ଅପରାହ୍ନ ୨ଟା ସୁଦ୍ଧା ମୁଖ୍ୟ ଖବର (୨୩ ମେ ୨୦୨୧)

ଦେଶ/ବିଦେଶ ଖବର

ଡାଏନାଙ୍କୁ କ୍ଷତି ପହଞ୍ଚାଇବାକୁ କେବେ ଚାହିଁନଥିଲି- ବ୍ରିଟେନ ସାମ୍ବାଦିକ; ୱିଲିୟମ ଓ ହ୍ୟାରୀଙ୍କ ନିକଟରେ କ୍ଷମା ମାଗିଲେ

– ଆସାମରେ ଏନକାଉଣ୍ଟର; ୬ ଆତଙ୍କବାଦୀ ନିହତ

ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ଜରିମାନା, ମାମଲା ରୁଜୁ କଲା ସ୍ବାସ୍ଥ୍ୟ ବିଭାଗ

– ସାଗର ହତ୍ୟା ମାମଲା; ଫେରାର ଥିବା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ।

ଯୁବକଙ୍କୁ ଚାପୁଡା ମାରି, ମୋବାଇଲ ଭାଙ୍ଗି ଜିଲାପାଳ ହଟିଲେ, ଛତିଶଗଡର ସୁରଜପୁର ଜିଲାର ଘଟଣା।

ଦେଶରେ ଦିନକରେ ୨ ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ, ୩୭୪୧ ମୃତ

– ଏଲୋପାଥି ନିର୍ବୋଧ ବିଜ୍ଞାନ ବୋଲି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା, ରାମଦେବଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବିକଲା ଭାରତୀୟ ଚିକିତ୍ସକ ସଂଘ

– ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଅଫୁଟା ବୋମା ବିକ୍ରି ପାଇଁ ବିଜ୍ଞାପନ

– ଚନ୍ଦ୍ର ପୃଷ୍ଠରେ ଜଳ ଅନୁସନ୍ଧାନ ପାଇଁ ନାସା ପଠାଇବ ଚଳନକ୍ଷମ ରୋବଟ

– କୋଭିଡରେ ମୃତ ଡାକ୍ତରଙ୍କ ପରିବାରକୁ କୋଟିଏ ଟଙ୍କା ଦେଲେ କେଜରିୱାଲ

– ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର, ଘରୋଇ ଡାକ୍ତରଖାନା ଅଧିକ ମୂଲ୍ୟ ଦାବି କରୁଥିବା ଅଭିଯୋଗ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

– ୩ ବିବାହ ପାଲଟିଲା ସୁପର ସ୍ପ୍ରେଡର; ଦିନକରେ ୯୫ କରୋନା ସଂକ୍ରମିତ

ରାଜ୍ୟ ଖବର

– ବୁଲା ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦ୍ବିତୀୟ ପର୍ଯ୍ୟାୟରେ ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

– ୱେଲ୍‌ ମାର୍କଡ୍‌ରେ ପରିଣତ ହେଲେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତ ଓ ସୋମବାର ଦିନ ସାମୁଦ୍ରିକ ଝଡ଼ ରୂପ ନେବ

– ବାତ୍ୟା ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ଅନୁଧ୍ୟାନ ପାଇଁ ବାଲେଶ୍ଵର ଜିଲାରେ ପହଞ୍ଚିଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀଙ୍କ ସହ କଲେ ଆଲୋଚନା

– ବାତ୍ୟା ପ୍ରଭାବରେ ୪ ଜିଲା ବେଶି ପ୍ରଭାବିତ ହେବ। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଉପରେ ଅଧିକ ପ୍ରଭାବ ପଡ଼ିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

– ରାଜ୍ୟରେ ୨୪ ଘଣ୍ଟାରେ ୧୨୮୫୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯

– କରୋନା: ୧୧ ଜିଲାରୁ ୨୮ ମୃତ, ଦିନକରେ ସର୍ବାଧିକ

– ଓଡ଼ିଶାରୁ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଣ ହେଲାଣି ୨୦ ହଜାର ୭ ମେଟ୍ରିକ ଟନ୍‌ ଅମ୍ଳଜାନ, ଓଡ଼ିଲା ପୁଲିସ ବିଭାଗ ପକ୍ଷରୁ ସୂଚନା

Comments are closed.