ରାତି ୮ଟା – ମୁଖ୍ୟ ଖବର

–ରାତି ପାହିଲେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଶ୍ରୀଜୀଉଙ୍କୁ ବାହୁଡ଼ାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଅପକ୍ଷୋରେ ୩ ରଥ। ପୁଲିସ ଓ ପ୍ରଶାସନ ପାଇଁ ଭକ୍ତଶୂନ୍ୟ ବାହୁଡ଼ା ଯାତ୍ରା ଓ ସୁନାବେଶ ଆହ୍ବାନ ସୃଷ୍ଟି କରିଛି।

–ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ। ଦିନ ୧୨ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି। ଦିନ ୧୨ଟାରୁ ଆରମ୍ଭ ହୋଇ ଦିନ ୨ଟା୩୦ ପର୍ଯ୍ୟନ୍ତ ଚାଲିବ ପହଣ୍ଡି।

–ଦିନ ୨ଟା୩୦ରୁ ୩ଟା୩୦ ପର୍ଯ୍ୟନ୍ତ ୩ ରଥରେ ଛେରା ପହଁରା ନୀତି। ଅପରାହ୍ଣ ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା ଓ ଘୋଡ଼ା ଯଚା କାର୍ଯ୍ୟ। ଅପରାହ୍ଣ ୪ଟାରୁ ଶ୍ରୀଜୀଉଙ୍କ ରଥଟଣା ନେଇ ସମୟ ନିର୍ଘଣ୍ଟ।

–ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ। ଅଗଷ୍ଟ ୨୭ରେ ୨ଟି ସିଟିଂରେ ପରୀକ୍ଷା ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି।

–ସକାଳ ୧୦ରୁ ମଧ୍ୟାହ୍ନ ୧୨ ପ୍ରଥମ ପେପର ଏବଂ ଦିନ ୧.୩୦ରୁ ଅପରାହ୍ଣ ୩.୩୦ ପର୍ଯ୍ୟନ୍ତ ଦ୍ବିତୀୟ ପେପର ପରୀକ୍ଷା କରାଯିବ। ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ହେବ ପରୀକ୍ଷାକେନ୍ଦ୍ର

–ଜେଇଇ ମେନ ପରୀକ୍ଷାର୍ଥୀଙ୍କ ପାଇଁ ପୁରୀରେ କର୍ଫ୍ୟୁ କୋହଳ। ପରୀକ୍ଷାର୍ଥୀ ଆଡମିଟ କାର୍ଡ ଦେଖାଇ ସବୁ ଚେକ ଗେଟ ଦେଇ ଯାଇପାରିବେ। ଏ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବିଦ୍ଧିବଦ୍ଧ ନିଷ୍ପତ୍ତି।

–ଓଡ଼ିଶା କ୍ରିକେଟ ଆସୋସିଏନ ଜରିଆରେ ହେବ କ୍ରିକେଟ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାରେ ହେବ କ୍ରିକେଟ ଏକାଡେମୀ। ତୃତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲାରେ ହେବ କ୍ରିକେଟ ଏକାଡେମୀ।

–ତୃଣମୂଳସ୍ତରରେ କ୍ରିକେଟର ଉନ୍ନତି ଏବଂ ଖେଳାଳି ବାହାର କରିବାକୁ ପ୍ରୟାସ। କ୍ରୀଡ଼ା ମନ୍ତ୍ରୀ, ସଚିବଙ୍କ ଉପସ୍ଥିତିରେ ଭର୍ଚୁଆଲରେ ଭିତ୍ତିପ୍ରସ୍ତର ସ୍ଥାପନ।

–ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ଡିଜିପିଙ୍କୁ ଦାବିପତ୍ର ଦେଲେ ମୃତ ସୌମ୍ୟଙ୍କ ବାପା ଅଭିରାମ। ବୋହୁ, ଡିଏଫଓ, ରୋଷେୟାଙ୍କ ଲାଇଡିଟେକ୍‌ସନ ଟେଷ୍ଟ ଦାବି।

