ଜଳିଗଲା ଚଳନ୍ତା କାର ; ଯାତ୍ରୀ ସୁରକ୍ଷିତ

ପୁରୀ : ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର। ଅଳ୍ପକେ କାରରେ ଥିବା ଯାତ୍ରୀମାନେ ବଡ ଧରଣର ବିପଦରୁ ରକ୍ଷା ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ଏଭଳି ଏକ ଘଟଣା ପୁରୀ ଜିଲା ଅନ୍ତର୍ଗତ ବାଟମଙ୍ଗଳା ନିକଟସ୍ଥ ବଢେଇବାଙ୍କ ଛକରେ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ସହ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାରଟି ପୁରୀରୁ ଭୁବନେଶ୍ୱର ଫେରିବା ବାଟରେ ବାଟମଙ୍ଗଳା ନିକଟରେ କାରଟି ଜଳିଯାଇଥିବା ନେଇ ସୂଚନା ମିଳିଛି। କାରରେ ୪ ଜଣ ଥିଲେ। କାର ଚାଳକ ଓ ଯାତ୍ରୀ ସୁରକ୍ଷିତ ଅଛନ୍ତି।

 

Comments are closed.