ଦିନ ୪ଟାର ମୁଖ୍ୟ ଖବର

– ପିଏମ୍ କିଷାନ ଯୋଜନାରେ ଦେଶର ସାଢ଼େ ୯ କୋଟି କୃଷକଙ୍କ ଖାତାରେ ଜମା ହେଲା ୨୦ ହଜାର କୋଟିରୁ ଅଧିକ ଟଙ୍କା
– ଅଷ୍ଟମ କିସ୍ତି ଅର୍ଥ ପ୍ରଦାନ କରି କୃଷକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ଦେଶରେ କୋଭିଡ ଟିକାଦାନ ୧୮ କୋଟି ନିକଟତର, ଏପର୍ଯ୍ୟନ୍ତ ୧୭ କୋଟି ୯୨ ଲକ୍ଷ ୯୮ ହଜାରରୁ ଅଧିକ ଲୋକମାନଙ୍କୁ ଟିକା ଦିଆଯାଇସାରିଛି
– ଦେଶରେ କୋଭିଡ ଆରୋଗ୍ୟ ସଂଖ୍ୟା ୨ କୋଟି ଅତିକ୍ରମ କରିଛି, ଏପର୍ଯ୍ୟନ୍ତ ୨କୋଟି ୭୯ ହଜାର କୋଭିଡ
ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି
– ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ କରୋନା ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୪ ହଜାର କରୋନା ସଂକ୍ରମିତ
– ୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି।
– ଅମ୍ଳଜାନ ଅଭାବ; ଗୋଆରେ ୨୪ ଘଣ୍ଟାରେ ୪୧ ରୋଗୀ ମୃତ
– ଛାତି ଏକ୍ସ-ରେ ଦ୍ବାରା ଚିହ୍ନଟ ହେବ କୋଭିଡ ସଂକ୍ରମଣ; ଡିଆରଡିଓ ତିଆରି କଲା ‘ଆତ୍ମନ ଏଆଇ’
– କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ୪ ମାସ ବ୍ୟବଧାନ ଯଥାର୍ଥ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଫାଉଚୀ।
– ରାହୁଲ, ପ୍ରିୟଙ୍କାଙ୍କୁ ପ୍ରସବ କରାଇଥିବା ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଏସ.କେ. ଭଣ୍ଡାରୀଙ୍କ ଦେହାନ୍ତ
– ବର୍ଷ ଶେଷ ସୁଦ୍ଧା ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ନେଇ ସରକାରଙ୍କ ଦୃଢୋକ୍ତି
– ଗଙ୍ଗା ନଦୀର ଖେରେଶ୍ଵର ଘାଟରେ ପୋତାଯାଇଛି ଶତାଧିକ ମୃତହେଦ, ବର୍ଷାରେ ବାଲି ଧୋଇଯିବାରୁ ସାମ୍ନାକୁ ଆସିଲା ଘଟଣା
– କେ.ପି. ଶର୍ମା ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ, ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ଜୁଟାଇବାରେ ବିଫଳ
Related Posts
Comments are closed.