–ସୌମ୍ୟଙ୍କ ଶ୍ବଶୁର ଘରେ ପହଞ୍ଚିଲା ପାରଳାଖେମୁଣ୍ଡି ପୁଲିସ। ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚୁରା କରିଥିବା ସୂଚନା

–ଭୁବନେଶ୍ୱରର ଗଙ୍ଗନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ଦ୍ୱାରା କରାଗଲା କଣ୍ଟେନମେଣ୍ଟ

–ସୁବର୍ଣ୍ଣପୁର ଜିଲା ତରାଭ ବ୍ଲକ ପଣ୍ଡକିମାଲ ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

–ମୁରାଦାବାଦ–ଆଗ୍ରା ହାଇୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

–ସଂସଦ ଅଧିବେଶନ ଆରମ୍ଭ; ବିରୋଧୀଙ୍କ ହୋ ହଲ୍ଲା; ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବି

–ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଜଣେ କ୍ୟାଡର ମାଓବାଦୀ ଅଟକ

–ଭୁବନେଶ୍ୱର ଶିଶୁଭବନ ଛକରେ ଜିଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ ; ମୋ ସାଇକେଲକୁ କୋକେଇ କରି ଶିଶୁ ଭବନ ଛକରୁ ରାଜମହଲ ଯାଏଁ ରାଲି

–ରାଜ୍ୟରେ କରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା ; ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିବା ସହ ତୃତୀୟ ଲହର ଆସିନଥିବା ନେଇ ସୂଚନା

–ପରିସମ୍ପତ୍ତି ମୁଦ୍ରିକରଣରୁ ସରକାରଙ୍କର ୫ ବର୍ଷ ମଧ୍ୟରେ ୭୦,୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪୮ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୯୫୫ ଏବଂ ସ୍ଥାନୀୟ ସଂକ୍ରମିତ ୬୯୩। ରାଜ୍ୟରେ ଦିନକରେ ୨୪୯୨ ଆକ୍ରାନ୍ତ ସୁସ୍ଥ

–ଏପର୍ୟ୍ୟନ୍ତ ୧୫୧୩୫୮୬୨ ନମୁନା ପରୀକ୍ଷା ; ସେମାନଙ୍କ ମଧ୍ୟରୁ ୯୫୫୯୭୪ ଜଣ ସଂକ୍ରମିତ ଚିହ୍ନଟ ; ୯୩୦୪୧୮ ଜଣ ସୁସ୍ଥ। ରାଜ୍ୟରେ ସଂପ୍ରତି ୨୦୩୮୭ ଜଣ ସକ୍ରିୟ ସଂକ୍ରମିତ

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୧୬ ; ଖୋର୍ଦ୍ଧାରୁ ସର୍ବାଧିକ ୧୯ ମୃତ

–ରାଜସ୍ଥାନର ଜୋଧପୁରରେ ଏକ ଲୋମଟାଙ୍କୁରା ଘଟଣା ; ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

–ଜମ୍ମୁ କାଶ୍ମୀରରେ ଜଣେ କୁଖ୍ୟାତ ଲସ୍କର କମାଣ୍ଡରଙ୍କ ସମେତ ୨ ଆତଙ୍କି ନିହତ

–୩୦ ଦିନ ମଧ୍ୟରେ ୭୫%ଙ୍କୁ ପ୍ରଥମ ପାନ କୋଭିଡ ଟିକାକରଣ ମୃତ୍ୟୁସଂଖ୍ୟା ହ୍ରାସ କରିପାରିବ- ଆଇସିଏମଆର

–ମୁମ୍ବଇରେ ଭୀଷଣ ବର୍ଷା; ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି; ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୧୬୪ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

–ଦିନକରେ ୩୮,୬୬୦ ଜଣ କୋଭିଡ ସଂକ୍ରମିତ ଆରୋଗ୍ୟ ଲାଭ। ସମୁଦାୟ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪,୨୧,୬୬୫ରେ ପହଞ୍ଚିଛି

 

Comments are closed.