ଏସସିବି ସମ୍ପ୍ରସାରଣ ପାଇଁ କଟକରେ ଉଚ୍ଛେଦ ଜାରି

କଟକ : କଟକ ଏସସିବି ମେଡ଼ିକାଲର (ଶ୍ରୀରାମଚନ୍ଦ୍ର ଭଞ୍ଜ) ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଆଜି ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ହିନ୍ଦ ସିନେମାରୁ ତାଳଦଣ୍ଡା କେନାଲ ଯାଏଁ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରଖିଛି। ମା’ମଙ୍ଗଳା ବସ୍ତିରେ ଥିବା ପ୍ରାୟ ୧୦୦ଟି ଘର ଜିଲ୍ଲା ପ୍ରଶାସନ ଦ୍ୱାରା ଭଙ୍ଗା ଯାଉଛି। ସିଏମସି(କଟକ ମହାନଗର ନିଗମ)ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଓ ପୁଲିସ ସହାୟତାରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲୁଛି ବୋଲି ସୂଚନା ମିଳିଛି।

Comments
Loading...