ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ“ଶିଶୁଙ୍କ ପାଇଁ ଦିନଟିଏ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିଶୁସୁରକ୍ଷା କମିଟିର ବୈଠକ, କିଶୋର/କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ, ଶିଶୁଶ୍ରମିକ ନିଷେଧ ଟାସ୍କଫୋର୍ସ ଓ ଚାଇଲ୍ଡଲାଇନ ପରାମର୍ଶ ମଣ୍ଡଳୀ ତ୍ରୟୋମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲା୍ଲରେ ବାଲ୍ୟବିବାହ, ଶିଶୁ ଶ୍ରମିକମୁକ୍ତ ଜିଲ୍ଲା ଗଠନ କରିବା ପାଇଁ ବିଭଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଶିଶୁଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ଅନ୍ୟନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଶିଶୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥିି ଭାବେ ପି.ଡି, ଡିଆରଡିଏ ଅଶ୍ୱିନୀ ମେହେର ଯୋଗଦେଇ ଜିଲ୍ଲାରେ ବାଲ୍ୟବିବାହକୁ ରୋକିବାପାଇଁ ହେଲେ ବ୍ୟାପକ ସଚେତନତା କରିବା ସହିତ ପଂଚାୟତସ୍ତରିୟ ଶିଶୁସୁରକ୍ଷା କମିଟି ଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ ଯୋଗଦେଇ ଶିଶୁଶ୍ରମିକ ରୋକିବା ପାଇଁ ବାର୍ଷିକ ଯୋଜନା ଉପସ୍ଥାପନା କରିବା ସହ ଆଗାମି ଦିନରେ ଜିଲ୍ଲାରେ ଶିଶୁଶ୍ରମିକ ରୋକିବା ପାଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ। ଆଶୀର୍ବାଦ ଯୋଜନାରେ ବର୍ତମାନ ପଯ୍ୟନ୍ତ ଜିଲ୍ଲାରେ ୮୮୧ ଜଣ ହିତାଧିକାରୀଙ୍କୁ ସହାୟତା ଦିଆଯାଉଥିବା ନେଇ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସୂଚନା ଦେଇଥିଲେ।

Comments are closed.