ରାତି ୧୦ଟା – ମୁଖ୍ୟ ଖବର

–ପୁରୀ ରଥଯାତ୍ରା ପୂର୍ବରୁ ପୁରୀର ସିଲ ହେବ ସବୁ ପ୍ରବେଶ ପଥ। ରଥଯାତ୍ରା ସୁରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନ ସମେତ ବଡ଼ଦାଣ୍ଡକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ।

–ଜୁଲାଇ ୯ ନେତ୍ର ଉତ୍ସବ ଓ ନବ ଯୌବନ ଉତ୍ସବ। ଜୁଲାଇ ୧୦ ଓ ୧୧ ଉଭାଯାତ୍ରା। ଜୁଲାଇ ୧୨ ରଥଯାତ୍ରା

–ଦୁଇଦିନ ପୂର୍ବରୁ ଖାଲିହେବ ହୋଟେଲ ଓ ଧର୍ମଶାଳା। ୨୩୦ ଘର ଓ ୪୧ ହୋଟେଲ ଚିହ୍ନଟ।

–ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସାମ୍ବାଦିକ ସମ୍ମିଳନୀ। କୋଭିଡ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା। ଗତବର୍ଷ ଭଳି କେବଳ ସେବାୟତମାନେ ହିଁ ଟାଣିବେ ରଥ। ମନ୍ଦିର କିମ୍ବା ଜିଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ।

–ରଥଟଣାବେଳେ ସେବାୟତଙ୍କୁ ବୋବାଇଲ ଓ କ୍ୟାମେରା ମନା। ରଥଯାତ୍ରାବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ। ରଥଯାତ୍ରାରେ ସମ୍ପୃକ୍ତ ସେବାୟତ ଓ ଅଧିକାରୀଙ୍କ କୋଭିଡ ଟେଷ୍ଟ କରାଯିବ।

–ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ। ସେବାୟତମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ।

–ଚଳିତ ବର୍ଷ ନଭେମ୍ବର ୧୬ରୁ ଆରମ୍ଭ ହେବ ରଣଜୀ ଟ୍ରଫି। ୨୦୨୨ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ରଣଜୀ ଟ୍ରଫି। ୨୦୨୧-୨୨ ଘରୋଇ ସିଜିନ ଲାଗି କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। କୋଭିଡ ପାଇଁ ଗତବର୍ଷ ବନ୍ଦ ଥିଲା ରଣଜୀ ଟ୍ରଫି।

–ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ, ରାଜ୍ୟର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ରାଜଭବନରେ ଶପଥ ନେବେ ଧାମି

–ଋଷରେ ପଞ୍ଚମ ଦିନ ପାଇଁ ୬୫୦ରୁ ଅଧିକ ମୃତ୍ୟୁ; ପୁଣି ଆରମ୍ଭ ହେଲା ବୁଷ୍ଟର ଡୋଜ୍

–ଚୀନକୁ ଗୁପ୍ତ ସୂଚନା ପ୍ରଦାନ ଅଭିଯୋଗରେ ମୁକ୍ତ ବୃତ୍ତି ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କଲା ଇଡି

–ରଥଯାତ୍ରାବେଳେ ଗର୍ଭଗୃହ ଓ ଜଗମୋହନ ମରାମତି ପ୍ରସ୍ତାବ, ଲେଜର ସ୍କାନିଂ ଜରିଆରେ ଏସବୁକୁ ରେକର୍ଡ କରାଯିବା ପ୍ରସ୍ତାବ, ରତ୍ନ ସିଂହସନ ସ୍ଥିତି ଲେଜର ସ୍କାନିଂ ଦ୍ବାରା ଜଣାଯିବ-ଏଏସ୍‌ଆଇ

–ପୁରୀ ବଡ଼ଦାଣ୍ଡର ଉଭୟ ପାଖ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ରଥଯାତ୍ରାବେଳେ ଘର ଭିତରେ ରହିବେ ଶ୍ରଦ୍ଧାଳୁ, ଜାରି ହେବ ୧୪୪ ଧାରା-ଜିଲାପାଳ

–ଗର୍ଭବତୀଙ୍କୁ କରୋନା ଟିକା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଆବଶ୍ୟକ ପ୍ରଶିକ୍ଷଣ ପରେ ଦିଆଯିବ ଟିକା

