ରାଜ୍ୟରେ ଖସିଲା କରୋନା ମୃତ୍ୟୁ ସଂଖ୍ୟା, ଆଜି ୪ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କିଛି ମାସ ମଧ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ୧୦ରୁ ଅଧିକ ରହିଥିଲା। ମାତ୍ର ଦୀର୍ଘ ଦିନ ପରେ ଏହା ୧୦ ତଳକୁ ଖସିଛି। ରାଜ୍ୟରେ କରୋନା ମୃତ୍ୟୁରେ ବ୍ରେକ ଲାଗିଛି। ଦୀର୍ଘ ଦିନ ପରେ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ରବିବାର କରୋନା ଆକ୍ରାନ୍ତରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୭୩୪କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, ଭୁବନେଶ୍ୱର, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ଜଣେ ଲୋଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.