ଅସଂପୂର୍ଣ୍ଣ ହୋଇ ପଡ଼ିରହିଛି ମିଶନ ଶକ୍ତି ଗୃହ

କଣ୍ଟାମାଳ: କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଜାମ୍ମୁମାଳ ଗାଁ ମୁଣ୍ଡରେ ତିଆରି ହୋଇଥିବା ମିଶନ ଶକ୍ତି ଗୃହ ବର୍ତ୍ତମାନ ପର୍ୟ୍ୟନ୍ତ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବାରୁ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁସାରେ, ଜାମ୍ମୁମାଳ ଗାଁ ମୁଣ୍ଡରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ଵାରା ୨୦୧୯-୨୦ ଆର୍ଥିକ ବର୍ଷରେ ପାଞ୍ଚ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା। କୌଣସି କାରଣରୁ ଘରଟି ଛାତ ପଡି ପ୍ଳାଷ୍ଟର ନ ହୋଇ ପଡି ରହିଛି। ଆଉ ମଧ୍ୟ ଘରଟି କାମ ନ ହୋଇ ବନ୍ଦ ରହିବାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଭିତର କାନ୍ଥକୁ ଭାଙ୍ଗି ଦେଇଛି। ଏ ମିଶନ ଶକ୍ତି ଗୃହଟି ଅତି ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ଏ ସଂକ୍ରାନ୍ତରେ ଆମେ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ଶୁଭାଶିଷ ରଥଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।

Comments are closed.