ରାତି ୧୦ଟା ମୁଖ୍ୟ ଖବର

– ତୌତେର ତାଣ୍ଡବ; ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ଗୁଜରାଟ ଉପକୂଳରେ ପ୍ରବଳ ବର୍ଷା, ବ୍ୟାପକ କ୍ଷୟକ୍ଷତି
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସଂକ୍ରାନ୍ତ ପରିସ୍ଥିତି ସମ୍ପର୍କରେ ଆଜି ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।
-କୋଭିଡର ଦ୍ବିତୀୟ ଲହରୀ ସମୟରେ ଏହି ଅଭୂତପୂର୍ଣ୍ଣ ପରିସ୍ଥିତି ବିରୋଧରେ ଉଲ୍ଲେଖନୀୟ ସଂଘର୍ଷ କରୁଥିବା ଦେଶର ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
-ଦେଶର ସମସ୍ତ ତହସିଲ ଓ ଜିଲ୍ଲାକୁ ଟେଲି ମେଡ଼ିସିନ ସେବା ପହଞ୍ଚାଇବା ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀ
-ଅଗ୍ରଣୀ ଯୋଦ୍ଧାମାନଙ୍କୁ ପ୍ରଥମେ ଟିକାକରଣ କରାଇବାର ରଣନୀତି ଦ୍ବିତୀୟ ଲହରୀ ସମୟରେ ଲାଭଜନକ ଫଳାଫଳ ପ୍ରଦାନ କରିଛି : ପ୍ରଧାନମନ୍ତ୍ରୀ
-ଏସଓପି ଅନୁଯାୟୀ ଘରେ ରହୁଥିବା ରୋଗୀଙ୍କ ଚିକିତ୍ସା ଜରୁରି : ପ୍ରଧାନମନ୍ତ୍ରୀ
-ଶାରୀରିକ ଯତ୍ନ ସହିତ ମାନସିକ ଯତ୍ନ ମଧ୍ୟ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ
–ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ବିସିଆଇର ନୂଆ ଦାୟିତ୍ବ। ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ।
– କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ
– କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ସାମିଲ ହେବ
– ଗାଁରେ ତାଲାବନ୍ଦ ଓ ଟିଏମ୍ସି ସଂପର୍କରେ ସରପଞ୍ଚମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରିବେ
– କୋଭିଡରେ ମୃତକଙ୍କ ବିଧବା ଓ ବାପା ମା’ଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ, ପିଲାଙ୍କୁ ମାଗଣା ଶିକ୍ଷା
– ଅମ୍ଳଜାନ ଯୋଗାଣର ସୁପରିଚାଳନା ପାଇଁ ଗଠନ ହେବ ଟାସ୍କଫୋର୍ସ, ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ
– ରାଜ୍ୟରେ ଆଜି ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏହାସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫,୨୬,୩୫୩କୁ ବୃଦ୍ଧି ପାଇଛି
–୨ ମନ୍ତ୍ରୀ ଜଣେ ବିଧାୟକ ଓ ଜଣେ ବରିଷ୍ଠ ନେତାଙ୍କୁ ସିବିଆଇ ଗିରଫ କରିବା ପରେ ପଶ୍ଚିମବଙ୍ଗ ରାଜନୀତିରେ କମ୍ପନ
– ଦେଶରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜରୁରୀ ଆବଶ୍ୟକ ସାମଗ୍ରୀ ଅମ୍ଳଜାନ ପରିବହନକୁ ଅଗ୍ରାଧିକାର ପ୍ରଦାନ କରୁଛି ଭାରତୀୟ ରେଳବାଇ
– ଇତିମଧ୍ୟରେ ରେଳଯୋଗେ ଦେଶର ବିଭିନ୍ନ ସ୍ଥାନକୁ ୧୦,୦୦୦ ଟନ୍ ଅମ୍ଳଜାନ ପରିବହନ କରାଯାଇଛି
– କୋଭିଡ ମୁକାବିଲା ପାଇଁ ଅଭିନେତା ରଜନୀକାନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
– ରାଜ୍ୟରେ ଆଜି ଆଉ ୧୧୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏହାସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫,୨୬,୩୫୩କୁ ବୃଦ୍ଧି ପାଇଛି
– କରୋନା ମହାମାରୀ ପାଇଁ ପୂର୍ବବର୍ଷ ଭଳି ଏଥରମଧ୍ୟ ଯୁକ୍ତ ୨ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ
– ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ପରିଷଦ
– ଘରୋଇ ଡାକ୍ତରଖାନା ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର। ଦର ନିର୍ଦ୍ଧାରଣ ନେଇ ବିଜ୍ଞପ୍ତି ପ୍ରକାଶ କଲା ରାଜ୍ୟ ପରିବହନ ବିଭାଗ
– ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ସିଆର୍ପିଏଫଙ୍କ ଗୁଳିମାଡ଼, ସିଆର୍ପିଏଫ୍ ଯବାନଙ୍କ ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
– କରୋନାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Related Posts
Comments are closed.