ରାତି ୮ଟା – ମୁଖ୍ୟ ଖବର

–ଆସନ୍ତାକାଲିଠାରୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜୀଉ। ରଥଖଳାରୁ ଟଣା ହୋଇ ସିଂହଦ୍ବାରରେ ଲାଗିଲା ୩ ରଥ

–କେନ୍ଦ୍ରାପଡ଼ା ବଳଦେବ ଜୀଉ ମନ୍ଦିର ଚାରିପାଖରେ ୧୪୪ଧାରା ଜାରି। ଆଜି ରାତି ୯ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ୧୪୪ଧାରା ଜାରି କରିଛି ଜିଲା ପ୍ରଶାସନ। ବଳଦେବ ଜୀଉ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ନୀତିକାନ୍ତି ଅନୁଷ୍ଠିତ ହେବ।

–ଜଳଜୀବନ ମିଶନରେ ଓଡ଼ିଶାକୁ ୩,୩୨୩ କୋଟି ମଞ୍ଜୁର। ୨୦୨୧-୨୨ ବର୍ଷ ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର।

–ରାତି ପାହିଲେ ଘୋଷଯାତ୍ରା। ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଅନୁଯାୟୀ କରୋନା କଟକଣା ଅନୁଯାୟୀ ସୁରୁଖୁରେ ରଥଯାତ୍ରା କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଜିଲାପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ସମସ୍ତ ଗାଇଡଲାଇନ ଜାରି କରାଯାଇଛି।

–ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି,୨୧ ଜଣ ଡିଏସପି,୬୪ ଜଣ ଇନସପେକ୍ଟର,୨୨୨ ଏଏସଆଇ ଏବଂ ଏସଆଇଙ୍କୁ ଦାୟିତ୍ୱ ଦିଆଯାଇଛି।

–ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି । ବଡ ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ମଧ୍ୟ ଖାଲି କରାଯାଇଛି। ବଡଦାଣ୍ଡରେ ଥିବା ଘରର ଲୋକେ ମଧ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ ନାହିଁ।

–ପୁରୀରେ ରଥଯାତ୍ରା ବେଳେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ ପୁଲିସ ମହାନିର୍ଦେଶକ। ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ପୁଲିସ ମହାନିର୍ଦେଶକଙ୍କ ଆଇନ ଶୃଙ୍ଖଳା ସମୀକ୍ଷା। ପୁରୀବାସୀଙ୍କୁ ସହଯୋଗ ପାଇଁ ନିବେଦନ କଲେ ପୁଲିସ ମହାନିର୍ଦେଶକ

–ସମୀକ୍ଷା ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ ମହାନିର୍ଦେଶକଙ୍କ ସୂଚନା-ସମସ୍ତ ପୁଲିସ କର୍ମଚାରୀଙ୍କ ମନୋବଳ ଦୃଢ଼ ରହିଛି। ସମସ୍ତେ ନିଜ କର୍ତ୍ତବ୍ୟ ଠିକ ଭାବେ ସମ୍ପାଦନ କରିବେ ବୋଲି ଆଶା ରହିଛି।

–ନିତୀକାନ୍ତି ଓ ପୂଜାର୍ଚ୍ଚନା ପରେ ବର୍ତ୍ତମାନ ରଥକୁ ବିଜେ ହୋଇଛି ମହାପ୍ରଭୁଙ୍କ ନିକଟରୁ ଆସିଥିବା ଆଜ୍ଞାମାଳ। ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ରଥ ନିଆଯାଇଛି। ପରମ୍ପରା ଓ ରିତୀନିତୀ ଅନୁଯାୟୀ ତିନି ବାଡରେ ସେବକ ମାନେ ଏହି ଆଜ୍ଞାମାଳ ବିଜେ କରାଇଛନ୍ତି।

–ଦ୍ବିତୀୟ ଜାତୀୟ ​ଲୋକ ଅଦାଲତ: ୩୫ଟି ବୀମା ଅଭିଯୋଗ ଫଇସଲା, କ୍ଷତିପୂରଣ ପାଇଁ ଆଦାୟ ହେଲା ୨କୋଟି ୩୨ ଲକ୍ଷ ୯୧ହଜାର ଟଙ୍କା

