ସନ୍ଧ୍ୟା ୬ଟା ମୁଖ୍ୟ ଖବର

– ଘରୋଇ ଡାକ୍ତରଖାନା ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜ୍ୟ ପରିବହନ ବିଭାଗ

– ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆର୍‌ପିଏଫଙ୍କ ଗୁଳିମାଡ଼, ସିଆର୍‌ପିଏଫ୍‌ ଯବାନଙ୍କ ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ

– ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୨ ଜଣଙ୍କ ଜୀବନ ନେଇଛି କରୋନା, ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି

– କରୋନାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

– ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ନୂଆ ସଂକ୍ରମିତ ଚିହ୍ନଟ; କଟକରୁ ସର୍ବାଧିକ ୯୭୩

– ଭୟଙ୍କର ସାମୁଦ୍ରିକ ଝଡ ତଉକତେ ଏବେ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇ ସ୍ଥଳଭାଗ ଅଭିମୁଖେ ଅଗ୍ରସର ହେଉଛି

– ଆଜି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ତଉକତେ

ଆନ୍ଧ୍ରପ୍ରଦେଶରେ ଆସନ୍ତା ୩୧ ଯାଏଁ କର୍ଫ୍ୟୁ ଘୋଷଣା

– କେଦାରନାଥ ଧାମ ଖୋଲିଲା, ମୋଦୀଙ୍କ ନାମରେ ହେଲା ପ୍ରଥମ ପୂଜା

– ଶ୍ରୀନଗରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ହୁ ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ଆସିବ କରୋନାର ଏକାଧିକ ତରଙ୍ଗ

– ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ରିପୋର୍ଟ ଅନୁଯାୟୀ ଅଧିକ ସମୟ କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଚାଲିଯାଇପାରେ ଜୀବନ

– ନାରଦା ଲାଞ୍ଚ ମାମଲା: ଟିଏମସିର ୨ ମନ୍ତ୍ରୀ, ଜଣେ ବିଧାୟକ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

– ଡିଆରଡିଓ ଔଷଧ ୨-ଡିଜିର ଶୁଭାରମ୍ଭ କଲେ ରାଜନାଥ ଓ ହର୍ଷବର୍ଦ୍ଧନ

– କୋଭିଡ ଜିନୋମ ମ୍ୟାପିଂ ଫୋରମ୍‌ରୁ ଶାହିଦ ଜମୀଲଙ୍କ ଇସ୍ତଫା

– ଗୁଜରାଟରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୪.୫

– ମେକ୍ସିକୋର ଏଣ୍ଡ୍ରିଆ ମେଜା ବ୍ରହ୍ମାଣ୍ଡ ସୁନ୍ଦରୀ, ଶ୍ରେଷ୍ଠ ୫ରେ ଭାରତର ଏଡଲିନ୍‌ କାଷ୍ଟଲିନା

– ପ୍ରଧାନମନ୍ତ୍ରୀଙ୍କୁ ଯଶବନ୍ତ ସିହ୍ନାଙ୍କ ଆକ୍ଷେପ, ଟିକା କୂଟନୀତି କରି ମୋଦି ଏବେ ବିଶ୍ୱନେତା ପାଲଟି ଯାଇଛନ୍ତି

– ଦୀର୍ଘ ଦିନ ପରେ ୩ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା; ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୪,୧୦୬ ମୃତ

– ବିଶ୍ୱର କ୍ଷୁଦ୍ରତମ ରୋପଣଯୋଗ୍ୟ ଚିପ୍‍ ପ୍ରସ୍ତୁତ, ଛୁଞ୍ଚି ଅଗରେ ରହିଯାଇପାରିବ; ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିବାକୁ ସମର୍ଥ

– ୟୁଏଫଓକୁ ଠାବକଲା ଆମେରିକୀୟ ଜାହାଜ; ସମୁଦ୍ର ଜଳରାଶିରେ ଅଦୃଶ୍ୟ ହୋଇଗଲା

– ନୂଆ ଭାରିଆଣ୍ଟ ପାଇଁ ଫଳପ୍ରଦ ହେଉଛି କୋଭାକ୍ସିନ

– ଇସ୍ରାଏଲ-ଗାଜା ପରିସ୍ଥିତିକୁ ନେଇ ଇସଲାମୀୟ ରାଷ୍ଟ୍ରସମୂହର ଜରୁରୀ ବୈଠକ

– ଚୀନରୁ ଆସିଲା ୩୬୦୦ ଅମ୍ଳଜାନ ସାନ୍ଦ୍ରକ

– ଭୁବନେଶ୍ବରରେ ମାଛ ବ୍ୟବସାୟ ନାମରେ ବ୍ରାଉନ ସୁଗାର ବ୍ୟବସାୟ, ୨ ଗିରଫ, ହାଇଟେକ୍‌ ମେଡ଼ିକାଲ୍‌ ଛକରୁ ୫୧୮ଗ୍ରାମ ବ୍ରାଉନସୁଗାର ଜବତ

– ପ୍ରାୟ ୬୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଧରିଲା ପୁଲିସ ଓ କୁଇକ୍‌ ଆକ୍ସନ୍ ଟିମ। ଜଳେଶ୍ବରରୁ ମାଛ ଗାଡ଼ିରେ ବ୍ରାଉନସୁଗାର ଆଣି ବ୍ୟବସାୟ କରୁଥିବା ସୂଚନା

– କରୋନା ମହାମାରୀ ପାଇଁ ପୂର୍ବବର୍ଷ ଭଳି ଏଥର ବି ଯୁକ୍ତ ୨ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ, ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଡିଏଚ୍‌ଏସ୍‌ଇ

Comments are closed.