ମିଳିତ ଜାତିସଂଘ ଘୋଷଣାପତ୍ରରେ ଉଲ୍ଲିଖିତ ଆଦର୍ଶଗୁଡ଼ିକର ପ୍ରାସଙ୍ଗିକତା ଆଜି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମିଳିତ ଜାତିସଂଘ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ସମୟରେ ସମଗ୍ର ବିଶ୍ୱ ଲଢ଼ୁଥିବାବେଳେ ୭୫ ବର୍ଷ ତଳେ ମିଳିତ ଜାତିସଂଘ ଘୋଷଣାପତ୍ରରେ ଉଲ୍ଲିଖିତ ଆଦର୍ଶଗୁଡ଼ିକର ପ୍ରାସଙ୍ଗିକତା ଆଜି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏକ ସମ୍ମିଳିତ ବିଶ୍ୱ ନିର୍ମାଣ ଉଦ୍ଦେଶ୍ୟରେ ଶାନ୍ତି, ସମାନତା ଓ ନ୍ୟାୟ ପାଇଁ ଆମର ଦୃଷ୍ଟିଭଙ୍ଗୀକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତିବଦ୍ଧ ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି।

Comments are closed.