ସନ୍ଧ୍ୟା ୫ଟା – ମୁଖ୍ୟ ଖବର

 

– ଆଇଏଲ୍‌ଏସ ନିର୍ଦେଶକ ଡ.ଅଜୟ ପରିଡ଼ାଙ୍କ ସୂଚନା-ରାଜ୍ୟରେ ମେ’ ୧୫ ପରେ ତଳକୁ ଖସିବାରେ ଲାଗିଛି କରୋନା ସଂକ୍ରମଣ। ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ଟିକିଏ ଅଧିକ ସଂକ୍ରମଣ ରହୁଛି। ଆଉ ୧୦ରୁ ୧୫ଦିନ ଭିତରେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଯିବ।

– ଓଡ଼ିଶାରେ ମୃତ୍ୟୁ ହାର ଜାତୀୟ ସ୍ତର ଅପେକ୍ଷା କମ୍ ରହିଛି। ଅନ୍ୟ ରୋଗ ଯୋଗୁ କୋଭିଡ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢୁଛି।

– ଭୁବନେଶ୍ବର: ବିଚ ରାସ୍ତାରେ ଯୁବକଙ୍କୁ ଅପହରଣ। ଡେଲଟା ଛକରେ କାରରେ ଉଠାଇ ନେଲେ ୫ ଦୁର୍ବୁତ୍ତ। ଅପହୃତ ଯୁବକ ଅନ୍ୟ ଜଣଙ୍କ ସହ ବାଇକରେ ଆସୁଥିବାବେଳେ ଅପହରଣ।

– ଡେଲଟା ଛକରେ ବାଇକ ଅଟକାଇ ଯୁବକଙ୍କୁ ଉଠାଇ ନେଇଥିଲେ ଦୁର୍ବୁତ୍ତ। ଅପହୃତ କିଏ ଓ ଅପହର୍ତ୍ତା କିଏ ଏବଂ କାହିଁକି ଉଠାଇ ନେଲେ ସ୍ପଷ୍ଟ ହୋଇନାହିଁ।

– ଏୟାର ଲିଫ୍ଟ ହେଲେ ଅମ୍ରିତ ପ୍ରଧାନ, ୧କୋଟିରୁ ଅଧିକ ଅର୍ଥରେ ଚେନ୍ନାରେ ହେବ ଚିକିତ୍ସା । ଭୁବନେଶ୍ବର ଏୟାରପୋର୍ଟ ଯାଏ ଗ୍ରୀନ କରିଡର ଗଲା ଅମ୍ରିତଙ୍କ ଆମ୍ବୁଲାନ୍ସ। ଭୁବନେଶ୍ବର ଏମ୍‌ସରୁ ଏୟାରପୋର୍ଟ ପର୍ଯ୍ୟନ୍ତ ୧୧ ମିନିଟରେ ପହଞ୍ଚିଲା ଆମ୍ବୁଲାନ୍ସ।

– କରୋନା ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି ୨୪ବର୍ଷୀୟ ଅମ୍ରିତ ପ୍ରଧାନ। ପରିବାରର ଅନ୍ୟମାନେ ସଂକ୍ରମିତ ହେବା ପରେ ସଂକ୍ରମିତ ହୋଇଥିଲେ ଅମ୍ରିତ।

–ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୪୩୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୭୧୩୦୫୫କୁ ବୃଦ୍ଧି

– କଟକ: ୧ କୋଟି ୧୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ। ତିନି ଘରିଆ ଅଞ୍ଚଳରୁ ୧କେଜି ୧୨୦ ଗ୍ରାମ ବ୍ରାଉନ ସୁଗାର କମିଶନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାଡ ଓ ମଧୁପାଟଣା ପୁଲିସ ଦ୍ବାରା ଜବତ। ୩ଜଣଙ୍କୁ ଗିରଫ ସହ ୧୭ହଜାର ଟଙ୍କା ଓ ୪ ମୋବାଇଲ ଜବତ

