ସନ୍ଧ୍ୟା ୭ଟା-ମୁଖ୍ୟ ଖବର

ଓଡ଼ିଶାର ବିପତ୍ତି ସମୟରେ ସବୁବେଳେ ତତ୍ପର ଓ ସକ୍ରିୟ ଭାବେ ଆଗେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଡା. ନାଗେଶ୍ୱର ରେଡ୍ଡୀଙ୍କୁ ଆମେରିକାନ୍ ସୋସାଇଟି ଅଫ ଗାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏଣ୍ଡୋସ୍କୋପି ପକ୍ଷରୁ ସର୍ବୋଚ୍ଚ ସମ୍ମାନ

–ପ୍ରଥମ ଭାରତୀୟ ମେଡିକାଲ୍ ପ୍ରାକ୍ଟିସନର ଭାବରେ ପାଇଲେ ଏହି ସମ୍ମାନ

କରେନା ଟିକାକରଣ : ଦେଶରେ ଆଜି ସୁଦ୍ଧା ଟିକା ନେଲେଣି ୨୦.୮୯ କୋଟି

–ଭଦ୍ରକ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଯୋଗାଣ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନ୍ତ୍ରୀ

ଭଦ୍ରକ ଜିଲାରେ ବାତ୍ୟା ୟସ  ପରବର୍ତ୍ତୀ ଅବସ୍ଥାରେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ

–ବନ୍ୟା ମୁକାବିଲା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା

-ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିବାରେ ଲାଗିଛି, ବନ୍ୟା ଆଶଙ୍କା ଟଳିଛି।

–ଉପକୂଳ ପାଇଁ ୧୯୪୪କୋଟି ବ୍ୟୟ ଅଟକଳରେ ୩୮୦ କିଲୋମିଟର ଲୁଣାବନ୍ଧ ହେବ

-ଆଗାମୀ ସମୟରେ ୬ ରୁ ୭ହଜାର କୋଟି ବ୍ୟୟ ଅଟକଳରେ ଡିପିଆର୍ ପ୍ରସ୍ତୁତ ହେଉଛି

–୪୮୦ କିଲୋମିଟର ସମୁଦ୍ର ତଟ ସହ ମୋଟ ୧୬୫୦ କିଲୋମିଟର ଲୁଣାବନ୍ଧ ସୁଦୃଢ଼ କରାଯିବ

– ପହିଲାରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ, ଅନ୍‌ଲାଇନରେ ହେବ ପାଠପଢ଼ା

–ଜଳେଶ୍ବର: ଶିଶୁପୁତ୍ର ସହ ଟ୍ରେନ୍‌ ଆଗୁ ଡେଇଁ ମା’ର ଆତ୍ମହତ୍ୟା,ବସ୍ତା ଥାନା ନୂଆଁ ଗାଁ ରେଳଷ୍ଟେସନ ନିକଟରେ ଅଭାବନୀୟ ଘଟଣା

– ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ଅପହୃତ ଯୁବକ ଉଦ୍ଧାର, ୩ ଅପହର୍ତ୍ତା ଗିରଫ

-ଗୋଷାଣୀ ନୂଆଗାଁ ଅନ୍ଧପସରା ଆମ୍ବ ମାର୍କେଟରୁ ଅପହୃତ ହୋଇଥିଲେ ଯୁବକ, ତାଙ୍କୁ ଛାଡ଼ିବା ପାଇଁ ଦାବି କରିଥିଲେ ୩ ଲକ୍ଷ ଟଙ୍କା

–ରାଜ୍ୟରେ ରବି ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣିଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ।

–ମେ’ ୫ରୁ ରବିଧାନ କିଣା ଆରମ୍ଭ ହୋଇଥିଲେ ବି ବ୍ୟାପକ ଅବ୍ୟବସ୍ଥା ରହିଛି, ଅନ୍ୟ ଉପାୟ ନ ପାଇ ଖୋଲା ବଜାରରେ ୧ହଜାରରେ ଧାନ ବିକୁଛି ଚାଷୀ

–କାଜୁ ବଗିଚାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। କଟକ ନିଆଳି ଥାନା ନୂଆଗାଁରେ ଅଘଟଣ

– ରାମଦେବଙ୍କୁ ଆଇଏମଏ ଉତ୍ତରାଖଣ୍ଡ ପଚାରିଲା କେଉଁ ଡାକ୍ତରଖାନା ଚିକିତ୍ସା ପାଇଁ ପତଞ୍ଜଳି ଔଷଧ ବ୍ୟବହାର କରୁଛନ୍ତି କୁହନ୍ତୁ?

