ବିହାର ବିଧାନସଭା ନିର୍ବାଚନ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ପାଟନା : ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋଭିଡ କଟକଣା ମଧ୍ୟରେ ଏହା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୭ ଜିଲାରୁ ୯୪ଟି ଆସନରେ ମତଦାନ ହେବ। ୨ କୋଟି ୮୬ ଲକ୍ଷ ଭୋଟର ୧୪ ଶହ ୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ମୋଟ ୪୧ ହଜାର ୩୬୨ ବୁଥ କରାଯାଇଛି। ଏହାସହ ଅନେକ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଘୋପୁର, ହାସନପୁର,ବାଙ୍କିପୁର,ବେଗୁସରାଇ, ଝାଂଝାରପୁର ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ।
ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ୪୬ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିୟୁ ୪୩, ଭିଆଇପି ୫ ଆସନରେ ନିର୍ବାଚନ ଲଢୁଛି। ବିରୋଧୀଙ୍କ ମଧ୍ୟରେ ଆରଜେଡି ୫୬ ଆସନ, କଂଗ୍ରେସ ୨୪ ଆସନରେ ନିର୍ବାଚନ ଲଢୁଛି। ଅନ୍ୟ ଦଳମାନଙ୍କ ମଧ୍ୟରେ ଏଲଜେପି ୫୨ ଆସନ, ଆରଏଲଏସପି ୩୬ ଆସନରେ ନିର୍ବାଚନ ଲଢୁଛନ୍ତି।

 

Comments are closed.