–ଆସନ୍ତା ୧୩ ତାରିଖରେ ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟୋକିଓ ଅଲିମ୍ପିକ୍ସ ପାଇଁ ଯିବାକୁ ଥିବା କ୍ରୀଡ଼ାବିତଙ୍କ ସହ ଭିଡିଓ କନ୍‌ଫରେନସିଂ ଜରିଆରେ କଥାହେବେ।

–ଭିଡିଓ କନ୍‌ଫରେନସିଂରେ ଦୁଇକ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ନିଶିଥ ପରମାଣିକ ମଧ୍ୟ ସାମିଲ ହେବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଭାଗ ନେବେ।

–ନୂଆ ଆଇଟି ଆଇନ-୨୦୨୧ର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନୂଆ ଗାଇଡଲାଇନ ୟୁଜରଙ୍କ ସୁରକ୍ଷା, ନିରାପତ୍ତା ଓ ଦାୟିତ୍ବବୋଧ ବଢ଼ାଇବ କହିଲେ ଅଶ୍ବିନୀ ବୈଷ୍ଣବ

–ଲକ୍ଷ୍ନୌରେ ୟୁପି ଏଟିଏସକୁ ମିଳିଛି ବଡ଼ ସଫଳତା। ରବିବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍ ଏବଂ ସେମାନଙ୍କଠାରୁ ପ୍ରେସର ବୋମା ଓ ଅସ୍ତ୍ରଶସ୍ତ୍ର ଜବତ.  ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ସଙ୍ଗଠନ ଅଲକାଏଦା ସହ ଜଡ଼ିତ ବୋଲି କୁହାଯାଉଛି।

–ମାଓବାଦୀଙ୍କ ଗୁଳିରେ ଆହତ ୨ ଯବାନଙ୍କୁ ଭେଟିଲେ ପୁଲିସ ମହାନିର୍ଦେଶକ ଅଭୟ। ଭୁବନେଶ୍ଏବରମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି।

–ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

–ପର୍ୟ୍ୟଟକଙ୍କ ମନ ଜିଣିବେ ସରକାର, ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୦୦ଟି ସ୍ଥାନରେ ହେବ ବୋଟିଂ ସେବା। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ।

–ଖୋଲିଲା ହୀରାକୁଦ ଜଳ ଭଣ୍ଡାର, ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ।  ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିର୍ଦ୍ଧାରିତ ସମୟ ୧୧ଟା ରୁ ଖୋଲିବା ଆରମ୍ଭ ହେ।ଇଯାଇଛି ।

–ପାରମ୍ପରିକ ପୂଜାର୍ଚ୍ଚନା ପରେ  ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହୋଇଛି । ଜଳ ନିଷ୍କାସନ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୪୫ ଫୁଟ ଥିବାର ସୂଚନା ମିଳିଛି ।

–ଦେଶରେ ୨୪ ଘଣ୍ଟାରେ ଆଉ ୪୧ ହଜାର ୫୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଚିକିତ୍ସାଧୀନ ଅବସ୍ଥାରେ ଦେଶରେ ଆଉ ୮୯୫ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୪,୦୮,୦୪୦। ଦେଶରେ ୪୧,୫୨୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୯,୭୫,୦୬୪ ସୁସ୍ଥ

–ଦିନକରେ ୬୫ କରୋନା ଆକ୍ରାନ୍ତ ମୃତ, କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪ ଜଣ ପ୍ରାଣ ହରାଇଥିବା ବେଳେ ବରଗଡ, କେନ୍ଦୁଝର ଓ ପୁରୀ ଜିଲାରେ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

–୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮୨ ନୂଆ ସଂକ୍ରମିତ, ସଂଗରୋଧରୁ ୧୩୧୫ ଓ ସ୍ଥାନୀୟ ଅଂଚଳରୁ ୯୬୭, ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୩୯୭୫୧କୁ ବୃଦ୍ଧି।ରାଜ୍ୟରେ ଗୋଟିଏ ଦିନରେ ୩୨୨୦ ଜଣ କରୋନାରୁ ସୁସ୍ଥ, ୨୫୪୬୨ ଜଣ ସକ୍ରିୟ ସଂକ୍ରମିତ

–ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୯୨ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୮୯, ବାଲେଶ୍ୱର ୧୪୬, ମୟୁରଭଞ୍ଜରୁ ୧୪୧, ପୁରୀରୁ ୧୨୭, ଷ୍ଟେଟପୁଲରୁ ୧୧୭ ଓ ଯାଜପୁର ୧୧୧ ଜଣ ଚିହ୍ନଟ

Comments are closed.