ରବି ନାରାୟଣ ମିଶ୍ର ଆର୍‌ବିଆଇର ନୂଆ ଇଡି

ଭୁବନେଶ୍ୱର : ରବି ନାରାୟଣ ମିଶ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ଭାବେ ନିଯୁକ୍ତି ପାଇଛନ୍ତି ା ରୋଜମେରୀ ସେବାଷ୍ଟିଆନ୍‌ଙ୍କ ଅବସର ପରେ ଏହି ପଦ ଖାଲିପଡିଥିଲା । ତାଙ୍କ ସ୍ଥାନରେ ଶ୍ରୀ ମିଶ୍ର ନିଯୁକ୍ତି ପାଇଛନ୍ତି । ଗତ ମାସ ୨୧ରେ ଚେନ୍ନଇଠାରେ ଅନୁଷ୍ଠିତ କେନ୍ଦ୍ରୀୟ ବ୍ୟାଙ୍କର ବୋର୍ଡ ବୈଠକରେ ଶ୍ରୀ ମିଶ୍ରଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ପଦୋନ୍ନତି ପୂର୍ବରୁ ସେ ବ୍ୟାଙ୍କର ରିସ୍କ ମ୍ୟାନେଜମେଣ୍ଟ ବିଭାଗର ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ରହିଥିଲେ। ଇଡି ହେବା ପରେ ଶ୍ରୀ ମିଶ୍ର ଆର୍‌ବିଆଇରେ ନୂଆ କରି ସୃଷ୍ଟି କରାଯାଇଥିବା ସ୍ବତନ୍ତ୍ର ତଦାରଖ ଏବଂ ନିୟାମକ କ୍ୟାଡରର ଦେଖାଶୁଣା କରିବେ। ଏହାଛଡା ସମବାୟ ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡିକ ମଧ୍ୟ ତାଙ୍କ ଅଧୀନରେ ରହିବ। ସୂଚନାଯୋଗ୍ୟ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍‌ଓ)ଙ୍କୁ ମିଶାଇ ରିଜର୍ଭ ବ୍ୟାଙ୍କରେ ୧୨ ଇଡି ରହିଛନ୍ତି । ୫ ଜଣ ସିଜିଏମ୍‌ଙ୍କୁ ଇଡି ପଦ ନିମନ୍ତେ ପଦୋନ୍ନତି କରାଯାଇଥାଏ । ଶ୍ରୀ ମିଶ୍ର ହେଉଛନ୍ତି ଏହି ୫ ଜଣଙ୍କ ମଧ୍ୟରୁ ଅନ୍ୟତମ। ମନିଟାରୀ ଇକୋନୋମିକ୍ସରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିବା ଶ୍ରୀ ମିଶ୍ର ସରକାରଙ୍କ ଆର୍ଥିକ କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି।

Comments are closed.