନଦେବା ଘଟଣାକୁ ନେଇ ବିିଭିନ୍ନ ମହଲରୁ ସମାଲୋଚନା
–ମମତାଙ୍କ ଉପରେ ବର୍ଷିଲେ ରାଜନାଥ : ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ବ୍ୟକ୍ତି ନୁହଁନ୍ତି ଏକ ଅନୁଷ୍ଠାନ
–ମମତାଙ୍କ ନାଟକ : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇ ଅଧଘଣ୍ଟା ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ
–ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
–ଓଡ଼ିଶାକୁ ୫୦୦କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
–ବାତ୍ୟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା
–ବାତ୍ୟାରେ ଗୁରୁତର ଆହତଙ୍କ ଲାଗି ୫୦ହଜାର ଟଙ୍କାର ସହାୟତା ଘୋଷଣା
–କ୍ଷୟକ୍ଷତି ଆକଳନ ଲାଗି ଆସିବ କେନ୍ଦ୍ରୀୟ ଟିମ। ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟକୁ ଆସିବ ଆନ୍ତଃମନ୍ତ୍ରାଳୟ ଟିମ
–ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
–ବାତ୍ୟା ‘ୟଶ୍’ର ମୁକାବିଲା ଲାଗି ଓଡ଼ିଶାକୁ ୫୦୦ କୋଟି ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ : ଧର୍ମେନ୍ଦ୍ର ପ୍ରଧାନ
–ବାତ୍ୟା ଲାଗି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା
–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷାରେ ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହିଁଲା ଓଡ଼ିଶା। ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ଦାବି କଲେ ମୁଖ୍ୟମନ୍ତ୍ରୀ।
– ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଓ ଉନ୍ନତ ଟେକ୍ନୋଲୋଜି ଏବଂ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି
-ସାମୁଦ୍ରିକ ଜୁଆର ୭/୮ମିଟର ପର୍ଯ୍ୟନ୍ତ ଉଠୁଥିବାରୁ ତା’ର ପ୍ରତିକାର ପାଇଁ ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା
–ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା : ପରବର୍ତ୍ତୀ ଶୁଣାଣି ୩୧ରେ
–କରୋନାରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ଵ ଜିଲା ପ୍ରଶାସନ ନେଉ: ସୁପ୍ରିମକୋର୍ଟ
Related Posts
Comments are closed.