ସନ୍ଧ୍ୟା ୭ଟା- ମୁଖ୍ୟ ଖବର

-ରାଜ୍ୟରେ ୧୬ ଯାଏଁ ବଢ଼ିଲା ଆଂଶିକ ତାଲାବନ୍ଦ ; କାଟେଗୋରୀ ଏ ଓ ବି ଅନୁଯାୟୀ ଗାଇଡଲାଇନ ଜାରୀ

-ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ବଳବତ୍ତର

-କାଟେଗୋରୀ-ବି ରେ ରହିଛି ୧୦ଟି ଜିଲ୍ଲା : ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର

କାଟେଗୋରୀ-ବିରେ ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ, ଜାରି ରହିବ ସପ୍ତାହାନ୍ତ ସଟଡାଉନ

ମଲ,ସ୍ପା, ଖୋଲିବନି ବିୟୁଟି ପାଲର୍ର, ଚାଲିବନି ବସ୍ , ହେବନି ବାହାଘରରେ ଭୋଜି

-ଦୈନିକ ଓ ସାପ୍ତାହିକ ବଜାର ବନ୍ଦ ରହିବ ଉଠାଦୋକାନୀ ଖୋଲିପାରିବେ ଦୋକାନ,କେବଳ ପାର୍ସଲ ମିଳିବ

କାଟେଗୋରୀ-ଏ  ରହିଛି ୨୦ଜିଲ୍ଲା:  ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା 

କାଟେଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ଚାଲିବ ବସ୍

ମଲ,ସ୍ପା, ବିୟୁଟିପାର୍ଲର ବନ୍ଦ ରହିବ, ଛୋଟ ସେଲୁନ ଖୋଲିବ ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂକୁ ଅନୁମତି ଦୈନିକ ଓ ସାପ୍ତାହିକ ହାଟକୁ ମଧ୍ୟ ଅନୁମତି

-ରାଜ୍ୟରେ  ୧୦୮ ସହ ମିଶିଲା ୧୦୨ ଆମ୍ବୁଲାନ୍ସ ସେବା 

-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ, ଦେଶରେ କୋଭିଡ ପରିଚାଳନା ଓ ଟିକାକରଣର ସମୀକ୍ଷା, କ୍ୟାବିନେଟ୍‍ ସମ୍ପ୍ରସାରଣ ନେଇ ଏହି ବୈଠକରେ ଆଲୋଚନା 
-କେନ୍ଦ୍ର କ୍ୟାବିନେଟର ବୈଠକରେ ଦେଶର ୧୬ ଟି ରାଜ୍ୟରେ ଭାରତନେଟ ପାଇଁ ୧୯,୦୪୧ କୋଟି ଟଙ୍କା ଅନୁମୋଦନ, ୧୬ଟି ରାଜ୍ୟର ଗ୍ରାମଞ୍ଚଳକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସୁବିଧା ଯୋଗାଇବା ପାଇଁ ପିପିପି ମୋଡରେ ଭାରତନେଟ କାର୍ଯ୍ୟକାରିତା

-ଜାମ୍ମୁ କାଶ୍ମୀର : କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ, ଦୁଇ ଆତଙ୍କବାଦୀ ନିହତ
-ଆଇସିସି ଟେଷ୍ଟ ମାନ୍ୟତା : ୱିଲିୟମ୍ସନ୍ ପୁଣି ଏକ ନମ୍ବର, ଚତୁର୍ଥ ସ୍ଥାନରେ କୋହଲି

-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ; କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ସରକାର ଅନୁକମ୍ପା ରାଶି ପ୍ରଦାନ କରନ୍ତୁ

-ଦିଲ୍ଲୀସ୍ଥିତ ଲକ୍ଷ୍ମୀନଗର ବଜାର ସମେତ ଅନେକ ବଜାରରେ କରୋନା କଟକଣାକୁ ଉଲ୍ଲଙ୍ଘନ ;  ଜୁଲାଇ ୫ ଯାଏଁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି
-ଦିଲ୍ଲୀର ଶାହଦରା ଅଞ୍ଚଳରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ; ୪ ଜଣଙ୍କର ଜଳିଯାଇ ମୃତ୍ୟୁ

-ଡିଆରଡିଓ ଡ୍ରୋନ ନିରୋଧୀ ପ୍ରଯୁକ୍ତି ଆକାଶମାର୍ଗରୁ ବିପଦ ଠାବ ସହିତ ନିଷ୍କ୍ରିୟ କରିବାକୁ ସମର୍ଥ

