ଡୁଡୁନ୍ ଫାଉଣ୍ଡେସନ ଟ୍ରଷ୍ଟର ନିଆରା ସେବା, ୨୫୦ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ବିଭୀଷିକା ରଚିଥିବା ବେଳେ ଏବେ ପୁଣି ବନ୍ୟାଞ୍ଚଳବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏମାନେ ଗୋଟିଏ ପଟେ କରୋନା ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ବନ୍ୟାଜଳ ଘେରରେ ଫଶି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତେବେ ଏହାରି ମଧ୍ୟରେ ଏମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡୁନ୍ ଫାଉଣ୍ଡେସନ ଟ୍ରଷ୍ଟ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ତେଲିଆସାହି ଏବଂ ରାବଣା ସାହିରେ ପ୍ରାୟ ୨୫୦ରୁ ଉର୍ଦ୍ଧ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷା ଡ.ବନ୍ଦନା ହରିଚନ୍ଦନ ଓ ପରି·ଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ହରିଚନ୍ଦନଙ୍କ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନା ହୋଇଥିଲା।

ଏହି ସେବା କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷକ ସଂଘର ଉପ ସଭାନେତ୍ରୀ ସଙ୍ଗୀତା ଦାସ, ବିଶିଷ୍ଟ ସମାଜସେବୀ ଶୁଭଶ୍ରୀ ଦାସ ପ୍ରମୁଖ ଅତିଥି ଭାବରେ ବନ୍ୟାଜଳ ପରିଦର୍ଶନ କରିଥିଲେ। ଏହି ସେବା କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ସାଥୁଆ ସହାୟତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଉପସଭାପତି ବିକାଶ ରାଉତ, ବିନ୍ଦାସ ଚିନୁ, କୋଷାଧ୍ୟକ୍ଷ ମମତା ମହାପାତ୍ର, ସଭ୍ୟ ଗଣେଶ ଚନ୍ଦ୍ର ଜେନା, ଝରଣା ରାଉତ, ରଶ୍ମିତା ମହାନ୍ତି, ଅଭିଷେକ ମହାନ୍ତି, ତାପସ ମହାନ୍ତି, ସଞ୍ଜୟ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ମାନବ ସେବାକୁ ମାଧବ ସେବାରେ ପରିଣତ କରି ଟ୍ରଷ୍ଟ ପକ୍ଷରୁ ବିଗତ ଦିନମାନଙ୍କରେ ବହୁ ଜନହିତକର କାର୍ଯ୍ୟକ୍ରମ ଯଥା କରୋନା ସଚେତନତା ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ, ମାଗଣାରେ ମାକ୍ସ ବଣ୍ଟନ, ସାନିଟାଇଜର, ଯାଆଁଳାସ୍ଥିତ ଲେପର୍ସି କଲୋନୀରେ ଶୁଖିଲା ଖାଦ୍ୟ ବଣ୍ଟନ ସହ ମାର୍ଶାଘାଇ ବସ୍ତିରେ ମଧ୍ୟ ବଣ୍ଟନ କରାଯାଇଛି। ଏହି ମହତ୍ କାର୍ଯ୍ୟ ପାଇଁ ଟ୍ରଷ୍ଟ ବହୁ ପ୍ରଶଂସା ସାଉଁଟିଛି।

Comments are closed.