ଦିନ ୧ଟା ସୁଦ୍ଧା ମୁଖ୍ୟ ଖବର (୧୪ ମେ ୨୦୨୧)

ଦେଶ/ବିଦେଶ ଖବର

– କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ୪ ମାସ ବ୍ୟବଧାନ ଯଥାର୍ଥ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଫାଉଚୀ।

– ରାହୁଲ, ପ୍ରିୟଙ୍କାଙ୍କୁ ପ୍ରସବ କରାଇଥିବା ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଏସ.କେ. ଭଣ୍ଡାରୀଙ୍କ ଦେହାନ୍ତ

– ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ କରୋନା ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୪ ହଜାର ରୋଗୀ

– ଗଙ୍ଗା ନଦୀର ଖେରେଶ୍ଵର ଘାଟରେ ପୋତାଯାଇଛି ଶତାଧିକ ମୃତହେଦ, ବର୍ଷାରେ ବାଲି ଧୋଇଯିବାରୁ ସାମ୍ନାକୁ ଆସିଲା ଘଟଣା

– ବର୍ଷ ଶେଷ ସୁଦ୍ଧା ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ନେଇ ସରକାରଙ୍କ ଦୃଢୋକ୍ତି।

– ୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ମଧ୍ୟରୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୭୨% ସଂକ୍ରମିତ ରହିଛନ୍ତି।

– ‘ଗୋ ଏୟାର’ ନାମ ବଦଳି ‘ଗୋ ଫାଷ୍ଟ’ ହେଲା। ୧୫ ବର୍ଷ ଉଡାଣ ପରେ ବିମାନ ଚଳାଚଳ ସଂସ୍ଥାର ନାମ ପରିବର୍ତ୍ତନ।

– କେ.ପି. ଶର୍ମା ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ, ବିରୋଧୀ ଦଳ ସଂଖ୍ୟାଗରିଷ୍ଠତା ଜୁଟାଇବାରେ ବିଫଳ।

– ଭୋପାଳ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ବଳାତ୍କାର, ୨୪ ଘଣ୍ଟା ପରେ ପ୍ରାଣ ହରାଇଲେ ରୋଗୀ।

ରାଜ୍ୟ ଖବର

– ରାଜ୍ୟରେ ଦିନକରେ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି

– ରାଜ୍ୟରେ ଦିନକରେ ୧୨୩୯୦ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧।

– ସରକାର ଦେଲେ ଅନୁମତି, ଘରେ ପହଞ୍ଚିବ ମଦ। ଅନ୍‌ଲାଇନରେ ଅର୍ଡର କରିପାରିବେ ଇଚ୍ଛୁକ ବ୍ୟକ୍ତି।

– ରାଜ୍ୟରେ କାର୍ଯ୍ୟବନ୍ଦ, ଧର୍ମଘଟ, ଧାରଣା ମନା –ଏସ୍‌ମା ଲାଗୁ କଲେ ସରକାର

Comments are closed.