ରାତି ୮ଟା – ମୁଖ୍ୟ ଖବର

–ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ହେବ ଟିକାକରଣ। ଏକ ମାମଲାର ଶୁଣାଣି କରି ସୁପ୍ରମିକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର।

–କୋଭିଡ-୧୯ ପରିଚାଳନା ସଂକ୍ରାନ୍ତରେ ଏକ ‘ସୁଓ ମୋଟୋ’ ମାମଲାର ଶୁଣାଣି। ସବୁ ଯୋଗ୍ୟ ନାଗରିକଙ୍କୁ ଟିକାକରଣ ପ୍ରସଙ୍ଗରେ ଅବଗତ କରାଇଲେ କେନ୍ଦ୍ର ସରକାର।

–ଚାହିଦାଙ୍କୁ ଦେଖି ସ୍ବଦେଶୀ ଟିକା ଉତ୍ପାଦନ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ଯଥେଷ୍ଟ-ସଲିସିଟର ଜେନେରାଲ
–ସମଗ୍ର ଦେଶ ପାଇଁ ଟିକା ଯୋଗାଡ଼ କରିବା ଦାୟିତ୍ବ କେନ୍ଦ୍ର ସରକାର ବହନ କରିବା ଉଚିତ:ସୁପ୍ରମିକୋର୍ଟ

–କୋଭିଡ ମହାମାରୀ ସମୟରେ ହେଉଛି ରକ୍ତଦାନ ଶିବିର। ରକ୍ତଦାନ ପୂର୍ବରୁ କୋଭିଡ ଟେଷ୍ଟ ପାଇଁ ପ୍ରୋଟୋକଲ ନାହିଁ।
–ରାଜ୍ୟରେ ରକ୍ତ ଦେଇ ସାରିବା ପରେ କରୋନା ପଜିଟି ବାହାରିଲେ ରକ୍ତଦାତା। ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ କହିଲେ ଡାକ୍ତର

–ଦ୍ବିତୀୟ ପର୍ୟ୍ୟାୟ ତାଲାବନ୍ଦ ଆଜି ସରିଲା, ଆସନ୍ତାକାଲିଠାରୁ ତୃତୀୟ ପର୍ୟ୍ୟାୟ ତାଲବନ୍ଦ ଆରମ୍ଭ ହେବ
–ସୁନ୍ଦରଗଡ଼ ଜିଲାକୁ ନେଇ ଉଠିଲା ପ୍ରଶ୍ନ। ମେ ୨୪ରୁ ୩୦ ପର୍ୟ୍ୟନ୍ତ ଟିପିଆର ୧୧.୦୫ ପ୍ରତିଶତ ରହିଛି।

–ମେ’ ମାସରେ ରାଜ୍ୟରେ ମୋଟ ୩ଲକ୍ଷ ୨୦ହଜାର କରୋନା ସଂକ୍ରମିତ ମାମଲା ଚିହ୍ନଟ, ୭୧୧ ମୃତ

–ନୂଆପଡ଼ାରେ କରୋନା ସ୍ଥିତି: ମେ ୨୪ରୁ ୩୦ ପର୍ୟ୍ୟନ୍ତ ଟିପିଆର ୯.୭୩ ପ୍ରତିଶତ ରହିଛି

–ଗଜପତିରେ କରୋନା ସ୍ଥିତି: ମେ ୨୪ରୁ ୩୦ ପର୍ୟ୍ୟନ୍ତ ଟିପିଆର ୭.୦୫ ପ୍ରତିଶତ ରହିଛି

–୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାରରେ ହ୍ରାସ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ବିଯୁକ୍ତ ୭.୩%। ୨୦୨୦-୨୧ ଆର୍ଥିକ ବର୍ଷର ଶେଷ ତ୍ରିୟମାସିକରେ ଅଭିବୃଦ୍ଧି ହାର ୧.୬%। ୨୦୧୯-୨୦ରେ ଏହି ସମୟରେ ୪% ବୃଦ୍ଧି ଘଟିଥିଲା।