– ଦେଶରେ ଖୁବ ଶୀଘ୍ର ଉପଲବ୍ଧ ହେବ ଆଉ ଏକ ସ୍ୱଦେଶୀ କରୋନା ଟିକା
– ଟିକାକରଣ କାର୍ୟ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହାଇଦ୍ରାବାଦର ଟିକା ନିର୍ମାତା ବାୟୋଲୋଜିକାଲ-ଇ ସହିତ ୩୦ କୋଟି ଡୋଜ୍‍ ଟିକା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛି
– ରୁଷିଆର କୋଭିଡ-୧୯ ଟିକା ସ୍ପୁଟନିକ ଭି ଭାରତରେ ଉତ୍ପାଦନ କରିବାକୁ ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି
– ମହାରାଷ୍ଟ୍ରରେ ୫%ରୁ କମ୍‍ ସଂକ୍ରମଣ ଜିଲାଗୁଡିକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରାଯିବ
– ରାଜ୍ୟ ସରକାର ଘୋଷଣାକଲେ ୫ ସ୍ତରୀୟ ତାଲାବନ୍ଦ ପ୍ରତ୍ୟାହାର ଯୋଜନା

– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ତୃତୀୟ ପର୍ୟ୍ୟାୟରେ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି
– ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦେଶକ ଭାବେ କାର୍ୟ୍ୟରେ ଯୋଗଦେଲେ ଇନ୍ଦ୍ରମଣୀ ତ୍ରିପାଠୀ

– ଶ୍ରୀକ୍ଷେତ୍ରରେ ଚାଲିଛି ଭଉଁରି ଯାତ୍ରା। ମହାପ୍ରଭୁଙ୍କ ୨୧ଦିନ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ।
– ନରେନ୍ଦ୍ର ପୁସ୍କରିଣୀରେ ବିଜେ କଲେ ମହାପ୍ରଭୁ। ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ିବା ପରମ୍ପରା ରହିଛି।

– ପୁରୀ ବଡ଼ଦାଣ୍ଡ ରଥଖଳାରେ ଆଜି ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏ ଚକ ଲଗା ଲଗାଯାଇଛି ; ଏହାକୁ ଚକ ଡେରା ନୀତି କୁହାଯାଏ

– ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ ବିଜୟ ସାହୁଙ୍କ ପରଲୋକ। ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ପରଲୋକ।

–କରୋନା ଜଟିଳତା ନେଇ ଗୁରୁତର ଥିଲେ ବିଜୟ ସାହୁ। ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ପଠାଯାଇଥିଲା।

–କୋରାପୁଟ ସାଂସଦ ସପ୍ତଗିରି ଇଲାକାଙ୍କୁ ଛତିଶଗଡ଼ ଦାୟିତ୍ବ ଦେଲା କଂଗ୍ରେସ। ସପ୍ତଗିରିଙ୍କୁ ଛତିଶଗଡ଼ ଇନଚାର୍ଜ ଭାବେ ନିଯୁକ୍ତି ଦେଲେ କଂଗ୍ରେସ ଅଧ୍ୟକ୍ଷା। ଦଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତି ସହ ଛତିଶଗଡ଼ ଇନଚାର୍ଜ କଲେ।

–ସିବିଏସଇ ଦ୍ବାଦଶ ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ଦ୍ବନ୍ଦ୍ବ ପ୍ରସଙ୍ଗ। ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ କହିଲେ ସିବିଏସ୍‌ଇ କର୍ତ୍ତୃପକ୍ଷ।

–ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା। ପରୀକ୍ଷା ବାତିଲ ହୋଇ ସାରିଛି, ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ନ ହେଉ। କିଭଳି ମୂଲ୍ୟାୟନ କରାଯିବ ବିଚାର ବିମର୍ଶ ଚାଲୁ ରହିଛି।

–୨ ସପ୍ତାହ ବା ୧୫ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ କରାଯିବ। ମୂଲ୍ୟାୟନ ପଦ୍ଧତି ସାର୍ବଜନୀନ ହେବ, ଆମେ ୱେବସାଇଟରେ ଦେବୁ। ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯିବ-ଅନୁରାଗ ତ୍ରିପାଠୀ

– କୋଭିଡ ପ୍ରଭାବିତ ୨୦୨୧ ପରିବାରର ପିଲାଙ୍କ ଶିକ୍ଷାଦାନରେ ସହଯୋଗ କରିବେ କୋଟାର ଶିକ୍ଷକ

– ସ୍ୱର୍ଗତଃ ବିଜୟଶ୍ରୀ ରାଉତରାୟଙ୍କୁ ବିଜୁ ଜନତା ଦଳ ନେତୃମଣ୍ଡଳୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

– ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବେଢଛେଲୁ ଗାଁରେ ଏକ ଅଭାବନୀୟ ଘଟଣା ; ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

– ପୃଥିବୀ ଘୂର୍ଣ୍ଣନର ବେଗ ବଦଳୁଛି: ହେବ କି ବିପଦର କାରଣ?

