ଦିନ ୧ଟା ସୁଦ୍ଧା ମୁଖ୍ୟ ଖବର (୧୫ ମେ ୨୦୨୧)

ଦେଶ/ବିଦେଶ ଖବର

– ତୀବ୍ର ହେଉଛି ବାତ୍ୟା, କେରଳରେ ପ୍ରବଳ ବର୍ଷା ଜାରି

ମଙ୍ଗଳରେ ପହଞ୍ଚିଲା ଚୀନ; ଚୀନର ମହାକାଶ ଯାନ ରୋଭର ଜୁରୋଙ୍ଗ ଶନିବାର ସକାଳେ ମଙ୍ଗଳ ପୃଷ୍ଠରେ ଅବତରଣ କରିଛି

– ରୋଗୀଙ୍କ ପାଇଁ ଡିଆରଡିଓର ୨-ଡିଜି ଔଷଧ ପ୍ରସ୍ତୁତ; କାଲି ମିଳିବ ୧୦ ହଜାର ପାନକରୋନାରେ ମମତାଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଦେହାନ୍ତ

– ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ; ଦିନକରେ ୩ ଲକ୍ଷ ୨୬ ହଜାର ୯୮ ସଂକ୍ରମିତ ଓ ୩୮୯୦ ମୃତ

ଇସ୍ରାଏଲ ଉପରେ ଆକ୍ରମଣ ହାମାସକୁ ମହଙ୍ଗା ପଡିବ: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ

କୋଭାକ୍ସିନ୍‌ ଟିକା ପ୍ରସ୍ତୁତକାରୀ କମ୍ପାନୀର ୫୦ କର୍ମଚାରୀ ସଂକ୍ରମିତ

ବାଇଡେନଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଭାରତ ଜନ୍ମିତ ଆମେରିକୀୟ ନୀରା

ରୁଷିଆର ଅମିତ୍ର ରାଷ୍ଟ୍ର ତାଲିକାରେ ଆମେରିକା, ଚେକ୍‍ ସାଧାରଣତନ୍ତ୍ର

ଲୋକଙ୍କ ଘରେ ଟିକାକରଣକୁ ଅନୁମତି ଦିଅ: ଭାରତୀୟ ଚିକିତ୍ସକ ସଂଘ

ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତି ମଧ୍ୟ ତୁଣ୍ଡି ବାନ୍ଧିବା, ସାମାଜିକ ଦୂରତା ରଖିବା ଆବଶ୍ୟକ: ଡା. ଗୁଲେରିଆ

ଭାରତର କୋଭିଡ ସ୍ଥିତି ଗଭୀର ଚିନ୍ତାଜନକ: ହୁ’ ମୁଖ୍ୟ

ରାଜ୍ୟ ଖବର

– ରାଜ୍ୟରେ ୧୧୮୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୪୧୪; କଟକ ଓ ସୁନ୍ଦରଗଡରେ ଭୟଙ୍କର ରୂପ ନେଉଛି ସଂକ୍ରମଣ ସ୍ଥିତି

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

– ୩.୮୦କୋଟି ଟିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଭାବରେ ସରକାର ଘୋଷଣା କରିବାକୁ ବରପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଜେପୁର ବିଧାୟିକ ରିତା ସାହୁଙ୍କ ନିକଟରେ ଦାବି

ଆର. ଉଦୟଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ

ବୟୋଜ୍ୟେଷ୍ଠ କବି ଭିକାରୀ ଚରଣ ନାୟକଙ୍କ ପରଲୋକ, ଭିକାରୀଙ୍କ ଘର ପାଟଣା ବ୍ଲକ ଦର ଅନ୍ତର୍ଗତ ସଅଁରାପଶି ଗାଁରେ

Comments are closed.