ବିଦ୍ୟୁତ ଆଘାତରେ ଯୁବକ ମୃତ

ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ମୁଣ୍ଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦିନବନ୍ଧୁ କିସାନଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣ ଘଟିବା ପରେ ତାଙ୍କୁ ତୁରନ୍ତ ବଣାଇ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଯୋଗ୍ୟ, ଘରେ ବିଦ୍ୟୁତ ନଥିବାରୁ ଖୁଣ୍ଟରେ ଚଢି ତାର ସଜାଡ଼ୁଥିବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି।