ରାତି ୯ଟା-ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟସ୍‌ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା 

ବାତ୍ୟା ‘ୟଶ’ରେ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି, ୫୨୦ କୋଟିର ସରକାରୀ ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ
ବାତ୍ୟା ‘ୟଶ’ରେ ୧୧ ହଜାର ଗାଁର ୬୦ ଲକ୍ଷ ଲୋକ ପ୍ରଭାବିତ, ଶକ୍ତି ବିଭାଗର ୧୫୦ କୋଟି ଟଙ୍କାର କ୍ଷୟକ୍ଷତି, ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ-ମୁଖ୍ୟ ସଚିବ

-ରାଉରକେଲାରେ୧୦୦ ଶଯ୍ୟା ବିଶିଷ୍ଟ ‘ଇସ୍ପାତ୍‍ ନିଦାନ କେନ୍ଦ୍ର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରିଥିବାରୁ ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ

-ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, ୬୮ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି

-କରୋନାରୁ ସୁସ୍ଥ ହେବା ପରେ କରୋନା ପରବର୍ତି ଜଟିଳତା ନେଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ

-ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ : ନବୀନ ପଟ୍ଟନାୟକ

-ଟିକା ସଂକଟ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି 

-୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚାହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି

-ଦେଶର ବୃହତ ଜନସଂଖ୍ୟାକୁ କୋଭିଡ ପ୍ରତିଷେଧକ ଟିକା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କେତେକ କୋହଳ ନୀତି ଆପଣେଇଛନ୍ତି ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ(ଡିସିଜିଆଇ) 

-ଏଣିକି ବିଦେଶରୁ ଆମଦାନୀ ହେଉଥିବା ଟିକାକୁ ପୁଣିଥରେ ପରୀକ୍ଷା କରାଯିବ ନାହିଁ

ଦେଶରେ ଅଧିକ ଟିକା ଉତ୍ପାଦନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ହାପ୍‍କିନ୍‍ ବାୟୋଫାର୍ମା କମ୍ପାନୀକୁ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଲାଗି ବ୍ୟବସ୍ଥା କରାଯାଇଛି

-ଏହି କମ୍ପାନୀ ଭାରତ ବାୟୋଟେକ୍‍ ସହିତ ମିଳିତ ଭାବେ ବାର୍ଷିକ ୨୨ କୋଟି ୮ଲକ୍ଷ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ କରିବ

-ଭାରତ ବାୟୋଟେକ୍‍ ସଂପୃକ୍ତ ହାପ୍‍କିନ୍‍ ବାୟୋଫାର୍ମାକୁ ଟିକା ପ୍ରସ୍ତୁତିର ଜ୍ଞାନକୌଶଳ ଯୋଗାଇଦେବ

-ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା

-ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ହେଲେ ସୁପ୍ରିମକୋଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର

-ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ

-ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ

-ଦେଶରେ ଏପର୍ଯ୍ୟନ୍ତ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି।

-ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ‘କୋଭିଡ୍‍-୧୯ ଟିକାକରଣ ଶିବିର’କୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-୮ ଜୁନ୍‍ ପର୍ଯ୍ୟନ୍ତ ଚାଲିବ
ଏହି ଟିକାକରଣ ଶିବିର

-ଦେଶରେ ୨୪ ଘଣ୍ଟାରେ ନୂଆ ଆଉ ୧ଲକ୍ଷ ୩୨ ହଜାର ୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ

-ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୩,୦୭,୮୩୨କୁ ବୃଦ୍ଧି ପାଇଛି

-ଚିକିତ୍ସାଧୀନ ଅବସ୍ଥାରେ ୩,୨୦୭ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨ରେ

-ଉତ୍ତରପ୍ରଦେଶ ଫିରୋଜାବାଦ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ; ଟିକା ନନେଲେ ଦରମା ନାହିଁ

-ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ;  ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୦୨ 

-ଓଡ଼ିଶାରେ ଦିନକରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୨୮୩୧କୁ ବୃଦ୍ଧି

-ଆତଙ୍କବାଦ ଦମନ ପାଇଁ ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀରେ ଦୃଢମତ

-ଚଳିତ ବର୍ଷ ଆତଙ୍କବାଦ ଦମନ ନିମନ୍ତେ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରସମୂହ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟାନ୍ୱୟନ ଯୋଜନା ଚୂଡାନ୍ତ କରିବାକୁ ହୋଇଛନ୍ତି ପ୍ରତିବଦ୍ଧ

-ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି

-ନେହରୁ ଓ ଜବାହାର ଇନଷ୍ଟିଚ୍ୟୁଟର ଏଭରେଷ୍ଟ ଆରୋହଣ ; ଦୁଇ ପ୍ରତିଷ୍ଠାନ ପକ୍ଷରୁ ପ୍ରଥମ ମିଳିତ ଅଭିଯାନ
ଇଲେକଟ୍ରନିକ ଯାନ ପାଇଁ ଲାଗୁ ହେବନାହିଁ ରେଜିଷ୍ଟ୍ରେସନ ଦେୟ

-ରାଜଧାନୀକୁ ଟପିଗଲା ମାଲଗାଡି ; ଉତ୍ସର୍ଗୀକୃତ ପଣ୍ୟ କରିଡରରେ ଘଣ୍ଟାକୁ ପ୍ରାୟ ୧୦୦ କିଲୋମିଟର ବେଗରେ ଚାଲିଲା ମାଲବାହୀ ଟ୍ରେନ

-ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ)ର ଲାଭ କରିଛି ମଞ୍ଜୁରି

-କରୋନା-୨୦୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ହରାଇଛନ୍ତି ଚାକିରି

-କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମଆଇଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ବ୍ୟାସ ଦେଇଛନ୍ତି ସୂଚନା

-ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ଆଲାପନ୍‌ ବନ୍ଦୋପାଧ୍ୟାୟଙ୍କ ବଢ଼ୁଛି ଅଡ଼ୁଆ

-ସ୍ୱିଜରଲାଣ୍ଡ ପରିବର୍ତ୍ତେ ପହଞ୍ଚିଲେ ପାକିସ୍ତାନରେ ; ଚାରିବର୍ଷର ପ୍ରତୀକ୍ଷା ପରେ ଫେରିଲେ ଭାରତୀୟ ଆଇଟି କର୍ମଚାରୀ

-ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ

-ଟି୨୦ ବିଶ୍ବକପ୍‌ ଭାରତରେ ଆୟୋଜନ ହେବ କି ନାହିଁ, ଜୁନ୍ ୨୮ ସୁଦ୍ଧା ଜଣାଅ – ଆଇସିସି

Comments are closed.