ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୧୩ ମେ ୨୦୨୧)

ଦେଶ/ବିଦେଶ ଖବର
– ଦେଶରେ ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୭,୦୩,୬୬୫କୁ ବୃଦ୍ଧି
– ୨୪ ଘଂଟାରେ ଦେଶରେ ୪,୧୨୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨,୫୮,୩୧୭
– ପାଣିରୁ ମଣିଷ ଶରୀରକୁ କରୋନା ଭୂତାଣୁ ବ୍ୟାପେ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞଙ୍କ ଦାବି, ତେବେ ସେହି ପ୍ରଦୂଷିତ ପାଣି ପିଇଲେ କିମ୍ବା ସେଥିରେ ଗାଧୋଇଲେ ପେଟ ଏବଂ ଚର୍ମ ରୋଗ ସମ୍ଭାବନା ରହିଛି
– ଚତୁଃରାଷ୍ଟ୍ରୀୟ ‘କ୍ୱାଡ’ ଗୋଷ୍ଠୀ ନିର୍ଦ୍ଦିଷ୍ଟ ଭାବରେ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ ବୋଲି କହିଛି ଚୀନ
– ପୁନଃନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ସ୍ଥଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗିଲା ‘ଫଟୋ ଉତ୍ତୋଳନ ମନା, ଭିଡିଓ ରେକର୍ଡିଂ ମନା’ ଫଳକ
– ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ
– ଟିକା ଅଭାବ ଦୂର ପାଇଁ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ୍‍ ଇନଷ୍ଟିଚ୍ୟୁଟ ସହିତ ଆଲୋଚନା କଲା କେନ୍ଦ୍ର, ଅଗଷ୍ଟ ସୁଦ୍ଧା ଟିକା ଉତ୍ପାଦନ ବୃଦ୍ଧି ସୂଚନା
– ଦେଶର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହଗୁଡିକୁ ଟ୍ୟାପ୍‍ ପାଣି ଯୋଗାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟ ଖବର
– ରାଜ୍ୟରେ ଆଜି ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି
– ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଥିବା ଟ୍ରାଇର ସୂଚନା

Comments are closed.