ବିଦ୍ୟୁତ୍‌ ସେବାଜନିତ ସମସ୍ୟାର ତ୍ୱରିତ ସମାଧାନ ପାଇଁ କାର୍ଯ୍ୟ କରିବ ଟାଟା ପାୱାର କଲ୍‌-ସେଣ୍ଟର

ଭୁବନେଶ୍ୱର: ଆଜି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାୱାର
କଲ୍‌ସେଣ୍ଟର ସ୍ଥାନୀୟ କଲ୍ୟାଣୀ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହା ୨୪/୭ ଘଣ୍ଟା ଅବିରତ ଭାବେ
କାର୍ଯ୍ୟ କରିବ । ଏହି କଲ୍‌ ‌ସେଣ୍ଟରକୁ କଲ୍‌ କରି ବିଦୁ୍ୟତ ଉପଭୋକ୍ତା ବିଦ୍ୟୁତ୍‌ ସରବରାହ, ବିଲ ପୈଠ, ନୂଆ ଲାଇନ୍‌
ସଂଯୋଗ, ଠିକଣା/ନାମ ପରିବର୍ତ୍ତନ ଆଦି ସହ ବିଭିନ୍ନ ତଥ୍ୟ ପାଇପାରିବେ । ଏହାଛଡ଼ା ଗ୍ରାହକମାନେ ସେମାନଙ୍କ
ସନ୍ଦେହ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଅଭିଯୋଗ ଦାଖଲ ସଂପର୍କିତ କାର୍ଯ୍ୟ ଏହି କଲ୍‌ସେଣ୍ଟର ଦ୍ୱାରା ସଂପାଦିତ
ହେବ । ଉପଭୋକ୍ତାଙ୍କୁ ଏସବୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ କଲ୍‌-ସେଣ୍ଟର ଆରମ୍ଭ କରାଯାଇଛି ।
ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍‌ର ମୁଖ୍ୟନିର୍ବାହୀ ଅଧିକାରୀ  ଏମ୍‌. ସେନବାଗାମ୍‌ ଓ ଟାଟା
ପାୱାରର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।ଶକ୍ତିମନ୍ତ୍ରୀ କଲ୍‌ସେଣ୍ଟର ଉଦ୍‌ଘାଟନ କରିବା ପରେ ଏହା କିପରି କାର୍ଯ୍ୟକରିବ ସେ ସଂପର୍କରେ କର୍ମଚାରୀଙ୍କଠାରୁ ଅବଗତ ହୋଇଥିଲେ । ଏହି କଲ୍‌ସେଣ୍ଟର ଉପଭୋକ୍ତା ଏବଂ କମ୍ପାନୀ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବ । ଏଥି ସହିତ ବିଦ୍ୟୁତ୍ ସେବାଜନିତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଏହି କଲ୍‌ସେଣ୍ଟର ସେବା
ପ୍ରଦାନ କରିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ ।

Comments are closed.