ରାତି ୮ଟା – ମୁଖ୍ୟ ଖବର

–ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ। ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

–ପରାଧିନତାରୁ ମୁକ୍ତି ହେବାର ଏହା ପର୍ବ। ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ। ଅଲିମ୍ପିକ୍ସରେ ଖେଳାଳୀଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ବିତ କରିଛି। ଅଲିମ୍ପିକ୍ସରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ।

–ବାପାମା’ ଝିଅଙ୍କୁ ଆଗକୁ ବଢ଼ିବା ଲାଗି ପ୍ରେରଣା ଦେବା ଉଚିତ। କରୋନା କାଳରେ କମ ସମୟରେ ଟିକା ବାହାର କରିଥିବାରୁ ବୈଜ୍ଞାନିକଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ରାଷ୍ଟ୍ରପତି। ଦେଶରେ ବିଶ୍ବର ବଡ଼ ଟିକାକରଣ ଅଭିଯାନ ଚାଲିଛି।

–ସମସ୍ତ ଦେଶବାସୀଙ୍କୁ ଟିକା ନେବାଲାଗି ଅନୁରୋଧ କଲେ। କରୋନାର ଅନ୍ତ ଘଟିନାହିଁ, ସାବଧାନତା ଜରୁରୀ। ଦ୍ବିତୀୟ ଲହରରେ ଡାକ୍ତର ଓ ନର୍ସଙ୍କ ଅବଦାନ ପ୍ରଶଂସନୀୟ। ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି, ସେମାନଙ୍କୁ ପ୍ରଣାମ।

–ଜନକଲ୍ୟାଣ ଯୋଜନା ଉପରେ ସରକାର ଜୋର ଦେଉଛନ୍ତି। ଜମ୍ମୂକଶ୍ମିରରେ ନବଜାଗରଣ ଦେଖିବାକୁ ମିଳିଛି। ଲୋକତନ୍ତ୍ର ମାମଲାରେ ଭାରତ ସବୁଠାରୁ ଆଗରେ ରହିଛି। ଗାଁରେ ଦ୍ରୁତ ଗତିରେ ବିକାଶ ହେଉଛି।

–ଗାଁ ଓ ସହର ମଧ୍ୟରେ ଦୂରତା କ୍ରମଶଃ କମି କମି ଚାଲିଛି। ସଂସଦ ଆମ ପାଇଁ ଲୋକତନ୍ତ୍ରର ମନ୍ଦିର। ମାନବ ଜାତି ଆଗରେ ବଡ଼ ସମସ୍ୟା ମୁଣ୍ଡ ଟେକିଛି।

–ବିଶ୍ବରେ ଜଳବାୟୁ ପରିବର୍ତ୍ତନ ସମସ୍ୟ ଅତ୍ୟନ୍ତ ଗମ୍ଭୀର ହୋଇଛି। ସମସ୍ୟାରୁ ମୁକୁଳିବାକୁ ଆମକୁ ଆମ ଚାଲିଚଳଣୀରେ ତ୍ୟାଗ ଜରୁରୀ।

–ଓଡ଼ିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସହିଦ ୨ ଏସଓଜି ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ। କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଶୌର୍ଯ୍ୟଚକ୍ର।

–ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ; ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ। କଳା ପରୀକ୍ଷାଫଳରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ।

–ଛାତ୍ରଙ୍କ ପାସ ହାର ୮୫.୯୮% ଓ ଛାତ୍ରୀଙ୍କ ପାସ ହାର ୯୨.୩୪% ୯୦% ଉପରକୁ ୯୫ ଜଣ ପରୀକ୍ଷାର୍ଥୀ ନମ୍ବର ରଖିଛନ୍ତି। ରେଗୁଲାର ଓ ଏକ୍ସରେଗୁଲାରକୁ ମିଶାଇ ପାସ ହାର ୮୯.୪୯%।

–କଳାରେ ରେଗୁଲାରରେ ପାସ ହାର ୯୮.୫୮%। ୧ ଲକ୍ଷ ୮୯ ହଜାର ୩୬୩ରୁ ୧ଲକ୍ଷ ୮୬ହଜାର ୬୫୮ ପାସ

–ରେଗୁଲାରରେ ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ପାସ ହୋଇଥିବା ବେଳେ ୨ୟ ଶ୍ରେଣୀରେ ୪୬ ହଜାର ୧୦୧। ପରୀକ୍ଷାର୍ଥୀ ପାସ ; ୩ୟ ଶ୍ରେଣୀରେ ୧ ଲକ୍ଷ ୧୯ ହଜାର ୫୦୫ ପରୀକ୍ଷାର୍ଥୀ ପାସ

–ମଦ୍ରାସାରେ ୪୦୫ରୁ ୩୯୨ ଜଣ ପାସ କରିଥିବା ବେଳେ ଉତ୍ତୀଣ୍ଣ ହାର ୯୬.୭%। ଧନ୍ଦାମୂଳକରେ ୫ ହଜାର ୩୩୧ ପାସ କରିଥିବା ବେଳେ ଉତ୍ତୀର୍ଣ୍ଣ ହାର ୮୬.୦୨%

