ଏଣିକି ଗ୍ରାମାଞ୍ଚଳରେ ଲାଗୁ ହେବ ହୋମ୍‌ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା, ପରିବର୍ତ୍ତିତ ନିର୍ଦେଶନାମା ଜାରି କଲେ ଏସ୍‌ଆର୍‌ସି

ଭୁବନେଶ୍ବର: ଏଣିକି ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ମିଳିପାରିବ ହୋମ୍‌ କ୍ବାରେଣ୍ଟାଇନ୍‌ ସୁବିଧା। ଗଁାକୁ ଯାଉଥିବାବ୍ୟକ୍ତି ନିଜ ଘରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିପାରିବେ। ଆଜି ହୋମ୍‌ କ୍ବାରେଣ୍ଟାଇନ୍‌ ସୁବିଧା ନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ପରିବର୍ତ୍ତିତ ନିର୍ଦେଶନାମା ପ୍ରକାଶ ପାଇଛି। ଏସ୍‌ଆର୍‌ସିଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦେଶାନାମାରେ ଦର୍ଶାଯାଇଛି ଯେ ଏଣିକି ଗ୍ରାମାଞ୍ଚଳରେ ମଧ୍ୟ ଲାଗୁ ହେବ ହୋମ୍‌ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା। ଗ୍ରାମାଞ୍ଚଳରେ ମଧ୍ୟ କରୋନା ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ। ଲକ୍ଷଣ ନ ଥିବା ବା ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀ ଘରେ ରହିପାରିବେ। ସ୍ବଳ୍ପ ଲକ୍ଷଣଯୁକ୍ତ ରୋଗୀଙ୍କର ଅନ୍ୟ ଜଟିଳ ରୋଗ ନ ଥିବା ଉଚିତ୍। ପୂର୍ବରୁ କେବଳ ସହରାଞ୍ଚଳରେ ଲାଗୁ ହୋଇଥିଲା ଏହି ବ୍ୟବସ୍ଥା। ସରପଞ୍ଚ କିମ୍ବା ଜିଲାପାଳଙ୍କ ଦ୍ବାରା ଚିହ୍ନିତ ଅଧିକାରୀ ଏଥିପାଇଁ ହେବେ ନୋଡାଲ୍‌ ଅଫିସର ହୋଇପାରିବେ ବୋଲି କୁହାଯାଇଛି।

Comments are closed.