ରାତି ୯ଟା-ମୁଖ୍ୟ ଖବର

-ଭାରତର ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
–କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି : ପ୍ରଧାନମନ୍ତ୍ରୀ
-ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ : ମୋଦୀ
-ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ : ପ୍ରଧାନମନ୍ତ୍ରୀ
-ଦେଶରେ ଖୁବ ଶୀଘ୍ର ଉପଲବ୍ଧ ହେବ ଆଉ ଏକ ସ୍ୱଦେଶୀ କରୋନା ଟିକା
-ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହାଇଦ୍ରାବାଦର ଟିକା ନିର୍ମାତା ବାୟୋଲୋଜିକାଲ-ଇ ସହିତ ୩୦ କୋଟି ଡୋଜ୍ ଟିକା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛି
-ରୁଷିଆର କୋଭିଡ-୧୯ ଟିକା ସ୍ପୁଟନିକ ଭି ଭାରତରେ ଉତ୍ପାଦନ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି
-ମହାରାଷ୍ଟ୍ରରେ ୫%ରୁ କମ୍ ସଂକ୍ରମଣ ଜିଲାଗୁଡିକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରାଯିବ
-ରାଜ୍ୟ ସରକାର ଘୋଷଣାକଲେ ୫ ସ୍ତରୀୟ ତାଲାବନ୍ଦ ପ୍ରତ୍ୟାହାର ଯୋଜନା
-କେରଳ ଛୁଇଁଲା ମୌସୁମୀ : ଭାରତୀୟ ପାଣିପାଗ ବିଭାଗର ସୂଚନା
-କରୋନା ସଂକ୍ରମଣର ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭିତିଭୂମି, ଅମ୍ଳଜାନ, ଔଷଧ, ସବୁ କିଛି ମହଜୁଦ ରହିଛି : ଡିଏମଇଟି ସିବିକେ ମହାନ୍ତି
– ଶ୍ରୀକ୍ଷେତ୍ରରେ ଭଉଁରି ଯାତ୍ରା, ମହାପ୍ରଭୁଙ୍କ ୨୧ଦିନ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ
– ନରେନ୍ଦ୍ର ପୁସ୍କରିଣୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ିବା ପରମ୍ପରା ରହିଛି।
– ଚକ ଡେରା ନୀତି : ପୁରୀ ବଡ଼ଦାଣ୍ଡ ରଥଖଳାରେ ଆଜି ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏ ଚକ ଲଗା ଲଗାଯାଇଛି
-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି
–ସିବିଏସଇ ଦ୍ବାଦଶ ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ଦ୍ବନ୍ଦ୍ବ ପ୍ରସଙ୍ଗ, ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ, କିଭଳି ମୂଲ୍ୟାୟନ କରାଯିବ ବିଚାର ବିମର୍ଶ ଚାଲୁ ରହିଛି।
–୨ ସପ୍ତାହ ବା ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରାଯିବ। ମୂଲ୍ୟାୟନ ପଦ୍ଧତି ସାର୍ବଜନୀନ ହେବ, ଆମେ ୱେବସାଇଟରେ ଦେବୁ। ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯିବ-ଅନୁରାଗ ତ୍ରିପାଠୀ
Related Posts
Comments are closed.