ଲ୍ୟାଣ୍ଡମାଇନ ଉଦ୍ଧାର ; ଅଳ୍ପକେ ବର୍ତ୍ତିଲେ ଯବାନ

ଛତିଶଗଡ : ଅଳ୍ପକେ ବର୍ତିଲେ ଯବାନ। ମାଓ ଯୋଜନା ହେଲା ପଣ୍ଡ। ମାଓବାଦୀ ଦ୍ୱାରା ଖାଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲରେ ପୁଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଖଞ୍ଜିଥିଲେ ଦୁଇଟି ଲ୍ୟାଣ୍ଡମାଇନ । ମାଓଦମନ ପାଇଁ ୨୦୬ ବାଟାଲିୟନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ମେଟାଲ ଡିକେଟର ଯୋଗେ ସନ୍ଧାନ ପାଇ ଡ଼ିଫ୍ୟୁଜ ଲ୍ୟାଣ୍ଡମାଇଁନ କରିଥିଲେ। ଡିଫ୍ୟୁଜ ବେଳେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ପୁଲିସ ଗାଡିକୁ ଅତି ସହଜରେ ଉଡାଇ କ୍ଷତି ପହଞ୍ଚାଇ ପାରିଥାନ୍ତା। ତେବେ ସିଆରପିଏଫ ଯବାନଙ୍କ ମାଓବାଦୀ ଯୋଜନାକୁ ସମ୍ପୁର୍ଣ୍ଣ ପଣ୍ଡ କରିଛି।

Comments are closed.