-ଦେଶରେ ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୬୨,୮୪୮କୁ ବୃଦ୍ଧି

-ଆଉ ୮୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୮,୪୫୪

-ଦିନକରେ ଆଉ ୬୦,୭୨୯ ଆକ୍ରାନ୍ତ ସୁସ୍ଥ,ମୋଟ ଆରୋଗ୍ୟ ସଂଖ୍ୟା ୨,୯୪,୨୭,୩୩୦,ଆରୋଗ୍ୟ ହାର ୯୬.୯୨ ପ୍ରତିଶତ

-୫,୩୭,୦୬୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ; ସକ୍ରିୟ ଆକ୍ରାନ୍ତ ହାର ୧.୭୭%

-୨୪ ଘଣ୍ଟାରେ ୩୬,୫୧,୯୮୩ ଟିକା ନେଇଥିବା ବେଳେ ମୋଟ ୩୩,୨୮,୫୪,୫୨୭ ଟିକା ନେଇ ସାରିଛନ୍ତି

-ଦୈନିକ ପଜିଟିଭ ହାର ୨.୩୪% ରହିଥିବା ବେଳେ ୨୩ ଦିନ ହେବ ଲଗାତାର ୫% ତଳକୁ ରହିଛି

-ଓଡ଼ିଶାରେ ଗୋଟିଏ ଦିନରେ ୩୩୭୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୧୯୨୨ , ସ୍ଥାନୀୟ ସଂକ୍ରମିତ ୧୪୪୯

-ରାଜ୍ୟରେ ୨୪ ଘଣ୍ଟାରେ ୪୮ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଦିନକରେ ସର୍ବାଧିକ

-୧୧ ଜିଲାରେ ଆଜି ଟିକାକରଣ ବନ୍ଦ

-ନୟାଗଡ଼, ବାଲେଶ୍ବରରେ ୧୦୦ ଛୁଇଁଲା ପେଟ୍ରୋଲ

୧୩ ଯୋଡ଼ା ବିଶେଷ‌ ରେଳ ଚଳାଚଳ ଅବଧି ବୃଦ୍ଧି

-କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ – ଜୁଲାଇ ୧୬ ପର୍ୟ୍ୟନ୍ତ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗା ଉପରେ କଟକଣା

-ଭାରତରେ ୫ଜି ସମ୍ପ୍ରସାରଣ ବହୁବିଧ କ୍ଷେତ୍ର ପାଇଁ ଉନ୍ନତ ପ୍ରଦର୍ଶନକୁ ଆଗେଇନେବ ; ଏନଏକ୍ସପି ସେମିକଣ୍ଡକ୍ଟରସ ସହିତ ହାତ ମିଳାଇଲା ଜିଓ ପ୍ଲାଟଫର୍ମ

-ନିତି ଆୟୋଗ ସିଇଓଙ୍କ କାର୍ୟ୍ୟକାଳ ୧ ବର୍ଷ ବୃଦ୍ଧି

-କାଶ୍ମୀରରେ ଧର୍ମାନ୍ତରୀକରଣ ଅଭିଯୋଗ

-ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ୧୫ମାସ କାରାଦଣ୍ଡାଦେଶ

-ସିଏ ପରୀକ୍ଷା ସ୍ଥଗିତ ରଖିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ

-ପଦୋନ୍ନତି କ୍ଷେତ୍ରରେ ଭିନ୍ନକ୍ଷମଙ୍କୁ ମିଳିବ ସଂରକ୍ଷଣ

-୨୦୨୫ ସୁଦ୍ଧା ଟାଟା ମୋଟର୍ସ ଆଣିବ ୧୦ଟି ନୂଆ ବିଦ୍ୟୁତ୍‌ ଚାଳିିତ ଗାଡ଼ି

-ହୃଦଘାତରେ ପ୍ରସିଦ୍ଧ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଚଳଚ୍ଚିତ୍ର ନିର୍ମାତା ସ୍ୱାମୀ ରାଜ କୌଶଲଙ୍କ ପରଲୋକ

-ଆର ଅଶ୍ୱିନ ଓ ମିତାଲି ରାଜଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ ; ଶିଖର, କେ ଏଲ ରାହୁଲ ଓ ଯଶପ୍ରିତ ବୁମରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଗଲା

Comments are closed.