–ମୌସୁମୀ ଆସିବା ଆଗରୁ ଓଡ଼ିଶା ଆକାଶରେ ପ୍ରାକ୍‌ ମୌସୁମୀର ସଙ୍କେତ।  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଏକାଧିକ ଜିଲାରେ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ।

–ଗତ କିଛି ଦିନ ହେଲା ଉପକୂଳ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗୁଳୁଗୁଳି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକଠାରୁ କମ ରହିଛି। ପ୍ରଚୁର ଜଳୀୟ ବାଷ୍ପ ଯୋଗୁ ଏଭଳି ଗୁଳୁଗୁଳି ଅନୁଭୂତ ହେଉଛି।

–ଭୁବନେଶ୍ବର ଝାରପଡ଼ା ଜେଲରେ ବିଭିନ୍ନ ସ୍ଥିତିର ସମୀକ୍ଷା କଲେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ। ଜେଲରୁ ବାରମ୍ବାର ମୋବାଇଲ ଫୋନ ଓ ଗଞ୍ଜେଇ ମିଳିବା ନେଇ ବିଚାରବିମର୍ଶ

–ଆଜି ଭୁବନେଶ୍ବରେ ୮୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୪୬

–ଭୁବନେଶ୍ବର ଝାରପଡ଼ା ଜେଲରେ ବିଭିନ୍ନ ସ୍ଥିତିର ସମୀକ୍ଷା କଲେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ। ଜେଲରୁ ବାରମ୍ବାର ମୋବାଇଲ ଫୋନ ଓ ଗଞ୍ଜେଇ ମିଳିବା ନେଇ ବିଚାରବିମର୍ଶ

–ଯାଜପୁର: ଜାତୀୟ ରାଜପଥରେ ନିର୍ମାଣଧୀନ ପୋଲ ଭୁଷୁଡ଼ିଲା। ପାଣିକୋଇଲି ନିକଟ ବ୍ରଜରାଜନଗର ନିକଟରେ ଚାଲିଥିଲା ପୋଲ ନିର୍ମାଣ।

–ପୋଲ ଭୁଷୁଡ଼ିବାବେଳେ କାମ ବନ୍ଦ ଥିବାରୁ ମୃତାହତର ସୂଚନା ନାହିଁ। ଡାଇଭର୍ଟ ରାସ୍ତାଥିବାରୁ ଗମନାଗମନ ମଧ୍ୟ ପ୍ରଭାବିତ ହୋଇନାହିଁ।

–ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟୟ ଆଜି ଅବସର ଗ୍ରହଣ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି
–ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର

–ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଆୟୋଜନ ନେଇ ପ୍ରଶାସନର ପ୍ରସ୍ତୁତି। ସବୁ ପକ୍ଷଙ୍କଠାରୁ ମତାମତ ନିଆଯାଉଛି କହିଲେ ଜିଲାପାଳ
–କିପରି ଆୟୋଜନ କରାଯିବ କୌଣସି ନିଷ୍ପତ୍ତି ହୋଇନାହିଁ। କୋଭିଡ କଟକଣାରେ ଦେବସନ୍ନାନ ପୂର୍ଣ୍ଣିମା କିପରି ହେବ –ଆଲୋଚନା ଚାଲିଛି କହିଲେ ଜିଲାପାଳ
–ତୃତୀୟ ଲହର ସଂକ୍ରମଣ ନ ବ୍ୟାପିବା ନେଇ ବ୍ୟବସ୍ଥା ହେଉଛି। ସମ୍ବଲପୁରରେ କୋଭିଡ ସ୍ଥିତି ସମୀକ୍ଷା ପରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା
–ଖୁବ ଶୀଘ୍ର ସମ୍ବଲପୁରରେ ଆଉ ଏକ କୋଭିଡ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହେବ। ଆଗାମୀ ଦିନରେ ଝାରସୁଗୁଡ଼ା ଓ ଅନୁଗୁଳରେ ବି କୋଭିଡ ହସ୍‌ପିଟାଲ୍‌ ହେବ
–କୋଭିଡ ସେଣ୍ଟରର ସ୍ବତନ୍ତ୍ର ଯତ୍ନ ନିଆଯିବ। ଯେପରି ତୃତୀୟ ଲହର ସଂକ୍ରମଣ କରିବ ନାହିଁ
–ଆସନ୍ତାକାଲିଠାରୁ ୩ ଜିଲାରେ ଗାଡ଼ି ଶୋ’ ରୁମ୍‌ ଖୋଲିବା ଓ ପଞ୍ଜୀକରଣ ପାଇଁ ନୁମତି। ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲାରେ ଗାଡ଼ି ଶୋ’ ରୁମ୍ ଖୋଲିବ। ଶୋ’ ରୁମ୍ ଖୋଲିବା ଅନୁମତି ନେଇ ଟ୍ବିଟ କରି ସୂଚନା ଦେଲା ଏସ୍‌ଟିଏ।

–ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା ଓ ଗଜପତି ଆର୍‌ଟିଓରେ ରେଜିଷ୍ଟ୍ରେସନ। ଏହି ୪ଟି ଆର୍‌ଟିଓରେ ନୂଆଗାଡ଼ି ପଞ୍ଜିକରଣ ହେଇପାରିବ।
–ତାଲାବନ୍ଦରେ ଅନ୍ୟ ଜିଲାରେ ଗାଡ଼ି ଶୋ’ ରୁମ୍ ଖୋଲିବା ପାଇଁ ଅନୁମତି ନାହିଁ।

–ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ବାଦଶ ପରୀକ୍ଷା ନେଇ ଗୁରୁବାର ସୁଦ୍ଧା ନିଷ୍ପତ୍ତି ସମ୍ଭାବନା। ଏ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ କେନ୍ଦ୍ର ସରକାର।
–ପରୀକ୍ଷା କରାଯିବ ନା ନାହିଁ, କେନ୍ଦ୍ର ସରକାର ସର୍ବୋଚ୍ଚ କୋର୍ଟକୁ ଜଣାଇବେ। ଏନେଇ ହୋଇଥିବା ପିଆଇଏଲ୍‌ର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା।

–ବ୍ରହ୍ମପୁରରେ ଅମ୍ଳଜାନ କଳାବଜାର ଅଭିଯୋଗ
–ବାତ୍ୟା ୟସ ଓ ବନ୍ୟା ପାଇଁ ଜଳସମ୍ପଦ ବିଭାଗର ୮୭କୋଟି କ୍ଷତି। କ୍ଷୟକ୍ଷତି ନେଇ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦେଲା ବିଭାଗ
–ଏ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା। ବୃହତ ଜଳପ୍ରକଳ୍ପ ଓ ଲୁଣାବନ୍ଧରେ କ୍ଷତି ୬୯.୧୮କୋଟି
–ଡ୍ରେନେଜ୍‌ରେ ୭.୬୬ ଏବଂ ଉଠା ଜଳସେଚନରେ ପ୍ରାୟ ୨.୨୩କୋଟି କ୍ଷତି
–ମଧ୍ୟମ ପ୍ରକଳ୍ପରେ ୭.୦୮କୋଟି କ୍ଷତି ଆକଳନ କରାଯାଇଛି। ମୋଟ ୭୭ଟି ଘାଇରୁ ଏବେ ସୁଦ୍ଧା ୩୫ଟି ଘାଇ ମରାମତି କରାଯାଇଛି।
–ବାଲେଶ୍ବରରେ ଏବେ ବି କିଛି ଅଞ୍ଚଳ ଜଳମଗ୍ନ। ସମ୍ପୂର୍ଣ୍ଣ ଆକଳନ କରାଯାଇପାରି ନାହିଁ । ମୌସୁମୀ ବର୍ଷା ପୂର୍ବରୁ ସବୁ ମରାମତି ପାଇଁ ଲକ୍ଷ୍ୟ ରହିଛି।