– ଜି ଅର୍ଥାତ ଜୁନ୍‍ ୩ ତାରିଖରେ ବଲିଉଡ ସୁପରଷ୍ଟାର ଅମିତାଭ ବଚନ ଜୟା ଭାଦୁଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ସେମାନେ ୪୮ତମ ବିବାହ ବାର୍ଷିକୀ କରୁଛନ୍ତି ପାଳନ

– ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୯୪୮ ଏବଂ ସ୍ଥାନୀୟ ସଂକ୍ରମିତ ୩୮୯୧, ଦିନକରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ

– ଦେଶରେ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୩୪ ହଜାର ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୪,୪୧,୯୮୬କୁ ବୃଦ୍ଧି ପାଇଛି

– ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ମିଳିବ ତାଜା ସେଓ, କମଳା, ଲେମ୍ବୁ ଓ ପିଆଜ

– କୋଭିଡ ପ୍ରଭାବ: ୨ ମାସରେ ୧୫ ଲକ୍ଷ କୋଟି ଟଙ୍କା ବ୍ୟବସାୟିକ କ୍ଷତି

– ସୁରଟ ସହର ନିକଟ କାଠୋର ଗ୍ରାମରେ ଦୂଷିତ ପାଣି ପିଇ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୫୦ ଜଣ ଗୁରୁତର ଅସୁସ୍ଥ ହୋଇପଡିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

– ଦେଶରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସର୍ବୋଚ୍ଚ ଅଦାଲତଙ୍କ ସମାଲୋଚନା

– ଦେଶରେ ଯେତିକି ସଂଖ୍ୟାରେ କୋଭିଡ ଟିକାକରଣ କରାଯାଉଛି, ସେଥିମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ। କମ୍‍ ସଂଖ୍ୟକ ମହିଳା ଟିକା ନେବାକୁ ଆସୁଥିବା ଜଣାଯାଇଛି

– ଖେଳାଳିଙ୍କ ମାନସିକ ସୁସ୍ଥତା ନିହାତି ଆବଶ୍ୟକ: କୋହଲି, ଇଂଲଣ୍ଡ ଗସ୍ତରେ ଗଲା ଭାରତୀୟ କ୍ରିକେଟ୍‌ ଦଳ

– ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ୩ ମ୍ୟାଚ୍‌ ବିଶିଷ୍ଟ ହେଉ: ଶାସ୍ତ୍ରୀ

– ଗୁଇନ୍ଦା ଓ ସୁରକ୍ଷା ଅଧିକାରୀଙ୍କ ପାଇଁ ସରକାର ଚାକିରି ନିୟମାବଳୀରେ ସଂଶୋଧନ କରିଛନ୍ତି। ସଂଶୋଧନ ନିୟମ ଅନୁଯାୟୀ ସରକାରଙ୍କ ବିଭିନ୍ନ ଗୁଇନ୍ଦା ବିଭାଗ କିମ୍ବା ସୁରକ୍ଷା ବାହିନୀରେ କାର୍ଯ୍ୟ କରିଥିବା ଅଧିକାରୀମାନେ କୌଣସି ତଥ୍ୟ କରିପାରିବେ ନାହିଁ ସର୍ବସାଧାରଣରେ ପ୍ରକାଶ

– ଆସାମର ହୋଜାଇରେ ଡାକ୍ତରଙ୍କୁ ବର୍ବର ଆକ୍ରମଣ: ୨୪ ଗିରଫ

– ଟିକା ମହଜୁଦ ନଥାଇ ଅଧିକରୁ ଅଧିକ ଟିକା କେନ୍ଦ୍ର ଖୋଲିବା ଭଳି ନିଷ୍ପତ୍ତି ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଚାରପତି ରେଖା ପାଲି କହିଛନ୍ତି ଯେ ଦିଲ୍ଲୀ ସରକାର ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ପାନ ଟିକା ଯୋଗାଇବା ନିଶ୍ଚିତ କରିବା ଦରକାର

Comments are closed.