୨୦ ମିନିଟରେ ବିବାହ ; ଯୌତୁକରେ ରାମାୟଣ

ଶାହଜାହପୁର : ବିବାହର ଆୟୋଜନରେ ଅଧିକାଂଶ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ସାଧାରଣ କଥା। ମାତ୍ର କେବଳ ୨୦ ମିନିଟରେ ବାହାଘର ଓ ୌଯତୁକରେ କେବଳ ରାମାୟଣ ଦେବା ଘଟଣା ବିଷୟରେ ଜାଣିଛନ୍ତି କି? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା……..
ବିବାହରେ ହେଉଥିବା ଖର୍ଚ୍ଚ ତଥା ଏଥିରେ କରାଯାଉଥିବା କରଜର ସମସ୍ୟାକୁ ଏଡାଇବା ପାଇଁ ସନ୍ଦେଶ ଦେବାକୁ କଲାନର ପଟନା ଦେବକଲୀ ମନ୍ଦିରରେ ମାତ୍ର ୨୦ ମିନିଟରେ ବିବାହ କରାଯାଇଛି। ଆଶୀର୍ବାଦ ସହ ନବ ବରବଧୂ ମନ୍ଦିରେ ବିବାହ କରିଛନ୍ତି। ବର ଜଣଙ୍କ ଯୌତୁକରେ କେବଳ ରାମାୟଣ ସ୍ୱୀକାର କରିଛନ୍ତି। ୨ପକ୍ଷର ବିବାହରେ କେବଳ ଅଳ୍ପ ସମ୍ପର୍କୀୟ ସାମିଲ ହୋଇଥିଲେ।
କଲାନର ସନାୟ ଗାଁରେ ଉକ୍ତ ବରଙ୍କ ଘର ହୋଇଥିବା ବେଳେ ସେ ସ୍କୁଲରେ କାର୍ଯ୍ୟ କରି ସ୍କୁଲର ଭଲମନ୍ଦ ବୁଝନ୍ତି। ହରଦୋଇ ଗ୍ରାମରେ ତାଙ୍କ ବିବାହ ସ୍ଥରି ହୋଇଥିବା ବେଳେ ସେ ସାଧାରଣ ଭାବେ ବିବାହ କରି ଯୌତୁକରେ କେବଳ ରାମାୟଣ ଗ୍ରହଣ କରିବେ ବୋଲି ଜଣାଇଥିଲେ। ଲୋକଙ୍କୁ ବିବାହ ସହ ଜଡିତ କିଛି ଭିନ୍ନ ସନ୍ଦେଶ ଦେବା ପାଇଁ। କନ୍ୟା ପକ୍ଷ ମଧ୍ୟ ଏହି କଥାକୁ ସ୍ୱୀକାର କରିଥିଲେ। ଏହାପରେ ଉଭୟ ମନ୍ଦିରରେ ବିବାହ କରି ଥଲେ।

Comments are closed.