ପୋଡି ହୋଇ ପରିବାରର ୪ ଗୁରୁତର; କାରଣ ଅସ୍ପଷ୍ଟ

ଝାରସୁଗୁଡା : ଝାରସୁଗୁଡା ଜିଲାର ବ୍ରଜରାଜନଗର ଅନ୍ତର୍ଗତ ହରିଓମ ବିହାରରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ଘରେ ଶୋଇଥିବା ବେଳେ ନିଆଁରେ ପାଡି ହୋଇ ପରିବାରର ୪ ଗୁରୁତର ହୋଇଛନ୍ତି। ମାଆ,ପୁଅ, ବିବାହିତା ଝିଅ ଓ ନାତୁଣୀ ପୋଡି ହୋଇ ଗୁରୁତର ହୋଇଛନ୍ତି। ଏପରି ହେବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ସଭିଁଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରିଛି।

Comments are closed.