ଥମୁନି ମୃତକଙ୍କ ସଂଖ୍ୟା ; ଆଖି ବୁଜିଲେ ଆଉ ୧୭ ଆକ୍ରାନ୍ତ

ମୃତ୍ୟୁ ସଂଖ୍ୟା ଛୁଇଁଲା ୧୬୨୫

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦିନକରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଛି। ଏହାସହ ୭,୭୪୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫ ଆକ୍ରାନ୍ତଙ୍କ ହୋଇଥିବା ବେଳେ କେନ୍ଦୁଝରରୁ ୩, କଟକ ଓ ଗଞ୍ଜାମରୁ ୨ ଲେଖାଏଁ , ଦେବଗଡ, ଜଗତସିଂହପୁର, ଖୋର୍ଦ୍ଧା, ମୟୁରଭଞ୍ଜ,ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.