– ଅଲୀଗଡ଼ ବିଷାକ୍ତ ମଦମୃତ୍ୟୁ ଘଟଣା; ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି

– ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବୃଦ୍ଧି କଲେ ସରକାର

– ଦେଶରେ ନୂଆ ସଂକ୍ରମିତ ୧.୭୩ ଲକ୍ଷ; ଆରୋଗ୍ୟ ହାର ୯୦.୮୦ %

– ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

– ଡିସେମ୍ବର ସୁଦ୍ଧା ଭାରତରେ ସରିବ ଟିକାକରଣ

– ଜୁନ୍‍ ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ବନ୍ଦ

– ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା; ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ରିଜର୍ଭ ବ୍ୟାଙ୍କ ଲାଗୁକଲା ଜରିମାନା

– ୩୧ କୋଟି ଦେଇ ନୂଆ ଘର କିଣିଲେ ଅମିତାଭ ବଚନ

– ବିମାନ ଭିତରେ ବାଦୁଡି; ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

– ମହାରାଷ୍ଟ୍ରରେ କୋଠା ଭୁଷୁଡି ୭ ମୃତ

ରାଜ୍ୟରେ ଆଜି ଆଉ ୧୧ ହଜାର ୫୧୩ କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୫୮ ହଜାର ୬୪୬କୁ ବୃଦ୍ଧି

– କରୋନାରେ ବୁର୍ଲା ଭୀମସାରର ଦନ୍ତ ବିଭାଗ ମୁଖ୍ୟ ପ୍ରଫେସର ଅନୁପ ଶତପଥୀଙ୍କ ପରଲୋକ

– ବାରହା ଫାଶରେ ଲାଗି ନାବାଳିକା ଗୁରୁତର, ତେଲକୋଇ ବନାଞ୍ଚଳ ଅଧୀନ ଦେଉଳଡିହା ପଞ୍ଚାୟତ ଉଦୟଗିରି ଗ୍ରାମର ଘଟଣା

– ରାଜ୍ୟରେ ୭୧୮୮ ନୂଆ ସଂକ୍ରମିତ ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪

– ରାଜ୍ୟରେ ଆଉ ୩୫ ସଂକ୍ରମିତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୨୬୮୬

– ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

– ନବୀନଙ୍କ ପଞ୍ଚମ ପାଳିର ଆଜି ୨ ବର୍ଷ ପୂର୍ତ୍ତି

–ଆମ୍ବତୋଟାରେ ଗଛ ପଡ଼ି ଯୁବତୀଙ୍କ ମୃତ୍ୟୁ, କଲ୍ୟାଣସିଂହପୁର ଶିକରପାଲ ଗାଁର ଛାମୟୀ ବବି ମୃତ

– ଚାଇନା ଯୁବତୀଙ୍କ କଣ୍ଠରେ ହିନ୍ଦୀ ଗୀତ ‘ଆଁଖେଁ ଖୁଲି’, ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାରେ

– କାନାଡ଼ା ସଂସଦର ଭିଡିଓ କନ୍‌ଫରେନ୍ସିଂ ସମୟରେ ପରିଶ୍ରା କରୁଥିବା ନଜର ଆସିଲେ ସାଂସଦ

– କରୋନାର ଉତ୍ପତିକୁ ନେଇ ଚୀନ ସମଗ୍ର ବିଶ୍ଵର ବୈଜ୍ଞାନିକମାନଙ୍କ ସହ ବିଶ୍ଵାସଘାତ କରିଛି: ବିଶେଷଜ୍ଞ

– ବ୍ରିଟେନରେ ୩ୟ ତରଙ୍ଗ ବିପଦ ଘନେଇଲା, ଦ୍ରୁତଗତିରେ ବଢ଼ୁଛି ବି.୧.୬୧୭.୨ ଭାରିଆଣ୍ଟ ସଂକ୍ରମଣ

ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ, ବିସିସିଆଇ ବୈଠକରେ ନିଷ୍ପତ୍ତି

Comments are closed.