ସନ୍ଧ୍ୟା ୫ଟା-ମୁଖ୍ୟ ଖବର
-ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା
-ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ହେଲେ ସୁପ୍ରିମକୋଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର
-ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ
-ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ
-ଦେଶରେ ଏପର୍ଯ୍ୟନ୍ତ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି।
-ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ‘କୋଭିଡ୍-୧୯ ଟିକାକରଣ ଶିବିର’କୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-୮ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏହି ଟିକାକରଣ ଶିବିର
-ସ୍ୱିଜରଲାଣ୍ଡ ପରିବର୍ତ୍ତେ ପହଞ୍ଚିଲେ ପାକିସ୍ତାନରେ ; ଚାରିବର୍ଷର ପ୍ରତୀକ୍ଷା ପରେ ଫେରିଲେ ଭାରତୀୟ ଆଇଟି କର୍ମଚାରୀ
-ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ
-ଆତଙ୍କବାଦ ଦମନ ପାଇଁ ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀରେ ଦୃଢମତ
-ଚଳିତ ବର୍ଷ ଆତଙ୍କବାଦ ଦମନ ନିମନ୍ତେ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରସମୂହ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟାନ୍ୱୟନ ଯୋଜନା ଚୂଡାନ୍ତ କରିବାକୁ ହୋଇଛନ୍ତି ପ୍ରତିବଦ୍ଧ
-ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି
-ଦେଶରେ ୨୪ ଘଣ୍ଟାରେ ନୂଆ ଆଉ ୧ଲକ୍ଷ ୩୨ ହଜାର ୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ
-ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୩,୦୭,୮୩୨କୁ ବୃଦ୍ଧି ପାଇଛି
-ଚିକିତ୍ସାଧୀନ ଅବସ୍ଥାରେ ୩,୨୦୭ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨ରେ
-ଉତ୍ତରପ୍ରଦେଶ ଫିରୋଜାବାଦ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ; ଟିକା ନନେଲେ ଦରମା ନାହିଁ
-ନେହରୁ ଓ ଜବାହାର ଇନଷ୍ଟିଚ୍ୟୁଟର ଏଭରେଷ୍ଟ ଆରୋହଣ ; ଦୁଇ ପ୍ରତିଷ୍ଠାନ ପକ୍ଷରୁ ପ୍ରଥମ ମିଳିତ ଅଭିଯାନ
ଇଲେକଟ୍ରନିକ ଯାନ ପାଇଁ ଲାଗୁ ହେବନାହିଁ ରେଜିଷ୍ଟ୍ରେସନ ଦେୟ
Related Posts
Comments are closed.