ଦିନ ୪ଟା-ମୁଖ୍ୟ ଖବର

୨୦୨୨ ଜୁନ ୧୫ରେ ବନ୍ଦ ହେବ ଇଣ୍ଟରନେଟ ଏକ୍ସପ୍ଲୋରର ବ୍ରାଉଜର, ଘୋଷଣା କଲା ମାଇକ୍ରୋସଫ୍ଟ

କୋଭିଡ ନାଇଣ୍ଟିନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ର “ଯହାଁ ବିମାର, ୱହିଁ ଉପଚାର”
–ବାରଣାସୀର ଡାକ୍ତର, ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ସହପ୍ରଧାନମନ୍ତ୍ରୀଙ୍କ ଆଲୋଚନା

–ଆରବିଆଇର ବଡ଼ ନିଷ୍ପତ୍ତି : କେନ୍ଦ୍ରକୁ ହସ୍ତାନ୍ତର କରିବ ୯୯୧୨୨ କୋଟିର ବଳକା ରାଶି

–ବିଶିଷ୍ଟ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ଦେହାନ୍ତ, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ

– କରୋନା ଭୂତାଣୁର ସଂକ୍ରମଣ କ୍ଷମତା ବୃଦ୍ଧି ପାଇଁ ଏବେ ବି ଚାଲିଛି ଗବେଷଣା: ନିକୋଲାସ ୱେଡ୍‌

– ସହକର୍ମୀଙ୍କୁ ବଳାତ୍କାର ମାମଲା; ୮ବର୍ଷ ପରେ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ ଗୋଆ ଦୌରା ଜଜ୍‌ କୋର୍ଟ

– ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍‌ ମୃତ

– ଗଡ଼ଚିରୋଲିରେ ଗୁଳିବିନିମୟ; ପୁଲିସ ଗୁଳିରେ ୧୩ ମାଓବାଦୀ ନିହତ

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୨୦୯ ଜଣଙ୍କ ମୃତ୍ୟୁ

ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୩ ଲକ୍ଷ ୫୭ ହଜାରରୁ ଅଧିକକୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି

ଆରୋଗ୍ୟ ହାର ୮୭ ଦଶମିକ ୨/୫ ପ୍ରତିଶତକୁ ବୃଦ୍ଧି ପାଇଛି

୧୯ କୋଟିରୁ ଅଧିକ ଡୋଜ୍‍ କୋଭିଡ ଟିକାଦାନ କରି ଭାରତ ଆଉଏକ ସଫଳତା ହାସଲ କରିଛି

ଆଜି ସକାଳ ସୁଦ୍ଧା ଦେଶ ବ୍ୟାପି ୧୯କୋଟି ୧୮ ଲକ୍ଷ ହଜାର ୫୦୩ ପାନ ଟିକା ଦିଆଯାଇଛି

କୋଭିଡ ଚିକିତ୍ସା ଓ ପରାମର୍ଶ ସେବା ପାଇଁ ଆୟୁଷ ମନ୍ତ୍ରଣାଳୟ ୨୪ଘଣ୍ଟିଆ ହେଲ୍‍ପଲାଇନ ନମ୍ବର-୧୪୪୪୩  ଜାରି କରିଛି।

– ଭାରତରେ ୫୦% ଲୋକ ତୁଣ୍ଡି ପିନ୍ଧନ୍ତି ନାହିଁ, ୧୦୦ରେ ୭ ଜଣ ଠିକ ଭାବରେ ପିନ୍ଧନ୍ତି

– ଭାରତ ବାୟୋଟେକର ବଡ ଘୋଷଣା- କୋଭାକ୍ସିନ ଟିକା ଉତ୍ପାଦନ ଆଉ ୨୦ କୋଟି ବୃଦ୍ଧିପାଇବ

–ରାଜ୍ୟରେ ଆଉ ୧୨ ହଜାର ୫୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨

–ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୪୨ ଓ କଟକରୁ ୧୦୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

–ଅନୁଗୁଳରୁ ୯୩୦, ବାଲେଶ୍ୱର ୫୧୦, ବରଗଡ ୩୧୫, ଭଦ୍ରକ ୧୭୭ , ବଲାଙ୍ଗୀର ୨୯୬, ବୌଦ୍ଧ ୩୬୫ ଏବଂ ଦେବଗଡରୁ ୧୦୬ ଜଣ ସଂକ୍ରମିତ ଚିହ୍ନଟ
–ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡାରୁ ୩୭୩ , କଳାହାଣ୍ଡିରୁ ୪୯୧ ଏବଂ କନ୍ଧମାଳରୁ ୧୦୦ ଜଣ ଚିହ୍ନଟ
–କେନ୍ଦ୍ରାପଡାରୁ ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩ , ମୟୁରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩ ଏବଂ ନୟାଗଡରୁ ୩୧୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
–ନୂଆପଡାରୁ ୧୨୯, ପୁରୀରୁ ୫୬୮, ରାୟଗଡାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡରୁ ୭୧୫ ଏବଂ ଷ୍ଟେଟପୁଲରୁ ୩୨୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି

– ରାଜ୍ୟରେ ଆଖି ବୁଜିଲେ ଆଉ ୨୭ ଆକ୍ରାନ୍ତ

– ସମ୍ବଲପୁରୀ ଚଳଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

– ଆଣ୍ଟାର୍କଟିକା ବରଫ ଚଟାଣରୁ ଭାଙ୍ଗିଲା ବିଶ୍ୱର ସର୍ବବୃହତ ବରଫ ଖଣ୍ଡ, ଦିଲ୍ଲୀଠାରୁ ତିନିଗୁଣ ଆକାରରେ ବଡ

– ୨୦୨୪-୨୫ ସୁଦ୍ଧା ଆସିବ ଉଡନ୍ତା ଟାକ୍ସି

– ଇସ୍ରାଏଲ-ହାମାସ୍‍ ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି; ୧୧ ଦିନ ଲଢେଇ ପରେ ଗାଜାକୁ ଶାନ୍ତି ଫେରିବା ଆଶା

Comments are closed.