– ଟ୍ବିଟରକୁ ନୂଆ ଆଇଟି ନିୟମ ପାଳନ କରିବାକୁ ପଡ଼ିବ: ଦିଲ୍ଲୀ ହାଇକୋର୍ଟ

– କରୋନା ୩ୟ ତରଙ୍ଗ ଆଶଙ୍କା ! ବିହାରରେ ଦିନକରେ ୪ ଶିଶୁ ମୃତ

– ଏଣିକି ୩ ସନ୍ତାନ ଜନ୍ମ ଦେଇପାରିବେ ଚୀନ ଦମ୍ପତି; ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆଇନ ବଦଳାଇଲେ ସରକାର

– ସେଣ୍ଟ୍ରାଲ ଭିଷ୍ଟା ଉପରେ ରୋକ୍‌ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ, ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

– ମୋଦୀଙ୍କୁ ମମତାଙ୍କ ଚିଠି; ମୁଖ୍ୟ ସଚିବଙ୍କୁ ପଠାଇବାକୁ ମନା କଲେ

– କଳା କବକ: ଏହି ରାଜ୍ୟରେ ଚକ୍ଷୁ ହରାଇଲେଣି ୫୪ ଜଣ, ୮୦ ମୃତ

– ଦେଶରେ ଦୈନିକ ସଂକ୍ରମଣ ୧.୫୨ ଲକ୍ଷ; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୩,୧୨୮ ସଂକ୍ରମିତ

– ବିମାନ ଦୁର୍ଘଟଣାରେ ଟାର୍ଜନ ଅଭିନେତା ଜୋ ଲାରାଙ୍କ ଦେହାନ୍ତ, ପତ୍ନୀ ସମେତ ଅନ୍ୟ ୫ ମୃତ

– ଜୁନ୍‍ ସୁଦ୍ଧା ଉପଲବ୍ଧ ହେବ ୧୨ କୋଟି ପାନ ଟିକା

– ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରୁ ଚାଲିଚାଲି ଘରକୁ ଫେରୁଥିବା ମହିଳାଙ୍କୁ ଦୁଷ୍କର୍ମ

– ଉତ୍କଟ ନିଶାଦ୍ରବ୍ୟ ମାମଲାରେ ସିଦ୍ଧାର୍ଥ ପିଠାନି ଗିରଫ, ସୁଶାନ୍ତ ରାଜପୁତଙ୍କ ଫ୍ଲାଟରେ ରହୁଥିଲେ ସିଦ୍ଧାର୍ଥ

– ମହାରାଷ୍ଟ୍ରର ଗୋଟିଏ ଜିଲାରେ ୮୦୦୦ ପିଲା କୋଭିଡ ସଂକ୍ରମିତ, ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି

– ଉହାନ୍‍ ଲାବୋରେଟୋରୀରେ ଚାଲିଛି ସାମରିକ ଗବେଷଣା- ମାଇକ ପମ୍ପିଓ

– ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ ନୂଆ ସଂକ୍ରମିତ ଚିହ୍ନଟ

– ଗୋଟିଏ ଦିନରେ ୧୪ ଜିଲାରୁ ୩୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି

– ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଏସ.ପି.ଓ. ଯବାନ ମୃତ

– ଦକ୍ଷିଣ ରାଉରକେଲାରେ ରାସ୍ତା, ଡ୍ରେନେଜ, ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ

– ଏଣିକି ୩ ସନ୍ତାନ ଜନ୍ମ ଦେଇପାରିବେ ଚୀନ ଦମ୍ପତି; ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଆଇନ ବଦଳାଇଲେ ସରକାର

Comments are closed.