ସନ୍ଧ୍ୟା ୭ଟା-ମୁଖ୍ୟ ଖବର

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି  ; ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ଅଧିନାୟକ ହେବାରେ ନୂଆ ରେକର୍ଡ

–ଦେଶରେ ୬ଟି ଡେଲ୍‌ଟା ପ୍ଲସ ମାମଲା ଚିହ୍ନଟ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍‌ଟା ପ୍ଲସ ଚିହ୍ନଟ-ଆଇଏଲଏସ ନିର୍ଦେଶକ

ରାଜ୍ୟରେ ଆଉ ୫୨୮୧ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୩୫ ହଜାର ୧୩୨କୁ ବୃଦ୍ଧି

ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କର ପରଲୋକ, ସେ ବାଣିଜ୍ୟ ମନ୍ତ୍ରଣାଳୟ
ଅଧୀନସ୍ଥ ଶିଳ୍ପ ବିକାଶ ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ- DPIITର ସଚିବ ଭାବେ କାର୍ଯ୍ୟ କରୁଥିଲେ

୧୯୮୬ ବ୍ୟାଚର ଗୁଜରାଟ କ୍ୟାଡର ଏହି ଓଡ଼ିଆ ଆଇଏଏସ୍‍ ଅଧିକାରୀ ଏହା ପୂର୍ବରୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ

–ଖାନ ନଗର ଶ୍ମଶାନରେ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ, ଗତକାଲି କଲକାତାରେ ଦେବାଶିଷଙ୍କ ପରଲୋକ ହୋଇଥିଲା

–ଦେଶରେ  ଆଉ ୬୦,୭୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୯୮, ୨୩, ୫୪୬କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୬୪୭ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩,୮୫,୧୩୭

–ଦିନକରେ ୯୭,୭୪୩ ଆକ୍ରାନ୍ତ ସୁସ୍ଥ ହୋଇଥିବା, ମୋଟ ଆରୋଗ୍ୟ ସଂଖ୍ୟା ୨,୮୬,୭୮,୩୯୦

–ରାଜ୍ୟରେ ଦିନକରେ ୩୪୨୭ ନୂଆ ସଂକ୍ରମିତ; ସଂଗରୋଧରୁ ୧୯୫୪ ଓ ସ୍ଥାନୀୟ ସଂକ୍ରମିତ ୧୪୭୩

–ରାଜ୍ୟରେ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ସୋର: ବାହାନଗା ଥାନା କୁରୁଡ଼ା ଗାଁରେ ଅଭାବନୀୟ ଘଟଣା। ଗେମ ଖେଳିବାକୁ ବାପା ମୋବାଇଲ ନ ଦେବାରୁ ପୁଅର ଆତ୍ମହତ୍ୟା। ସକାଳେ ମୋବାଇଲ ଖେଳିବାକୁ ମାଗିଥିଲା ୧୫ ବର୍ଷର ପୁଅ।

–ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମରେ ମଦ ନିଶାରେ କଟୁରିରେ ହାଣି ବାପାକୁ ହତ୍ୟା କଲା ପୁଅ

–କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଛକରେ ଥିବା ଏକ ଦୋକାନରୁ ଚୋରି କରୁଥିବା ସମୟରେ ଚୋରକୁ କାବୁ କଲେ ଗ୍ରାମବାସୀ

–କୃଷି କ୍ଷେତ୍ରରେ ସୌରଶକ୍ତି ବ୍ୟବହାର ପାଇଁ ଖର୍ଚ୍ଚହେବ ୨୦,୦୦୦ କୋଟି

ଅତ୍ୟନ୍ତ ରକ୍ଷଣଶୀଳ ଇବ୍ରାହିମ ରାଇସି ଇରାନର ରାଷ୍ଟ୍ରପତି ନିର୍ବାଚିତ

–ଜାମ୍ବିଆ ମହିଳାଙ୍କ ଠାରୁ ଜବତ ହେଲା ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ

–ଆଫଗାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ତାଲିବାନ ଆତଙ୍କି ନିହତ

–ଭାରତୀୟ ବଂଶୋଦ୍ଭବ ପ୍ରଥମ ବ୍ୟକ୍ତି କାନାଡା ସୁପ୍ରିମକୋର୍ଟର ବିଚାରପତି

–ଉତ୍ତରପ୍ରଦେଶରରେ ଗଙ୍ଗାରୁ ଉଦ୍ଧାର ହେଲା ‘ଗଙ୍ଗା’

–ଆସାମରେ ଭୂକମ୍ପ ଝଟକା ଅନୁଭୂତ ; ରିକ୍ଟର ସ୍କେଲରେ ତିବ୍ରତା ୪.୨ ରେକର୍ଡ

–ୟୁରୋ କପ୍‌: ୧-୦ରେ ସ୍ବିଡେନ୍‌ ବିଜୟୀ, ପ୍ରିକ୍ବାର୍ଟରରେ ନେଦରଲ୍ୟାଣ୍ଡ୍‌ସ

–କିମ୍ବଦନ୍ତୀ କ୍ରୀଡ଼ାବିତ୍‍ ତଥା ଫ୍ଲାଇଙ୍ଗ୍‍ ଶିଖ୍‍ ମିଲ୍‍ଖା ସିଂଙ୍କ ପରଲୋକ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

Comments are closed.