–ପରୀକ୍ଷାଫଳ ନେଇ କୌଣସି ଅଭିଯୋଗ ଥିଲେ ପରୀକ୍ଷାର୍ଥୀ ଅଗଷ୍ଟ ୨୩ ସୁଦ୍ଧା ପ୍ରିନ୍ସପାଲଙ୍କୁ ପ୍ରମାଣ ସହ ଇ-ମେଲ ଜରିଆରେ ଜଣାଇପାରିବେ – ସିଏଚଏସଇ

–୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦାର। ଜିଲା ବାହାର ଲୋକେ କରିପାରିବେ ମୃତଦେହ ସତ୍କାର। କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିବେ ; ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ -ପୁରୀ ଉପଜିଲ୍ଲାପାଳ

–‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’- ଚଳିତ ବର୍ଷ ସ୍ୱାଧୀନତା ଦିବସର ଶୀର୍ଷକ ଓ  ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ଭାରତ। ୧୯୪୭ ଅଗଷ୍ଟ ୧୫ରେ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ପରିଚିତ ହୋଇଥିଲା ଭାରତ।

–ବାଲେଶ୍ୱର ଜିଲ୍ଲା ଅଧୀନ ଐତିହାସିକ ମାଟି ନୀଳଗିରିରେ ଅଢ଼େଇଶ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସହର ପରିକ୍ରମା କରାଯାଇଛି।

–୭୫ ତମ ସ୍ୱତନ୍ତ୍ରତା ଦିବସ ୧୫ ଅଗଷ୍ଟ ପୂର୍ବରୁ ଆତଙ୍କବାଦୀ ଦେଇଥିବା ଧମକକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

–କେନ୍ଦ୍ରାପଡା : ରାଜକନିକା ଭାରିଗଦା ଭଙ୍ଗାରୁଜା ଘଟଣା ପରେ ଚାପା ଉତ୍ତେଜନା ; ହଜାରେ ଲୋକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ

–ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ; ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା

–ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଜୁଲାଇ ତାପମାତ୍ରା ; ଆମେରିକା ସଂସ୍ଥା ଏନଓଏଏ ପକ୍ଷରୁ ତଥ୍ୟ ; ସମୁଦ୍ର ପୃଷ୍ଠ ଓ ଭୂପୃଷ୍ଠର ତାପାମାତ୍ରାରେ ୧.୬୭ ଫାରେନାହାଇଟ୍‍ ବୃଦ୍ଧି

–ରାଜ୍ୟରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮୨୩କୁ ବୃଦ୍ଧି ;  କଟକ ଜିଲାରେ ସର୍ବାଧିକ ୧୫

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୫୭ ଓ ସ୍ଥାନୀୟ ସଂକ୍ରମିତ ୪୭୫ ଦିନକ ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନାରୁ ସୁସ୍ଥ ; ସଂପ୍ରତି ରାଜ୍ୟରେ ୧୦୬୩୨ ଜଣ ସକ୍ରିୟ ସଂକ୍ରମିତ

–ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୬୬୭ ଜଣ ନୂଆ କରୋନା ସଂକ୍ରମିତ। ଦିନକ ମଧ୍ୟରେ ୩୫,୭୪୩ ଜଣ ସୁସ୍ଥ ; ଦେଶରେ ଆରୋଗ୍ୟ ହାର ୯୭.୪୫%

–ଦେଶରେ ମୋଟ ୩,୧୩,୩୮,୦୮୮ ଜଣ ସୁସ୍ଥ। ଦେଶରେ ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୫%

–ଗତ ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୯.୧୭ କୋଟି ନମୁନା ପରୀକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ୫୩.୬୧ କୋଟି ଟିକା ଦିଆଯାଇଛି

–ଆଫଗାନ ଜନସାଧାରଣଙ୍କୁ ସହାୟତା ପାଇଁ ଭାରତର କାର୍ୟ୍ୟକୁ ତାରିଫ କଲେ ତାଲିବାନ ମୁଖପାତ୍ର। ଆଫଗାନରେ ଭାରତର ସାମରିକ ଉପସ୍ଥିତି ଗ୍ରହଣୀୟ ନୁହେଁ; ପାକିସ୍ତାନ ଆତଙ୍କି ଗୋଷ୍ଠୀ ସହ ସଂପର୍କକୁ ଅସ୍ୱୀକାର।

–ପଶ୍ଚିମବଙ୍ଗ ଚାଲାଣ ବେଳେ ବାଲେଶ୍ୱର ବସ୍ତା ଅଞ୍ଚଳରୁ ଟ୍ରକ ସହ ୯୯୦ କେଜି ଗଞ୍ଜେଇ ଜବତ

–ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ

–ମହାରାଷ୍ଟ୍ରରେ ଡେଲଟା ପ୍ଲସରେ ୬୬ ସଂକ୍ରମିତ ; ୫ ମୃତ

–୧୭୫୫ ଅମ୍ଳଜାନ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ୭୩୦୦ କୋଟି ଅନୁମୋଦନ

 

Comments are closed.