ସନ୍ଧ୍ୟା ୭ଟା-ମୁଖ୍ୟ ଖବର

–ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଲାଗିବ ଜୀବନ ରକ୍ଷାକାରୀ ଇକମୋ ମେସିନ, ସୂଚନା ଦେଲେ ଏମ୍ସ ଅଧୀକ୍ଷକ
–ଗତବର୍ଷ ଭଳି ଏ ବର୍ଷ କେବଳ ପୁରୀରେ ହିଁ ହେବ ବିନା ଭକ୍ତରେ ରଥଯାତ୍ରା
– ପୁରୀ ଛଡ଼ା ଏ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ନିଷେଧ,କଟକଣା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା
– ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ; କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା
–କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏମ୍ଜିଏନଆରଇଜିଏସ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ
–ଯୋଗ୍ୟ ହିତାଧିକାରୀଙ୍କୁ ଏସ୍ଡିଆରଏଫ୍/ ଏନ୍ଡିଆରଏଫ ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।
– ଡକାୟତି ଯୋଜନାବେଳେ କଟକ ମହନଦୀ ହାଡ଼ିଆ ପଠାରେ ଚଢ଼ାଉ,୬ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ, ୩୦ ରାଉଣ୍ଡ ଗୁଳି, ୫ ବନ୍ଧୁକ ଓ ୨ ବାଇକ ଜବତ।
–ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା,କାର୍ଯ୍ୟାନୁଷ୍ଠାନ ନେଇ ଆଇନ ଶୃଙ୍ଖଳା ଏଡିସି ଯଶୋବନ୍ତ ଜେଠୱାଙ୍କ ସୂଚନା।
– ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୧୬୭
– ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୧୭
– ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ
– ବର୍ଷାରେ ବେହାଲ ମୁମ୍ବଇ ; ଭୁଷୁଡିଲା କୋଠା ; ୧୧ ମୃତ
Related Posts
Comments are closed.