–ନିର୍ଦ୍ଧିଷ୍ଟ ତାଲିମ ପୂର୍ବରୁ ଗର୍ଭବତୀଙ୍କୁ ଟିକା ନ ଦେବା ପାଇଁ ସବୁ ଜିଲାପାଳ ଓ ସିଡିଏମ୍‌ଓମାନଙ୍କୁ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ରଙ୍କ ପତ୍ର

–ଚାଷୀଙ୍କଠାରୁ ଏବେ ଆଉ ଧାନ କିଣିବେ ନାହିଁ ରାଜ୍ୟ ସରକାର, କେନ୍ଦ୍ର ନିର୍ଦ୍ଧାରିତ ତାରିଖ ପରେ ଆଉ ଧାନ କିଣାଯିବ ନାହିଁ –ଆଉ ଅଧିକ ଧାନ କିଣିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା

–ଭିଜିଲାନ୍ସ ଜାଲରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର। ଲକ୍ଷେ ଲାଞ୍ଚ ନେଇ ଧରାପଡ଼ିଲେ କଳାହାଣ୍ଡି ସ୍ପେଶାଲ ପିପି ଆଶୁତୋଷ ମିଶ୍ର

–କୋଭାକ୍ସିନ ୩ୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ୯୩% ଫଳପ୍ରଦ

–ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷ ହେବ

–ପାଣି ଉପରେ ଜରୁରୀ ଅବତରଣ କଲା ୭୩୭ ପଣ୍ୟବାହୀ ବିମାନ

–ଦେଶରେ ୨୪ ଘଣ୍ଟାରେ ଆଉ ୪୪,୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୨,୩୬୨

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୭୩୮ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୦୧,୦୫୦, ମୃତ୍ୟୁ ହାର ୧.୩୧%

–ଦିନକରେ ଆଉ ୫୭,୪୭୭ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୬,୦୫,୭୭୯, ଆରୋଗ୍ୟ ହାର ୯୭.୦୬%

– ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୯୫,୫୩୩, ସକ୍ରିିୟ ଆକ୍ରାନ୍ତ ହାର ୧.୬୨%

– ଗତକାଲି ଦିନକରେ ୪୩,୯୯,୨୯୮ଜଣ ଟିକା ନେଇଥିବା ବେଳେ ମୋଟ ୩୪,୪୬,୧୧,୨୯୧ ଜଣ ଟିକା ନେଇ ସାରିଛନ୍ତି

–ସାପ୍ତାହିକ ସଂକ୍ରମଣ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୫୦% ରହିଛି

– ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ,ସଂଗରୋଧରୁ ୧୬୭୭ ଏବଂ ସ୍ଥାନୀୟ ସଂକ୍ରମିତ ୧୨୪୦, ରାଜ୍ୟରେ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ତାଲିବାନର ଫତୱା-ଘରୁ ଏକାକି ବାହାରି ପାରିବେ ନାହିଁ ମହିଳା, ପୁରୁଷ ବଢାଇବେ ଦାଢି

–ପଞ୍ଜାବରେ ଗୁରୁତର ବିଜୁଳି ସଙ୍କଟ, ସିଧୁଙ୍କ ଉପରେ ୮ ଲକ୍ଷ ଟଙ୍କା ବିଜୁଳି ବିଲ୍‍ ବାକି

–ଭାରତ ବାୟୋଟେକ ସହ ୩୨୪ ନିୟୁତ ଡଲାରର ବୁଝାମଣା ବାତିଲ କଲା ବ୍ରାଜିଲ

–ଇସଲାମାବାଦ ଭାରତୀୟ ଉଚ୍ଚାୟୁକ୍ତଙ୍କ କୋଠା ଉପରେ ଡ୍ରୋନ୍‌, ଜବାବ ମାଗିଲା ଭାରତ

–ବିହାରରେ ନିଜ ଦଳର ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ବିଧାୟକ, ଅଧିକାରୀଙ୍କ ବଦଳିରୁ ବିଜେପି ମନ୍ତ୍ରୀଙ୍କ ଆୟ ୧୦୦କୋଟି

–ସାଇବର ଠକେଇ ଅଭିଯୋଗ ପାଇଁ ବାରଦୁଆର, ଶିକ୍ଷୟିତ୍ରୀଙ୍କଠାରୁ ନେଇଗଲେ ୬୦ ହଜାର

Comments are closed.