ସନ୍ଧ୍ୟା ୭ଟା-ମୁଖ୍ୟ ଖବର

-ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ, ୬୮ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି
-କରୋନାରୁ ସୁସ୍ଥ ହେବା ପରେ କରୋନା ପରବର୍ତି ଜଟିଳତା ନେଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ
-ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ହେବ : ନବୀନ ପଟ୍ଟନାୟକ
-ଟିକା ସଂକଟ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
-୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚାହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି
-ଦେଶର ବୃହତ ଜନସଂଖ୍ୟାକୁ କୋଭିଡ ପ୍ରତିଷେଧକ ଟିକା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କେତେକ କୋହଳ ନୀତି ଆପଣେଇଛନ୍ତି ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ(ଡିସିଜିଆଇ)
-ଏଣିକି ବିଦେଶରୁ ଆମଦାନୀ ହେଉଥିବା ଟିକାକୁ ପୁଣିଥରେ ପରୀକ୍ଷା କରାଯିବ ନାହିଁ
–ଦେଶରେ ଅଧିକ ଟିକା ଉତ୍ପାଦନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ହାପ୍କିନ୍ ବାୟୋଫାର୍ମା କମ୍ପାନୀକୁ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଲାଗି ବ୍ୟବସ୍ଥା କରାଯାଇଛି
-ଏହି କମ୍ପାନୀ ଭାରତ ବାୟୋଟେକ୍ ସହିତ ମିଳିତ ଭାବେ ବାର୍ଷିକ ୨୨ କୋଟି ୮ଲକ୍ଷ କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ କରିବ
-ଭାରତ ବାୟୋଟେକ୍ ସଂପୃକ୍ତ ହାପ୍କିନ୍ ବାୟୋଫାର୍ମାକୁ ଟିକା ପ୍ରସ୍ତୁତିର ଜ୍ଞାନକୌଶଳ ଯୋଗାଇଦେବ
-ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା
-ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ହେଲେ ସୁପ୍ରିମକୋଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର
-ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ
-ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ
-ଦେଶରେ ଏପର୍ଯ୍ୟନ୍ତ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି।
-ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ‘କୋଭିଡ୍-୧୯ ଟିକାକରଣ ଶିବିର’କୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-୮ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏହି ଟିକାକରଣ ଶିବିର
-ସ୍ୱିଜରଲାଣ୍ଡ ପରିବର୍ତ୍ତେ ପହଞ୍ଚିଲେ ପାକିସ୍ତାନରେ ; ଚାରିବର୍ଷର ପ୍ରତୀକ୍ଷା ପରେ ଫେରିଲେ ଭାରତୀୟ ଆଇଟି କର୍ମଚାରୀ
-ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ
-ଆତଙ୍କବାଦ ଦମନ ପାଇଁ ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀରେ ଦୃଢମତ
-ଚଳିତ ବର୍ଷ ଆତଙ୍କବାଦ ଦମନ ନିମନ୍ତେ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରସମୂହ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟାନ୍ୱୟନ ଯୋଜନା ଚୂଡାନ୍ତ କରିବାକୁ ହୋଇଛନ୍ତି ପ୍ରତିବଦ୍ଧ
Related Posts
Comments are closed.